କେବେ ପଡ଼ିଆକୁ ଫେରିବେ ଭାରତର ଷ୍ଟାର ଫାଷ୍ଟ ବୋଲର ସାମି, ଜାଣନ୍ତୁ

ଅର୍ଗସ ବ୍ୟୁରୋ : ସୋସିଆଲ ମିଡିଆରେ ନିଜ ଫଟୋ ସେୟାର କଲେ ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି । ଏକ୍ସରେ ତିନୋଟି ଫଟୋ ସେୟାର କରିଛନ୍ତି ସାମି । ଗୋଇଠି ସର୍ଜରୀ ହେବା ପରେ ଏବେ ବିଶ୍ରାମ ନେଉଛନ୍ତି । ଗତ ମାସରେ ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇଥିଲେ ସାମି । ହେଲେ ସେ କେବେ ପଡ଼ିଆକୁ ଫେରିବେ ଏବଂ ଭାରତ ପାଇଁ ଖେଳିବେ ତାହା ଜଣାଇନଥିଲେ ।
ଅଧିକ ପଢନ୍ତୁ ଖେଳ ଖବର
ଏମଧ୍ୟରେ ସାମି ଏକ୍ସରେ ପୋଷ୍ଟ କରି ନିଜର ଅପଡେଟ୍ ଦେଇଛନ୍ତି । ନିଜର କିଛି ଫଟୋ ଏକ୍ସରେ ପୋଷ୍ଟ କରି ଅସ୍ତ୍ରୋପଚାରର ୧୫ଦିନ ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ତାହା ଜଣାଇଛନ୍ତି ସାମି । ଫଟୋରେ ସାମି ନିଜ ଗୋଇଠିରୁ ଷ୍ଟିଚ୍ କାଢ଼ିବା ପାଇଁ ହସ୍ପିଟାଲ ଯାଇଥିବା ଦେଖାଯାଇଛି । ୩ଟି ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, ସମସ୍ତଙ୍କୁ ନମସ୍କାର, ମୁଁ ମୋର ପୁନରୁଦ୍ଧାର ଯାତ୍ରା ବିଷୟରେ ଆପଣଙ୍କୁ ଅପଡେଟ୍ ଦେବାକୁ ଚାହେଁ । ମୋର ଅସ୍ତ୍ରୋପଚାର ହେବାର ୧୫ଦିନ ବିତିଗଲାଣି ଏବଂ ଏବେ ମୋର ଷ୍ଟିଚ୍ ଖୋଲିଦିଆଯାଇଛି ।