Mohammed Shami Comeback / ଟିମ୍ ଇଣ୍ଡିଆରୁ ବାହାରେ, କିନ୍ତୁ ହାର ମାନିନାହାନ୍ତି ଶାମି ! ବିଶ୍ବକପ୍ ଖେଳିବାକୁ କମାଇଲେ ୫ କେଜି ଓଜନ
·1 month ago·3 min read

Key Points
ଶାମିଙ୍କ ବଡ଼ ଲକ୍ଷ୍ୟ
ODI ବିଶ୍ବକପ୍ ଖେଳିବାକୁ କରୁଛନ୍ତି ପ୍ରସ୍ତୁତି
କମାଇଲେ ୫ କେଜି ଓଜନ

ଟିମ୍ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି । ଯଦିଓ ବର୍ତ୍ତମାନ ସେ ଟିମ୍ ଇଣ୍ଡିଆର ପ୍ଲାନିଂରେ ସ୍ଥାନ ପାଉନାହାନ୍ତି, ତଥାପି ତାଙ୍କ ମନୋବଳ କିମ୍ବା ଲକ୍ଷ୍ୟରେ କୌଣସି ଅଭାବ ନାହିଁ । ୨୦୨୭ ଦିନିକିଆ ବିଶ୍ବକପ୍ ଖେଳିବାର ସ୍ବପ୍ନକୁ ସାକାର କରିବା ପାଇଁ ଶାମି ଏବେ ପୂର୍ବପେକ୍ଷା ଅଧିକ ପରିଶ୍ରମ କରୁଛନ୍ତି । ଘରୋଇ କ୍ରିକେଟ୍ରେ ଦମଦାର ପ୍ରଦର୍ଶନ, ଓଜନ କମାଇ ଫିଟନେସ୍ରେ ସୁଧାର ଏବଂ ଅଭିଜ୍ଞତାର ଆଧାରରେ ସେ ପୁଣିଥରେ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିବାକୁ ପ୍ରସ୍ତୁତ । କିନ୍ତୁ ଏବେ ସବୁଠାରୁ ବଡ଼ ପ୍ରଶ୍ନ, ଚୟନକର୍ତ୍ତାମାନେ କି ଶାମିଙ୍କୁ ଆଉ ଏକ ସୁଯୋଗ ଦେବେ କି ?
ଭାରତୀୟ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଏବେ ଟିମ୍ ଇଣ୍ଡିଆର ଯୋଜନାର ଅଂଶ ନ ଥିଲେ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବା ଆଶା ଛାଡ଼ିନାହାନ୍ତି । ସେପ୍ଟେମ୍ବରରେ ୩୬ ବର୍ଷରେ ପାଦ ରଖିବାକୁ ଯାଉଥିବା ଶାମିଙ୍କ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ୍ରେ ଭାରତ ପକ୍ଷରୁ ଖେଳିବା । ତାଙ୍କ ପିଲା ଦିନର କୋଚ୍ ମହମ୍ମଦ ବଦରୁଦ୍ଦିନ କହିଛନ୍ତି ଯେ, ଶାମି ସମ୍ପୂର୍ଣ୍ଣ ସକାରାତ୍ମକ ମନୋଭାବରେ ଅଛନ୍ତି ଏବଂ ଆଗାମୀ ଘରୋଇ ସିଜିନ୍ ପାଇଁ କଠିନ ପରିଶ୍ରମ କରୁଛନ୍ତି ।
ଶାମି ଭାରତ ପାଇଁ ଶେଷ ଥର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ । ଏହାପରେ ସେ ଜାତୀୟ ଦଳରୁ ବାଦ୍ ପଡ଼ିଛନ୍ତି । ସମ୍ପୂର୍ଣ୍ଣ ଫିଟ୍ ଥିବା ସହ ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ଚୟନକର୍ତ୍ତାମାନେ ତାଙ୍କୁ ସୁଯୋଗ ଦେଇନାହାନ୍ତି । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର କହିଥିଲେ ଯେ, ଶାମି ବର୍ତ୍ତମାନ କେବଳ ଟି-୨୦ ଖେଳିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ତାଙ୍କ ଘରୋଇ କ୍ରିକେଟ୍ର ପ୍ରଦର୍ଶନ ଏହି ମତକୁ ସମର୍ଥନ କରୁନାହିଁ ।
ଗତ ରଣଜୀ ଟ୍ରଫି ସିଜନ୍ରେ ଶାମି ସାତଟି ମ୍ୟାଚ୍ରେ ୩୭ଟି ୱିକେଟ୍ ନେଇଥିଲେ। ଏହାପରେ ବିଜୟ ହଜାରେ ଟ୍ରଫିର ସାତଟି ମ୍ୟାଚ୍ରେ ୧୫ଟି ୱିକେଟ୍ ହାସଲ କରିଥିଲେ । ତଥାପି ସେ ଜାତୀୟ ଦଳରେ ସ୍ଥାନ ପାଇନଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ କୋଚ୍ ମହମ୍ମଦ ବଦରୁଦ୍ଦିନ କହିଥିଲେ ଯେ, ଗତ ସିଜିନ୍ ପରେ ଶାମି ପ୍ରାୟ ପାଞ୍ଚ କିଲୋଗ୍ରାମ ଓଜନ କମାଇଛନ୍ତି ଏବଂ ପୂର୍ବଠାରୁ ଅଧିକ ପରିଶ୍ରମ କରୁଛନ୍ତି। ତାଙ୍କ କହିବା ଅନୁସାରେ, ଶାମିଙ୍କ ମନୋବଳ ବହୁତ ଭଲ ଅଛି ଏବଂ ସେ ଆଗାମୀ ସିଜିନ୍କୁ ନେଇ ବହୁତ ଆଶାବାଦୀ ଅଛନ୍ତି ।
ବଦରୁଦ୍ଦିନଙ୍କ ମତରେ, ଭାରତୀୟ ଦଳ ଶାମିଙ୍କ ଭଳି ଅଭିଜ୍ଞ ବୋଲରଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ। ତାଙ୍କ ଭିତରେ ଏବେ ବି ଅନେକ କ୍ରିକେଟ୍ ବାକି ଅଛି ଏବଂ ଦେଶକୁ ତାଙ୍କ ଆବଶ୍ୟକତା ପଡ଼ିଲେ ସେ ସର୍ବଦା ପ୍ରସ୍ତୁତ ରହିବେ ।
ସେ ଆହୁରି କହିଛନ୍ତି ଯେ, ଗତ ଏକ ବର୍ଷ ଧରି ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣ ଆଘାତ ଏବଂ ଅସ୍ଥିର ପ୍ରଦର୍ଶନ ସହିତ ସଂଘର୍ଷ କରୁଛି । ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ପରିସ୍ଥିତିରେ ଅଭିଜ୍ଞ ବୋଲରଙ୍କ ଭୂମିକା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି ।
ଫିଟନେସ୍କୁ ନେଇ ମଧ୍ୟ ବଦରୁଦ୍ଦିନ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା ଅନୁସାରେ, କେବଳ ଜିମ୍ରେ ବ୍ୟାୟାମ କଲେ ହେବ ନାହିଁ । ଦ୍ରୁତ ବୋଲରଙ୍କ ପାଇଁ ପଡ଼ିଆରେ ଦୌଡ଼ିବା, ସ୍ପ୍ରିଣ୍ଟ କରିବା ଏବଂ ଷ୍ଟାମିନା ବଢ଼ାଇବା ଅଧିକ ଜରୁରୀ । ସେ ଏହା ମଧ୍ୟ କହିଛନ୍ତି ଯେ, ଲଗାତାର କ୍ରିକେଟ୍ ଖେଳିବା କାରଣରୁ ଭାରତୀୟ ବୋଲରମାନେ ପର୍ଯ୍ୟାପ୍ତ ବିଶ୍ରାମ ପାଉନାହାନ୍ତି ।
୨୦୨୭ ଦିନିକିଆ ବିଶ୍ୱକପ୍କୁ ନଜରରେ ରଖି ଯଦି ଭାରତୀୟ ଦଳ ଅଭିଜ୍ଞ ଦ୍ରୁତ ବୋଲରଙ୍କୁ ସୁଯୋଗ ଦିଏ, ତେବେ ଶାମିଙ୍କ ରେକର୍ଡ ତାଙ୍କ ସପକ୍ଷରେ ରହିଛି । ଦକ୍ଷିଣ ଆଫ୍ରିକାରେ ସେ ୧୧ଟି ଅନ୍ତର୍ଜାତୀୟ ମ୍ୟାଚ୍ରେ ୪୪ଟି ୱିକେଟ୍ ନେଇ ୨୨.୬୮ ହାରରେ ବୋଲିଂ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା, ଚୟନକର୍ତ୍ତାମାନେ ଶାମିଙ୍କୁ ପୁଣି ଥରେ ସୁଯୋଗ ଦେଉଛନ୍ତି କି ନାହିଁ ।

Related Topics
Explore more stories