Videos
|
Sports

Siraj Hyderabad Captain / ରଣଜୀ ଟ୍ରଫିରେ ସିରାଜଙ୍କୁ ବଡ଼ ଦାୟିତ୍ୱ, ହାଇଦ୍ରାବାଦର ଅଧିନାୟକ ହେଲେ ମହମ୍ମଦ ସିରାଜ

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ରଣଜୀ ଟ୍ରଫିରେ ସିରାଜଙ୍କୁ ବଡ଼ ଦାୟିତ୍ୱ, ହାଇଦ୍ରାବାଦର ଅଧିନାୟକ ହେଲେ ମହମ୍ମଦ ସିରାଜ
Mohammed Siraj

Key Points

ସିରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ
ରଣଜୀରେ ହାଇଦ୍ରାବାଦର କ୍ୟାପ୍ଟେନ୍ ହେଲେ
ରଣଜୀରେ ଦେଖାଇବେ ନେତୃତ୍ୱର ଦମ୍
ବୋଲିଂରେ ନିଜ ଦମ୍ ଦେଖାଇବା ପରେ ଏବେ ଅଧିନାୟକ ଭାବେ ଦେଖାଇବେ ନେତୃତ୍ବର କମାଲ । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ । ରଣଜୀ ଟ୍ରଫି ୨୦୨୬-୨୭ ସିଜିନ୍‌ରେ ହାଇଦ୍ରାବାଦ ଦଳର ଅଧିନାୟକ ହେବେ ସିରାଜ । ଶୁକ୍ରବାର ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏନେଇ ଅଧିକାରିକ ଘୋଷଣା କରାଯାଇଛି ।

ରଣଜୀ ଟ୍ରଫିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅକ୍ଟୋବର ୧୧ରୁ ଆରମ୍ଭ ହେବ । ହାଇଦ୍ରାବାଦ ତା'ର ପ୍ରଥମ ମ୍ୟାଚ୍ ତ୍ରିପୁରା ବିପକ୍ଷରେ ଖେଳିବ । ଏହି ସିଜିନ୍ ପାଇଁ ଦଳର ଅଧିନାୟକ ଓ ଉପଅଧିନାୟକ ଚୟନ ନେଇ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍‌ର ସିନିୟର ସିଲେକ୍ସନ୍ କମିଟି ବୈଠକ କରିଥିଲା । ବୈଠକରେ ମହମ୍ମଦ ସିରାଜଙ୍କୁ ଅଧିନାୟକ ଏବଂ ଚାମା ମିଲିନ୍ଦଙ୍କୁ ଉପଅଧିନାୟକ କରିବା ନେଇ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଛି ।

ସିରାଜ ୨୦୧୫-୧୬ ରଣଜୀ ଟ୍ରଫି ସିଜିନ୍‌ରେ ହାଇଦ୍ରାବାଦ ପାଇଁ ନିଜର ଫର୍ଷ୍ଟ କ୍ଲାସ୍ ଡେବ୍ୟୁ କରିଥିଲେ । ଏହାର ପରବର୍ତ୍ତୀ ସିଜିନ୍‌ରେ ଜବରଦସ୍ତ ବୋଲିଂ କରି ସେ ସମସ୍ତଙ୍କ ନଜରକୁ ଆସିଥିଲେ । ୨୦୧୬-୧୭ ରଣଜୀ ସିଜିନ୍‌ରେ ସେ ମୋଟ ୪୧ଟି ୱିକେଟ୍ ନେଇ ହାଇଦ୍ରାବାଦର ସର୍ବାଧିକ ୱିକେଟ୍ ଟେକର ସାବ୍ୟସ୍ତ ହୋଇଥିଲେ ।
୩୨ ବର୍ଷୀୟ ସିରାଜ ବର୍ତ୍ତମାନ ଭାରତୀୟ ଦଳ ପାଇଁ ତିନୋଟି ଫର୍ମାଟ୍‌ରେ ଖେଳୁଛନ୍ତି । ତେଣୁ ଭାରତୀୟ ଦଳ ସହ ଥିବା ସମୟରେ ରଣଜୀ ମ୍ୟାଚ୍‌ରେ ତାଙ୍କ ଅନୁପସ୍ଥିତିରେ ଉପଅଧିନାୟକ ଚାମା ମିଲିନ୍ଦ ହାଇଦ୍ରାବାଦର ନେତୃତ୍ୱ ନେବେ ।

ସିରାଜ ନିକଟରେ ସାଉଥ୍ ଜୋନ୍ ପକ୍ଷରୁ ଦୁଲୀପ ଟ୍ରଫିର ଫାଇନାଲ୍ ମଧ୍ୟ ଖେଳିଥିଲେ । ତେବେ ଏହି ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ବିଶେଷ ଭଲ ରହିନଥିଲା । ଦୁଇଟି ଇନିଂସ୍‌ରେ ମିଶି ସେ ୪୧ ଓଭର ବୋଲିଂ କରିଥିଲେ ମଧ୍ୟ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ଏବେ ରଣଜୀ ଟ୍ରଫିରେ ଅଧିନାୟକ ଭାବେ ସିରାଜ କିଭଳି ଦଳକୁ ଆଗେଇ ନେଉଛନ୍ତି, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: