Dhoni 25 Percent CSK Share / CSKରେ ଧୋନି ଚାହୁଁଥିଲେ ୨୫% ଅଂଶଧନ ? ଆକାଶ ଚୋପ୍ରା କହିଲେ ବଡ଼ କଥା
·30 mins ago·2 min read

Key Points
ଧୋନିଙ୍କ ୨୫% ଦାବି ସତ ନା ମିଛ ?
ଆକାଶ ଚୋପ୍ରାଙ୍କ ବଡ଼ ଦାବି
୩୮୨୦ କୋଟିର ହିସାବ ଶୁଣି ଚମକିବେ!
ଆକାଶ ଚୋପ୍ରାଙ୍କ ବଡ଼ ଦାବି
୩୮୨୦ କୋଟିର ହିସାବ ଶୁଣି ଚମକିବେ!
ପୁଣି ଚର୍ଚ୍ଚାରେ ମହେନ୍ଦ୍ର ସିଂ ଧୋନି । IPL ୨୦୨୬ରେ ଗୋଟିଏ ବି ମ୍ୟାଚ୍ ନଖେଳି ମଧ୍ୟ ଖବରରେ ଥିଲେ ‘କ୍ୟାପ୍ଟେନ୍ କୁଲ୍’। ଏବେ CSKର ୨୫% ଅଂଶଧନ ଦାବି ନେଇ ଆସିଛି ବଡ଼ ଦାବି । କିନ୍ତୁ ଆକାଶ ଚୋପ୍ରା ଏହି ଖବରକୁ “ମନଗଢ଼ା କାହାଣୀ” କହିଛନ୍ତି ।
IPL ୨୦୨୬ ପରେ ଏବେ ପୁଣି ଚର୍ଚ୍ଚାରେ ଏମ୍ଏସ୍ ଧୋନି । ଏବେ ପୁଣି ତାଙ୍କ ନାମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁସାରେ, ଧୋନି ଚେନ୍ନାଇ ସୁପର କିଙ୍ଗ୍ସ ଫ୍ରାଞ୍ଚାଇଜିରେ ୨୫ ପ୍ରତିଶତ ଅଂଶଧନ ଦାବି କରିଥିବା କୁହାଯାଇଥିଲା । ତେବେ ଏହି ଖବରକୁ ନେଇ ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା ବଡ଼ ପ୍ରଶ୍ନ ଉଠାଇଛନ୍ତି ।
ରିପୋର୍ଟରେ ଦାବି କରାଯାଇଥିଲା ଯେ, ପ୍ରଥମେ ଧୋନି CSKର ୨୫ ପ୍ରତିଶତ ଅଂଶଧନ ଚାହିଁଥିଲେ। ପରେ ଏହାକୁ ୨୦ ପ୍ରତିଶତ କରାଯାଇଥିବା ଏବଂ ଶେଷରେ CSK ପକ୍ଷରୁ ୫.୫ ପ୍ରତିଶତ ଅଂଶଧନ ଦେବାର ପ୍ରସ୍ତାବ ଆସିଥିବା କୁହାଯାଇଥିଲା । ତେବେ CSK ଫ୍ରାଞ୍ଚାଇଜି କିମ୍ବା ଏମ୍ଏସ୍ ଧୋନିଙ୍କ ପକ୍ଷରୁ ଏହି ଖବରକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି ।
ଆକାଶ ଚୋପ୍ରା ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଦାବିକୁ ନେଇ କହିଛନ୍ତି ଯେ ଏହା ଏକ ମନଗଢ଼ା କାହାଣୀ ହୋଇପାରେ । ତାଙ୍କ ଅନୁସାରେ, ଚେନ୍ନାଇ ସୁପର କିଙ୍ଗ୍ସ ଏକ ପାଞ୍ଚଥର IPL ଚାମ୍ପିୟନ୍ ଫ୍ରାଞ୍ଚାଇଜି ଏବଂ ଏହାର ବିଦେଶରେ ମଧ୍ୟ ଟିମ୍ ରହିଛି । ଏହି ଫ୍ରାଞ୍ଚାଇଜିର ଭ୍ୟାଲୁଏସନ୍ ପ୍ରାୟ ୧.୮ ବିଲିୟନ୍ ଡଲାର୍ ପର୍ଯ୍ୟନ୍ତ ଥିବା କୁହାଯାଉଛି ।
ଆକାଶ ଚୋପ୍ରାଙ୍କ କହିବା ଅନୁସାରେ, ୧.୮ ବିଲିୟନ୍ ଡଲାର୍ ଭ୍ୟାଲୁଏସନ୍ରେ ୨୫ ପ୍ରତିଶତ ଅଂଶଧନର ମୂଲ୍ୟ ପ୍ରାୟ ୪୦୦ ମିଲିୟନ୍ ଡଲାର୍ ହେବ । ଭାରତୀୟ ମୁଦ୍ରାରେ ଏହା ୩୮୦୦ କୋଟିରୁ ଅଧିକ ଟଙ୍କା। ଏତେ ବଡ଼ ମୂଲ୍ୟର ଅଂଶଧନ କେହି ଏମିତି ହଠାତ୍ କାହାକୁ ଦେଇଦେବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି ।
ପରେ ୩.୫ ପ୍ରତିଶତ ଏବଂ ୫.୫ ପ୍ରତିଶତ ଅଂଶଧନକୁ ନେଇ ମଧ୍ୟ ଖବର ଆସିଥିଲା । କିନ୍ତୁ ଆକାଶ ଚୋପ୍ରାଙ୍କ ମତରେ, ଏତେ ବଡ଼ ବ୍ୟବସାୟରେ ୨-୩ ପ୍ରତିଶତ ଅଂଶଧନର ମୂଲ୍ୟ ମଧ୍ୟ ଶହ ଶହ କୋଟି ଟଙ୍କା ହୋଇପାରେ । ତେଣୁ ୨୫ ପ୍ରତିଶତରୁ ହଠାତ୍ ୫.୫ ପ୍ରତିଶତକୁ ଆସିବାର କାହାଣୀ ତାଙ୍କୁ ବିଶ୍ୱସନୀୟ ଲାଗୁନାହିଁ । ତେବେ ଆକାଶ ଚୋପ୍ରା ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ପାଖରେ ଏହି ମାମଲାର କୌଣସି ଭେରିଫାଏଡ୍ ସୂଚନା ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏମ୍ଏସ୍ ଧୋନିଙ୍କ IPL କ୍ୟାରିୟରକୁ ଯଦି ଦେଖିବା ତାହାଲେ, ୨୦୧୬ ଓ ୨୦୧୭ ସିଜିନ୍କୁ ଛାଡ଼ି ସେ ପ୍ରାୟ ସମଗ୍ର IPL କ୍ୟାରିୟର ଚେନ୍ନାଇ ସୁପର କିଙ୍ଗ୍ସ ସହିତ କାଟିଛନ୍ତି । ତାଙ୍କ ନାମରେ IPLରେ ୫୪୩୯ ରନ୍ ରହିଛି । ଆଘାତ କାରଣରୁ IPL ୨୦୨୬ରେ ସେ ଗୋଟିଏ ବି ମ୍ୟାଚ୍ ଖେଳିପାରିନଥିଲେ । ଏବେ CSKରେ ତାଙ୍କ ଅଂଶଧନକୁ ନେଇ ଚାଲିଥିବା ଏହି ଚର୍ଚ୍ଚା କେବଳ ଏକ ମନଗଢ଼ା କାହାଣୀ ନା ସତରେ ଏହା ପଛରେ କିଛି ରହସ୍ୟ ରହିଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
Related Topics
Explore more stories