MS Dhoni fine / IPL ପୂର୍ବରୁ ବଢ଼ିଲା ଧୋନିଙ୍କ ସମସ୍ୟା, ରାଞ୍ଚି ଟ୍ରାଫିକ୍ ପୋଲିସ୍ ଲଗାଇଲା ଜରିମାନା
·4 months ago·2 min read

Key Points
ଧୋନି ଭାଙ୍ଗିଲେ ଟ୍ରାଫିକ୍ ନିୟମ
ଆଇପିଏଲ ନୂଆ ସିଜିନ୍ ପୂର୍ବରୁ ଅଡ଼ୁଆରେ ଧୋନି
ରାଞ୍ଚି ଟ୍ରାଫିକ୍ ପୋଲିସ୍ ଲଗାଇଲା ଜରିମାନା
ଆଇପିଏଲ ନୂଆ ସିଜିନ୍ ପୂର୍ବରୁ ଅଡ଼ୁଆରେ ଧୋନି
ରାଞ୍ଚି ଟ୍ରାଫିକ୍ ପୋଲିସ୍ ଲଗାଇଲା ଜରିମାନା
ଆଉ କିଛି ଦିନ ପରେ ଆରମ୍ଭ ହେବ ଆଇପିଏଲ ୨୦୨୬ । IPL ର ନୂଆ ସିଜିନ୍ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ଏମ୍ଏସ୍ ଧୋନି । ସେ ଚେନ୍ନାଇରେ CSK ଶିବିରରେ ମଧ୍ୟ ଯୋଗ ଦେଇଛନ୍ତି । ତେବେ ଏସବୁ ମଧ୍ୟରେ ସିଜିନ ଆରମ୍ଭ ହେବା ପୂର୍ବରୁ ଏମଏସ ଧୋନିଙ୍କୁ ଏକ ବଡ଼ ଝଟକା ଲାଗିଛି । ରାଞ୍ଚି ଟ୍ରାଫିକ୍ ପୋଲିସ ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ ଧୋନିଙ୍କୁ ଜରିମାନା କରିଛି । ମୋଟର ଯାନ ଆଇନର ଧାରା ୧୮୩ ଅନୁଯାୟୀ ଧୋନିଙ୍କୁ ଇ-ଚାଲାଣ ଜାରି କରାଯାଇଛି ।
ଏମଏସ ଧୋନିଙ୍କ ଉପରେ ଜରିମାନା ଲଗାଯାଇଛି
ମୋଟର ଯାନ ଆଇନର ଧାରା ୧୮୩ ଅନୁଯାୟୀ ଏମଏସ ଧୋନିଙ୍କୁ ଇ-ଚାଲାଣ ଜାରି କରାଯାଇଛି । କିଛି ଦିନ ପୂର୍ବରୁ, ଝାଡ଼ଖଣ୍ଡ ରାଜ୍ୟ ଗୃହ ବୋର୍ଡ ରାଞ୍ଚିରେ ଏକ ଆବାସିକ ପ୍ଲଟର ଅପବ୍ୟବହାର ଅଭିଯୋଗରେ ଧୋନିଙ୍କୁ ନୋଟିସ ଜାରି କରିଥିଲା। ଏବେ, ଧୋନିଙ୍କ ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି। ରାଞ୍ଚିରେ ଧୋନିଙ୍କୁ ନିଜ ବାଇକ୍ ଏବଂ କାର ଚଲାଉଥିବାର ଦେଖିବାକୁ ମିଳିଥାଏ । ଧୋନିଙ୍କ ପାଖରେ ଅନେକ ବାଇକ୍ ମଧ୍ୟ ରହିଛି ।
IPL ୨୦୨୬ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି
IPL ୨୦୨୬ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏଥିପାଇଁ ସମସ୍ତ ଦଳ ସେମାନଙ୍କର ପ୍ରସ୍ତୁତିରେ ବ୍ୟସ୍ତ । ଏମଏସ ଧୋନି ମଧ୍ୟ CSK ଶିବିରରେ ଯୋଗ ଦେଇଛନ୍ତି । ସେ ନେଟ୍ସରେ କଠିନ ବ୍ୟାଟିଂ କରୁଛନ୍ତି ଏବଂ ପ୍ରଚୁର ଝାଳ ବୁହାଉଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କୁ ଚେନ୍ନାଇ ୪ କୋଟିରେ ରିଟେନ୍ କରିଛି ।
ସେ ତାଙ୍କ ଅଧିନାୟକତ୍ୱରେ CSKକୁ ପାଞ୍ଚଟି ଟ୍ରଫି ବିଜୟୀ କରାଇଛନ୍ତି । ଏଥର ଋତୁରାଜ ଗାୟକ୍ବାଡଙ୍କ ଅଧିନାୟକତ୍ୱରେ CSK ଏହାର ଷଷ୍ଠ ଟାଇଟଲ ପାଇଁ ଖେଳିବ । ଏଥର CSKରେ ସଞ୍ଜୁ ସାମସନ ଏବଂ ସରଫରାଜ ଖାନଙ୍କ ପରି ଷ୍ଟାର ଖେଳାଳି ଅଛନ୍ତି । ରବିନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁଙ୍କୁ ରାଜସ୍ଥାନ ରୟାଲ୍ସରୁ ଟ୍ରେଡ୍ କରାଯାଇଥିଲା । ଏମ୍ଏସ୍ ଧୋନିଙ୍କ ପ୍ରଶଂସକମାନେ ମଧ୍ୟ IPL ୨୦୨୬ ପାଇଁ ଅପେକ୍ଷା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories