MS Dhoni CSK Coach / ଧୋନି ହେବେ କି ଚେନ୍ନାଇର ମୁଖ୍ୟ କୋଚ୍ ? ଅଶ୍ବିନଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା
·1 hour ago·3 min read

Key Points
ଚେନ୍ନାଇରେ ବଡ଼ ପରିବର୍ତ୍ତନ
ଧୋନି ହୋଇପାରନ୍ତି ହେଡ୍ କୋଚ୍
ଅଶ୍ୱିନ ଦେଲେ ବଡ଼ ସଙ୍କେତ
ଧୋନି ହୋଇପାରନ୍ତି ହେଡ୍ କୋଚ୍
ଅଶ୍ୱିନ ଦେଲେ ବଡ଼ ସଙ୍କେତ
ଚଳିତ ଆଇପିଏଲ ସିଜିନ୍ରେ ପ୍ଲେଅଫ୍କୁ ଯାଇପାରିନି ଚେନ୍ନାଇ ସୁପର କିଙ୍ଗ୍ସ । IPL ୨୦୨୬ରେ ଖରାପ ପ୍ରଦର୍ଶନ ପରେ ଚେନ୍ନାଇ ସୁପର କିଙ୍ଗ୍ସରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ଏକ ବୟାନ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । ଅଶ୍ୱିନଙ୍କ ସୂକ୍ଷ୍ମ ଇଙ୍ଗିତ ପ୍ରଶଂସକମାନଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ଭାବରେ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଚାର କରିବାକୁ ପ୍ରେରଣା ଦେଇଛି ।
IPL 2026 ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଖରାପ ଥିଲା । ଋତୁରାଜ ଗାଏକ୍ବାଡଙ୍କ ଅଧିନାୟକତ୍ବରେ CSK ୧୪ ମ୍ୟାଚ୍ରୁ କେବଳ ୬ଟିରେ ବିଜୟଲାଭ କରିଥିଲା । ଆଉ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିଲା । ଚଳିତ ସିଜିନ୍ରେ ଚେନ୍ନାଇର ଏଭଳି ପ୍ରଦର୍ଶନ ପରେ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂଙ୍କ ପ୍ରତି ଆଙ୍ଗୁଳି ଉଠିଛି । ନିକଟରେ ଫ୍ଲେମିଂ ମଧ୍ୟ ତାଙ୍କ ଭବିଷ୍ୟତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ କ୍ରିକେଟରେ ରେଜଲ୍ଟ ହିଁ ସର୍ବଦା ଜଣେ କୋଚ୍ଙ୍କ ଭବିଷ୍ୟତ ନିର୍ଣ୍ଣୟ କରେ । ତେବେ ଆଗକୁ କ'ଣ ହେବ ତାହା ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ ବୋଲି ଫ୍ଲେମିଂ କହିଥିଲେ ।
ତେବେ ଏସବୁ ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଜଣେ କ୍ରିକେଟ ପ୍ରେମୀ ମଜା କରି ଲେଖିଥିଲେ ଯେ ଯଦି CSK ଜଣେ ନୂତନ ପ୍ରଶିକ୍ଷକ ଖୋଜୁଛି, ତେବେ ଅଶ୍ୱିନଙ୍କୁ ଦାୟିତ୍ୱ ଦିଆଯିବା ଉଚିତ୍ ନୁହେଁ କାରଣ ସେ ମ୍ୟାଚ୍ ପୂର୍ବରୁ ତାଙ୍କ YouTube ଚ୍ୟାନେଲରେ ପ୍ଲେଇଂ ଇଲେଭେନ କହିଦେବେ । ତେବେ ଅଶ୍ୱିନ ତାଙ୍କ ଶୈଳୀରେ ଉତ୍ତର ଦେଇ ଲେଖିଛନ୍ତି, "ମୁଁ ସମ୍ପୂର୍ଣ୍ଣ ସହମତ । ମୁଁ କେବଳ ପ୍ଲେଇଂ ଇଲେଭେନ ପ୍ରକାଶ କରିବି ନାହିଁ ବରଂ ଆମର ସମ୍ପୂର୍ଣ୍ଣ ବ୍ୟାଟିଂ ଏବଂ ବୋଲିଂ ଯୋଜନା ମଧ୍ୟ ପ୍ରତିପକ୍ଷ ଦଳକୁ କହିଦେବି ।''
ରବିଚନ୍ଦ୍ରନ ଅଶ୍ୱିନ ଆହୁରି ମଜା କରି କହିଥିଲେ ଯେ ଏପରି କରିବା ଦ୍ୱାରା ସେ ଦୁର୍ନୀତି ନିବାରଣ ୟୁନିଟ୍ ଦ୍ୱାରା ଧରାପଡ଼ିବେ । କିନ୍ତୁ ଅଶ୍ୱିନ ଏହା ପରେ ଯାହା ଲେଖିଥିଲେ ତାହା ଇଣ୍ଟରନେଟ୍ରେ ବେଶ୍ ଭାଇରାଲ ହୋଇଥିଲା । ସେ କହିଥିଲେ, "ଯେତେବେଳେ MSD (ମହେନ୍ଦ୍ର ସିଂହ ଧୋନି) ଅଛନ୍ତି, ଅନ୍ୟ କାହାକୁ କାହିଁକି ଖୋଜୁଛନ୍ତି ?" । ଅଶ୍ବିନଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ତୁରନ୍ତ ଆଲୋଚନା କରିବା ଆରମ୍ଭ କରିଥିଲେ ଯେ ଭବିଷ୍ୟତରେ ଏମ୍ଏସ୍ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ।
ମହେନ୍ଦ୍ର ସିଂ ଧୋନି IPL ୨୦୨୬ରେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ । ସେ ଆରମ୍ଭରୁ ମାଂସପେଶୀରେ ଆଘାତ ସହିତ ସଂଘର୍ଷ କରୁଥିଲେ । ଏହି ଆଘାତରୁ ସୁସ୍ଥ ହୋଇଥିବା ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯାହାଫଳରେ ସେ ପୂରା ସିଜିନ୍ରୁ ବାଦ୍ ପଡ଼ିଥିଲେ ।
ମହେନ୍ଦ୍ର ସିଂ ଧୋନିଙ୍କୁ କ୍ରିକେଟର ସବୁଠାରୁ ବଡ଼ ମାଷ୍ଟରମାଇଣ୍ଡମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ମ୍ୟାଚ୍ ପରିସ୍ଥିତିକୁ ବୁଝିବା, ଚାପରେ ଶାନ୍ତ ରହିବା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ତାଙ୍କର କ୍ଷମତା ତାଙ୍କୁ ଜଣେ ଆଦର୍ଶ ପ୍ରଶିକ୍ଷକ କରିଥାଏ। ସିଏସକେର ସଂସ୍କୃତି, ଦଳ ପରିଚାଳନା ଏବଂ ଖେଳାଳିମାନଙ୍କ ସହିତ ତାଙ୍କର ସମ୍ପର୍କ ମଧ୍ୟ ଅତ୍ୟନ୍ତ ମଜବୁତ । ତେଣୁ ଆଗାମୀ ଦିନରେ ସେ ଚେନ୍ନାଇ ସୁପର କିଙ୍ଗ୍ସର ହେଡ୍ କୋଚ୍ ହୋଇପାରନ୍ତି ବୋଲି ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Absolutely agree with you!
— Ashwin 🇮🇳 (@ashwinravi99) May 23, 2026
I will announce 11 and make sure the opposition know the bowling and batting plans as well.🤝🤝
In fact, the above will ensure that the anti corruption unit will take me to task & will also ensure my own failure.
Rules Kooda theriyuma engenthu da… https://t.co/wnI4ArAy0s
ରବିଚନ୍ଦ୍ରନ ଅଶ୍ୱିନ ଆହୁରି ମଜା କରି କହିଥିଲେ ଯେ ଏପରି କରିବା ଦ୍ୱାରା ସେ ଦୁର୍ନୀତି ନିବାରଣ ୟୁନିଟ୍ ଦ୍ୱାରା ଧରାପଡ଼ିବେ । କିନ୍ତୁ ଅଶ୍ୱିନ ଏହା ପରେ ଯାହା ଲେଖିଥିଲେ ତାହା ଇଣ୍ଟରନେଟ୍ରେ ବେଶ୍ ଭାଇରାଲ ହୋଇଥିଲା । ସେ କହିଥିଲେ, "ଯେତେବେଳେ MSD (ମହେନ୍ଦ୍ର ସିଂହ ଧୋନି) ଅଛନ୍ତି, ଅନ୍ୟ କାହାକୁ କାହିଁକି ଖୋଜୁଛନ୍ତି ?" । ଅଶ୍ବିନଙ୍କ ଏହି ବୟାନ ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ତୁରନ୍ତ ଆଲୋଚନା କରିବା ଆରମ୍ଭ କରିଥିଲେ ଯେ ଭବିଷ୍ୟତରେ ଏମ୍ଏସ୍ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି ।
ମହେନ୍ଦ୍ର ସିଂ ଧୋନି IPL ୨୦୨୬ରେ ଗୋଟିଏ ବି ମ୍ୟାଚ୍ ଖେଳିପାରି ନଥିଲେ । ସେ ଆରମ୍ଭରୁ ମାଂସପେଶୀରେ ଆଘାତ ସହିତ ସଂଘର୍ଷ କରୁଥିଲେ । ଏହି ଆଘାତରୁ ସୁସ୍ଥ ହୋଇଥିବା ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଯାହାଫଳରେ ସେ ପୂରା ସିଜିନ୍ରୁ ବାଦ୍ ପଡ଼ିଥିଲେ ।
ମହେନ୍ଦ୍ର ସିଂ ଧୋନିଙ୍କୁ କ୍ରିକେଟର ସବୁଠାରୁ ବଡ଼ ମାଷ୍ଟରମାଇଣ୍ଡମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ । ମ୍ୟାଚ୍ ପରିସ୍ଥିତିକୁ ବୁଝିବା, ଚାପରେ ଶାନ୍ତ ରହିବା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ତାଙ୍କର କ୍ଷମତା ତାଙ୍କୁ ଜଣେ ଆଦର୍ଶ ପ୍ରଶିକ୍ଷକ କରିଥାଏ। ସିଏସକେର ସଂସ୍କୃତି, ଦଳ ପରିଚାଳନା ଏବଂ ଖେଳାଳିମାନଙ୍କ ସହିତ ତାଙ୍କର ସମ୍ପର୍କ ମଧ୍ୟ ଅତ୍ୟନ୍ତ ମଜବୁତ । ତେଣୁ ଆଗାମୀ ଦିନରେ ସେ ଚେନ୍ନାଇ ସୁପର କିଙ୍ଗ୍ସର ହେଡ୍ କୋଚ୍ ହୋଇପାରନ୍ତି ବୋଲି ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories