MS Dhoni: ଏସିଆ କପ୍ ପୂର୍ବ ଧୋନିଙ୍କୁ BCCIର ବଡ଼ ଅଫର ! ପୁଣି ଦଳକୁ ଫେରିପାରନ୍ତି କ୍ୟାପଟେନ୍ କୁଲ୍

Key Points
ଟି-୨୦ ବିଶ୍ବକପ୍ ପାଇଁ ପୁଣି ଦଳକୁ ଫେରିପାରନ୍ତି ଧୋନି। ବିସିସିଆଇ ଦେଲା ବଡ଼ ଅଫର । ପୁଣି ମେଣ୍ଟର ରୋଲରେ ନଜର ଆସିପାରନ୍ତି କ୍ୟାପଟେନ୍ କୁଲ୍ ।
୨୮ ବର୍ଷ ପରେ ୨୦୧୧ରେ ଦିନିକିଆ ବିଶ୍ବକପ୍ ଟାଇଟଲ ଜିତିଥିଲା ଭାରତ । ଏହି ବିଜୟରେ ସବୁଠାରୁ ବଡ଼ ଭୂମିକା ଥିଲା ଏମଏସ୍ ଧୋନି ଏବଂ ଗୌତମ ଗମ୍ଭୀରଙ୍କ ପାର୍ଟନରସିପ୍ । ଏହି ଯୋଡ଼ିଙ୍କ ପାଇଁ ଟିମ୍ ଇଣ୍ଡିଆର ବର୍ଷ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଥିଲା । ଆଉ ଏବେ ବହୁ ବର୍ଷ ପରେ, ଯଦି ବିସିସିଆଇର ଯୋଜନା ସଫଳ ହୁଏ, ତେବେ ପୁଣି ଥରେ ଏକାଠି ହୋଇ ଭାରତକୁ ଚାମ୍ପିଅନ୍ କରିପାରିବେ ଧୋନି-ଗମ୍ଭୀର ।
ଯଦିଓ ଏବେ ଟିମ୍ ଇଣ୍ଡିଆର ଧ୍ୟାନ ଏସିଆ କପ୍ ଉପରେ ରହିଛି । କିନ୍ତୁ ବିସିସିଆଇ ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ୨୦୨୬ ଟି-୨୦ ବିଶ୍ୱକପକୁ ଆଖି ଆଗରେ ରଖି, ଏଥର ଏସିଆ କପ୍ ଟି-୨୦ ଫର୍ମାଟରେ ଖେଳାଯିବ। ତେବେ ଆସନ୍ତା ବର୍ଷ ଖେଳାଯିବାକୁ ICCର ଏକ ବଡ଼ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଏକ ବଡ଼ ଅପଡେଟ୍ ଏବେ ସାମ୍ନାକୁ ଆସିଛି । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ଏକାଠି କାମ କରୁଥିବାର ଦେଖାଯାଇପାରେ ।
📱 Get Argus News App
✨ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ପୁଣି ଥରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ମେଣ୍ଟର ହେବାକୁ ପ୍ରସ୍ତାବ ଦେଇଛି । ଧୋନି ୨୦୨୧ରେ ହୋଇଥିବା ଟି-୨୦ ବିଶ୍ୱକପ୍ ସମୟରେ ମେଣ୍ଟର ଭୂମିକା ତୁଲାଇଥିଲେ । କିନ୍ତୁ ଟିମ୍ ଇଣ୍ଡିଆର ପ୍ରଦର୍ଶନ ବହୁତ ଖରାପ ଥିଲା । ଗ୍ରୁପ୍ ପର୍ଯ୍ୟାୟରୁ ହିଁ ଭାରତ ବାଦ୍ ପଡ଼ିଥିଲା ।
ଆଉ ଏବେ ପୁଣି ଫରେ ଧୋନିଙ୍କୁ ୨୦୨୬ ଟି-୨୦ ବିଶ୍ବକପ୍ ପାଇଁ ଧୋନିଙ୍କୁ ଏହି ପଦବୀ ଦିଆଯାଇପାରେ । ବିସିସିଆଇ ବିଶ୍ୱାସ କରେ ଯେ ତାଙ୍କର ରଣନୈତିକ ଚିନ୍ତାଧାରା, ଶାନ୍ତ ନେତୃତ୍ୱ କ୍ଷମତା ଏବଂ ଟୁର୍ଣ୍ଣାମେଣ୍ଟ ବିଜୟୀ ଅଭିଜ୍ଞତା ଆଉ ଏକ ବିଶ୍ୱ ଟାଇଟଲ୍ ଚ୍ୟାଲେଞ୍ଜ ପାଇଁ ଦଳକୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। ତେବେ ଧୋନି ବିସିସିଆଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ତାହା ବଡ଼ ପ୍ରଶ୍ନ ।