Videos
|
Sports

Dhoni Retirement Reaction / ରାଇନାଙ୍କ ଅବସର ଖବର ଶୁଣି ଚମକି ଯାଇଥିଲେ ଧୋନି, ଜାଣନ୍ତୁ କ୍ୟାପଟେନ୍‌ କୁଲ୍‌ଙ୍କ ପ୍ରତିକ୍ରିୟା ?

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ରାଇନାଙ୍କ ଅବସର ଖବର ଶୁଣି ଚମକି ଯାଇଥିଲେ ଧୋନି, ଜାଣନ୍ତୁ କ୍ୟାପଟେନ୍‌ କୁଲ୍‌ଙ୍କ ପ୍ରତିକ୍ରିୟା ?
Suresh Raina

Key Points

ଧୋନିଙ୍କ ପରେ ରାଇନାଙ୍କ ସନ୍ନ୍ୟାସ
ରାଇନାଙ୍କ ଅବସର ଖବର ଶୁଣି ଚମକି ଯାଇଥିଲେ ଧୋନି
ଖବର ଶୁଣି କ’ଣ କହିଥିଲେ ‘କ୍ୟାପ୍ଟେନ୍ କୁଲ୍’?
ଧୋନି-ରାଇନାଙ୍କ ବନ୍ଧୁତା କ୍ରିକେଟ୍‌ ଦୁନିଆରେ କାହାକୁ ବା ଅଜଣା । ମଇଦାନଠାରୁ ଡ୍ରେସିଂ ରୁମ୍‌, ଏପରିକି ଅବସର ନେବାର ନିଷ୍ପତ୍ତିରେ ବି ଦୁହିଁଙ୍କ ମଧ୍ୟରେ ରହିଛି ଏକ ଅଲଗା ସମ୍ପର୍କ । ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବିଦାୟ କହିବାର କିଛି ଘଣ୍ଟା ପରେ ସୁରେଶ ରାଇନା ମଧ୍ୟ ନେଇଥିଲେ ଅବସର । କିନ୍ତୁ ରାଇନାଙ୍କ ଏହି ନିଷ୍ପତ୍ତି ଶୁଣି ଧୋନିଙ୍କ ପ୍ରତିକ୍ରିୟା କ’ଣ ଥିଲା ? ୬ ବର୍ଷ ପରେ ଏବେ ସେ ଏବେ ପ୍ରଥମ ଥର ପାଇଁ ବଡ଼ ଖୁଲାସା କରିଛନ୍ତି ।

୨୦୨୦ ମସିହା, ଅଗଷ୍ଟ ୧୫ । ଭାରତୀୟ କ୍ରିକେଟ୍‌ ପାଇଁ ଏହି ଦିନଟି ସବୁବେଳେ ମନେ ରହିବ । କାରଣ ଏହି ଦିନ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ଧୋନିଙ୍କ ଏହି ଘୋଷଣାର କିଛି ଘଣ୍ଟା ପରେ ଆଉ ଜଣେ ଭାରତୀୟ ଷ୍ଟାର କ୍ରିକେଟର ମଧ୍ୟ ଅବସର ନେଇଥିଲେ । ଆଉ ସେ ହେଉଛନ୍ତି ଧୋନିଙ୍କ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ସୁରେଶ ରାଇନା ।

ଧୋନି ଏବଂ ରାଇନା ଦୁହେଁ ଦୀର୍ଘ ସମୟ ଧରି ଭାରତୀୟ ଦଳ ସହ ଖେଳିଥିବା ବେଳେ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ମଧ୍ୟ ଏକାଠି ଅନେକ ବର୍ଷ ବିତାଇଛନ୍ତି । ତେବେ ଧୋନିଙ୍କ ଅବସର ପରେ ଯେତେବେଳେ ରାଇନା ମଧ୍ୟ ଅବସର ଘୋଷଣା କଲେ, ସେତେବେଳେ ଧୋନିଙ୍କ ପ୍ରତିକ୍ରିୟା କ’ଣ ଥିଲା ? ଏବେ ନିଜେ ସେ ନିଜେ ଏହାର ଖୁଲାସା କରିଛନ୍ତି ।

ଆକାଶ ଚୋପ୍ରାଙ୍କ ସହ କଥାବାର୍ତ୍ତା ବେଳେ ରାଇନା କହିଥିଲେ ଯେ, ଧୋନିଙ୍କ ଅବସର ଘୋଷଣା ପରେ ସେ ଡ୍ରେସିଂ ରୁମ୍‌କୁ ଯାଇଥିଲେ ଏବଂ ନିଜକୁ କହିଥିଲେ—ଏବେ ସବୁ ଶେଷ । ଏହାପରେ ସେ ମଧ୍ୟ ଅବସର ଘୋଷଣା କରିଥିଲେ। ରାଇନାଙ୍କ ଏହି ନିଷ୍ପତ୍ତି ଶୁଣି ଧୋନି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଧୋନି ତାଙ୍କୁ କହିଥିଲେ—“ଏହା ତୁମେ କ’ଣ କଲ ?''

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଇନାଙ୍କ ପାଇଁ ବଡ଼ ତ୍ୟାଗ କରିଥିଲେ ଧୋନି

କେବଳ ବନ୍ଧୁତା ନୁହେଁ, ରାଇନାଙ୍କ କ୍ରିକେଟ୍‌ କ୍ୟାରିୟରରେ ମଧ୍ୟ ଧୋନିଙ୍କ ଭୂମିକା ବଡ଼ ଥିଲା । ରାଇନା କହିଛନ୍ତି ଯେ ତାଙ୍କୁ ସୁଯୋଗ ଦେବା ପାଇଁ ଧୋନି ନିଜ ବ୍ୟାଟିଂ ପୋଜିସନ୍‌ରେ ପରିବର୍ତ୍ତନ କରିଥିଲେ । ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ଧୋନି ଉପର କ୍ରମରେ ବ୍ୟାଟିଂ କରୁଥିଲେ । କିନ୍ତୁ ରାଇନାଙ୍କୁ ଦଳରେ ଉପଯୁକ୍ତ ସ୍ଥାନ ଦେବା ପାଇଁ ଧୋନି ନିଜ ବ୍ୟାଟିଂ ପୋଜିସନ୍‌ ଛାଡ଼ିଥିଲେ ।

ରାଇନା କହିଛନ୍ତି ଯେ ଧୋନିଙ୍କ ଏହି ତ୍ୟାଗ ତାଙ୍କୁ ଦଳ ପାଇଁ ଆହୁରି ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଦେଇଥିଲା। ଗାଙ୍ଗୁଲିଙ୍କ ଅଧିନାୟକତ୍ୱ ସମୟରେ ଧୋନି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ମଧ୍ୟ ବ୍ୟାଟିଂ କରିଥିଲେ। କିନ୍ତୁ ପରେ ଅଧିନାୟକ ହେବା ପରେ ସେ ଅଧିକାଂଶ ସମୟରେ ଷଷ୍ଠ ସ୍ଥାନରେ ବ୍ୟାଟିଂ କରୁଥିଲେ ।