Dhoni Retirement / IPLରୁ ଅବସର ନେବେ କି ଧୋନି ? ଡିସେମ୍ବର ସୁଦ୍ଧା ନେବେ ବଡ଼ ନିଷ୍ପତ୍ତି ! କହିଲେ...
·1 hour ago·2 min read

Key Points
ଫ୍ୟାନ୍ସଙ୍କ ଅପେକ୍ଷାର ହେବ କି ଅନ୍ତ ?
IPL ୨୦୨୭କୁ ନେଇ ଧୋନି କହିଲେ ଏମିତି
ଡାକ୍ତରଙ୍କ ରିପୋର୍ଟ ପରେ ନିଷ୍ପତ୍ତି ନେବେ ଧୋନି
IPL ୨୦୨୭କୁ ନେଇ ଧୋନି କହିଲେ ଏମିତି
ଡାକ୍ତରଙ୍କ ରିପୋର୍ଟ ପରେ ନିଷ୍ପତ୍ତି ନେବେ ଧୋନି
ଆଇପିଏଲ୍ ୨୦୨୭ରେ ମହେନ୍ଦ୍ର ସିଂହ ଧୋନି ଖେଳିବେ କି ନାହିଁ, ତାହାକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି । ଆଗାମୀ ସିଜିନ୍ରେ ଖେଳିବା ନେଇ ଧୋନି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି । ତେବେ ଡିସେମ୍ବର ପୂର୍ବରୁ ସେ ନିଜ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ପୂର୍ବ ସିଜିନ୍ରେ ଆଘାତ କାରଣରୁ ଧୋନି ଗୋଟିଏ ବି ମ୍ୟାଚ୍ ଖେଳିପାରିନଥିଲେ । ଆଉ ଏହା ପରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ବଢ଼ିଛି ।
ଡିସେମ୍ବର ପୂର୍ବରୁ ନିଷ୍ପତ୍ତି ନେବେ ଧୋନି
ନିକଟରେ ଏକ ହେଲ୍ଥକେୟାର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଧୋନି ବେଙ୍ଗାଲୁରୁ ଯାଇଥିଲେ । ସେଠାରେ ତାଙ୍କୁ ଆଇପିଏଲ୍ରେ ନିଜ ଭବିଷ୍ୟତ ବିଷୟରେ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ ପ୍ରଥମେ ଡାକ୍ତରୀ ପରୀକ୍ଷା କରାଇବେ, ତା’ପରେ ରିପୋର୍ଟ ଆସିବ ଏବଂ ଏହାକୁ ଆଧାର କରି ଆଗାମୀ ସିଜିନ୍ ଖେଳିବେ କି ନାହିଁ, ସେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଧୋନି କହିଛନ୍ତି ଯେ ତାଙ୍କୁ ପ୍ରଥମେ ଡାକ୍ତରୀ ପରୀକ୍ଷା କରାଇବାକୁ ପଡ଼ିବ । ଡାକ୍ତରଙ୍କ ରିପୋର୍ଟ ମିଳିବା ପରେ ହିଁ ସେ ଆଉ ଏକ ସିଜିନ୍ ଖେଳିବା ସ୍ଥିତିରେ ଅଛନ୍ତି କି ନାହିଁ, ତାହା ସ୍ପଷ୍ଟ ହେବ ।
#WATCH | Bengaluru, Karnataka | On his IPL future, Former Indian Cricket Team Captain Mahendra Singh Dhoni says, "I'll have to go through the tests. You'll have to give me the report, and before December, I'll need to assess how strong I am and whether I can play one more season. If I'm not fit enough, then you'll have to make sure you do everything right to get this old vintage vehicle running smoothly on the road..." (24.10)
— ANI (@ANI) October 24, 2026
ଡାକ୍ତରଙ୍କ ଉପରେ ସବୁକିଛି ନିର୍ଭର
ନିଜ ଫିଟନେସ୍କୁ ନେଇ ଧୋନି ମଜାଳିଆ ଢଙ୍ଗରେ କହିଛନ୍ତି ଯେ ଏବେ ସବୁକିଛି ଡାକ୍ତରଙ୍କ ଉପରେ ନିର୍ଭର କରୁଛି । ଡାକ୍ତରମାନେ ତାଙ୍କ ଶରୀର ଠିକ୍ ଅଛି କି ନାହିଁ, ତାହା ନିଶ୍ଚିତ କରିବେ ।
ନିଜକୁ ଏକ ପୁରୁଣା ଗାଡ଼ି ସହ ତୁଳନା କରି ଧୋନି କହିଛନ୍ତି ଯେ ତାଙ୍କ ଭଳି ପୁରୁଣା ଗାଡ଼ି ରାସ୍ତାରେ ଠିକ୍ ଭାବେ ଚାଲିପାରିବ କି ନାହିଁ, ତାହା ଡାକ୍ତରମାନଙ୍କୁ ନିଶ୍ଚିତ କରିବାକୁ ପଡ଼ିବ । ଏହି ମନ୍ତବ୍ୟ ପରେ ତାଙ୍କ ଆଇପିଏଲ୍ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି ।
CSKର ନୂଆ ଯୋଜନାରେ ଧୋନିଙ୍କ ଭୂମିକା
ଆଗାମୀ ସିଜିନ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ହେଡ୍ କୋଚ୍ ଭାବେ ଜହିର ଖାନ୍ଙ୍କୁ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତିରେ ଧୋନିଙ୍କର ମଧ୍ୟ ବଡ଼ ଭୂମିକା ଥିବା ନେଇ ଚର୍ଚ୍ଚା ହେଉଛି । ଧୋନି ଖେଳାଳି ଭାବେ ଆଗାମୀ ସିଜିନ୍ରେ ଖେଳନ୍ତୁ କି ନାହିଁ, ଦଳର ନିଲାମ ପ୍ରକ୍ରିୟା ଓ ରଣନୀତି ପ୍ରସ୍ତୁତିରେ ତାଙ୍କର ଅବଦାନ ରହିପାରେ । ତେଣୁ ଧୋନିଙ୍କ ନିଷ୍ପତ୍ତି କେବଳ ତାଙ୍କ ଭବିଷ୍ୟତ ନୁହେଁ, CSKର ଆଗାମୀ ଯୋଜନା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ନଭେମ୍ବର ୧୫ରେ ରିଟେନସନ୍ ତାଲିକା
ଆଇପିଏଲ୍ ୨୦୨୭ ପାଇଁ ସମସ୍ତ ଦଳକୁ ନଭେମ୍ବର ୧୫ ସୁଦ୍ଧା ନିଜ ରିଟେନସନ୍ ତାଲିକା ଜାରି କରିବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି । ଏହି କାରଣରୁ CSK ପରିଚାଳନା ଧୋନିଙ୍କ ଫିଟନେସ୍ ରିପୋର୍ଟ ଓ ନିଷ୍ପତ୍ତି ଉପରେ ନଜର ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories