Videos
|
Sports

Mumbai Indians New Coach / CSK ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲା ନୂଆ ହେଡ୍ କୋଚ୍, ୨୦୨୭ ସିଜିନ୍ ପୂର୍ବରୁ ବଡ଼ ନିଷ୍ପତ୍ତି

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
CSK ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ମିଳିଲା ନୂଆ ହେଡ୍ କୋଚ୍, ୨୦୨୭ ସିଜିନ୍ ପୂର୍ବରୁ ବଡ଼ ନିଷ୍ପତ୍ତି
MI Head Coach

Key Points

ମୁମ୍ବାଇ ଇଣ୍ଡିଆନ୍ସର ନୂଆ ହେଡ୍ କୋଚ୍ ଘୋଷଣା
୨୦୨୭ WPL ପାଇଁ ବଡ଼ ପରିବର୍ତ୍ତନ
ଲିସା କିଟ୍‌ଲିଙ୍କ ସ୍ଥାନରେ ନୂଆ କୋଚ୍
ମୁମ୍ବାଇ ଇଣ୍ଡିଆନ୍ସରେ ହେଲା ପରିବର୍ତ୍ତନ । ୨୦୨୭ WPL ପାଇଁ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ MI । ମୁମ୍ବାଇ ନୂଆ ହେଡ୍‌ କୋଚ୍‌ଙ୍କ ନାମ ଘୋଷଣା କରିଛି । ଲିସା କିଟ୍‌ଲିଙ୍କ ସ୍ଥାନ ନେଇଛନ୍ତି ଅଷ୍ଟ୍ରେଲୀୟ କୋଚ୍ ଲ୍ୟୁକ୍ ୱିଲିୟମ୍ସ । ଯିଏ ୨୦୨୫ରେ RCBକୁ ପ୍ରଥମ WPL ଟାଇଟଲ୍ ଜିତାଇଥିଲେ, ସେହି କୋଚ୍ ଏବେ ମୁମ୍ବାଇ ଇଣ୍ଡିଆନ୍ସର ଦାୟିତ୍ୱ ନେବେ ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ଲିସା କିଟ୍‌ଲି ମୁଖ୍ୟ କୋଚ୍ ପଦରୁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ସ୍ଥାନରେ ୨୦୨୭ ମହିଳା ପ୍ରିମିୟର ଲିଗ୍ ପାଇଁ ଲ୍ୟୁକ୍ ୱିଲିୟମ୍ସଙ୍କୁ ହେଡ୍ କୋଚ୍ ଦାୟିତ୍ୱ ଦିଆଯାଇଛି ।

ଲିସା କିଟ୍‌ଲିଙ୍କ ଅଧୀନରେ ଦଳର ପ୍ରଦର୍ଶନ

ଗତବର୍ଷ ସେପ୍ଟେମ୍ବରରେ ଲିସା କିଟ୍‌ଲିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ହେଡ୍ କୋଚ୍ ନିଯୁକ୍ତ କରାଯାଇଥିଲା । ତାଙ୍କ କୋଚିଂ ସମୟରେ ଦଳ ଗତ ସିଜିନ୍‌ରେ ୫ଟି ଟିମ୍ ମଧ୍ୟରୁ ଚତୁର୍ଥ ସ୍ଥାନରେ ରହିଥିଲା । WPLରେ ଏହା ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ମୁମ୍ବାଇ ଇଣ୍ଡିଆନ୍ସ ୨୦୨୩ ଏବଂ ୨୦୨୫ରେ WPL ଟାଇଟଲ୍ ଜିତିଥିବା ବେଳେ ୨୦୨୪ରେ ଦଳ ଏଲିମିନେଟର ପର୍ଯ୍ୟାୟରେ ପହଞ୍ଚିଥିଲା ।



ୱିଲିୟମ୍ସଙ୍କ ରହିଛି ବଡ଼ କୋଚିଂ ଅଭିଜ୍ଞତା

ଲ୍ୟୁକ୍ ୱିଲିୟମ୍ସ ମହିଳା କ୍ରିକେଟ୍‌ରେ ଜଣେ ଅଭିଜ୍ଞ କୋଚ୍ ଭାବେ ପରିଚିତ । ୨୦୨୫ରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମହିଳା ଦଳର ହେଡ୍ କୋଚ୍ ଥିଲେ ଏବଂ ତାଙ୍କ ଅଧୀନରେ RCB ପ୍ରଥମ ଥର ପାଇଁ ଟାଇଟଲ୍ ଜିତିଥିଲା । ଏହା ପୂର୍ବରୁ ୱିଲିୟମ୍ସ ମହିଳା ବିଗ୍ ବାଶ୍ ଲିଗ୍‌ର ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ମହିଳା ‘ଦ ହଣ୍ଡ୍ରେଡ୍’ର ସାଉଦର୍ନ ବ୍ରେଭ୍ ଦଳର ମଧ୍ୟ ହେଡ୍ କୋଚ୍ ଭାବେ କାମ କରିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସର ନୂଆ ହେଡ୍ କୋଚ୍ ହେବା ପରେ ୱିଲିୟମ୍ସ କହିଛନ୍ତି ଯେ, ଦଳ ପାଖରେ ଏକାଠି ହୋଇ କିଛି ବିଶେଷ କରିବା, ରୋମାଞ୍ଚକ ଢଙ୍ଗରେ କ୍ରିକେଟ୍ ଖେଳିବା ଏବଂ ସଫଳତା ପାଇଁ ପ୍ରତିଯୋଗିତା କରିବାର ଭଲ ସୁଯୋଗ ରହିଛି ।

ନୀତା ଅମ୍ବାନୀଙ୍କ ପ୍ରତିକ୍ରିୟା

ମୁମ୍ବାଇ ଇଣ୍ଡିଆନ୍ସର ମାଲିକା ନୀତା ଅମ୍ବାନୀ ଲ୍ୟୁକ୍ ୱିଲିୟମ୍ସଙ୍କୁ ଜଣେ ସଫଳ କୋଚ୍ ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କ ଅନୁସାରେ, ୱିଲିୟମ୍ସ ବ୍ୟାପକ ଅଭିଜ୍ଞତା, ଖେଳାଳିଙ୍କ ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତା ନେଇ ଦଳରେ ଯୋଗ ଦେଉଛନ୍ତି । ଏବେ ନୂଆ ହେଡ୍ କୋଚ୍ ଲ୍ୟୁକ୍ ୱିଲିୟମ୍ସଙ୍କ ନେତୃତ୍ୱରେ ୨୦୨୭ WPLରେ ମୁମ୍ବାଇ ଇଣ୍ଡିଆନ୍ସ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: