Suryakumar Yadav Mumbai Team / ଘୋଷଣା ହେଲା ଦଳ, ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲାନି ଅଧିନାୟକ ଦାୟିତ୍ବ
·9 months ago·2 min read

Key Points
ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ଘୋଷଣା ହେଲା ମୁମ୍ବାଇ ଦଳ । ହେଲେ ସୂର୍ଯ୍ୟକୁମାରଙ୍କୁ ମିଳିଲାନି ଅଧିନାୟକ । ଏହି ଅଲରାଉଣ୍ଡର ତୁଲାଇବେ କ୍ୟାପଟେନ୍ସି ରୋଲ୍ ।
ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ଘୋଷଣା ହୋଇଛି ମୁମ୍ବାଇ ଦଳ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ଦଳରେ ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ ଓ ସରଫରାଜ ଖାନ ରହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇନାହିଁ । ସୂର୍ଯ୍ୟଙ୍କ ବଦଳରେ ବୋଲିଂ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦିଆଯାଇଛି । ମୁମ୍ବାଇ ଏହି ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ ରହିଛି ।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଗତ ବର୍ଷ ସୟଦ ମୁସ୍ତାକ ଅଲ୍ଲି ଟି-୨୦ ଟ୍ରଫି ଜିତିଥିଲା । କିନ୍ତୁ ଆଘାତ ଯୋଗୁଁ ସେ ବର୍ତ୍ତମାନର ଦଳରେ ସାମିଲ ହୋଇନାହାନ୍ତି । ମୁମ୍ବାଇ ଦଳରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ରହିଛନ୍ତି । ସେହିପରି ଅଙ୍ଗକ୍ରିଶ୍ ରଘୁବଂଶୀ, ହାର୍ଦ୍ଦିକ ତୋମାର, ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ଏବଂ ସ୍ପିନ୍ ଅଲରାଉଣ୍ଡର ତନୁଶ କୋଟିଆନଙ୍କୁ ମଧ୍ୟ ସାମିଲ କରାଯାଇଛି ।
ଚଳିତ ସିଜିନରେ ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରେ ୫୩୦ ରନ୍ କରିଥିବା ସିଦ୍ଧେଶ ଲାଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଯେଉଁଥିରେ ତିନୋଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି। ମୁମ୍ବାଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ୨୬ ନଭେମ୍ବରରେ ଲକ୍ଷ୍ନୌରେ ରେଳବାଇ ବିପକ୍ଷରେ ଖେଳିବ।
ସୟଦ ମୁସ୍ତାକ ଅଲ୍ଲି ଟି-୨୦ ଟ୍ରଫିର ଏଲିଟ୍ ଡିଭିଜନ ୨୬ ନଭେମ୍ବରରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଲକ୍ଷ୍ନୌ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ କୋଲକାତାରେ ଖେଳାଯିବ । ତେବେ ନକଆଉଟ୍ ମ୍ୟାଚ୍ ଇନ୍ଦୋରରେ ଅନୁଷ୍ଠିତ ହେବ ।
ଡିସେମ୍ବର ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍
ଭାରତୀୟ କ୍ରିକେଟ୍ ଦଳ ଡିସେମ୍ବର ୯ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଯାହାଫଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ୍ ଦୁବେଙ୍କ ଭଳି ବରିଷ୍ଠ ଖେଳାଳି ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ମୁମ୍ବାଇ ପାଇଁ କିଛି ମ୍ୟାଚ୍ ହିଁ ଖେଳିପାରିବେ ।
ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଗତ ବର୍ଷ ସୟଦ ମୁସ୍ତାକ ଅଲ୍ଲି ଟି-୨୦ ଟ୍ରଫି ଜିତିଥିଲା । କିନ୍ତୁ ଆଘାତ ଯୋଗୁଁ ସେ ବର୍ତ୍ତମାନର ଦଳରେ ସାମିଲ ହୋଇନାହାନ୍ତି । ମୁମ୍ବାଇ ଦଳରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ ରହିଛନ୍ତି । ସେହିପରି ଅଙ୍ଗକ୍ରିଶ୍ ରଘୁବଂଶୀ, ହାର୍ଦ୍ଦିକ ତୋମାର, ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ଏବଂ ସ୍ପିନ୍ ଅଲରାଉଣ୍ଡର ତନୁଶ କୋଟିଆନଙ୍କୁ ମଧ୍ୟ ସାମିଲ କରାଯାଇଛି ।
ଅଧିକ ପଢ଼ନ୍ତୁ: ଏମଏସ ଧୋନି କ’ଣ ଆଇପିଏଲକୁ ବିଦାୟ ଦେବେ? ଏହି ସିଜନ ପରେ ଆଉ ୩ ଖେଳାଳି ମଧ୍ୟ ଅବସର ନେବେ
ମୁମ୍ବାଇ ନଭେମ୍ବର ୨୬ ତାରିଖରେ ଲକ୍ଷ୍ନୌରେ ଏହାର ପ୍ରଥମ ମ୍ୟାଚ୍ ଖେଳିବଚଳିତ ସିଜିନରେ ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ ପାଞ୍ଚଟି ମ୍ୟାଚରେ ୫୩୦ ରନ୍ କରିଥିବା ସିଦ୍ଧେଶ ଲାଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଯେଉଁଥିରେ ତିନୋଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି। ମୁମ୍ବାଇ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ୨୬ ନଭେମ୍ବରରେ ଲକ୍ଷ୍ନୌରେ ରେଳବାଇ ବିପକ୍ଷରେ ଖେଳିବ।
ସୟଦ ମୁସ୍ତାକ ଅଲ୍ଲି ଟି-୨୦ ଟ୍ରଫିର ଏଲିଟ୍ ଡିଭିଜନ ୨୬ ନଭେମ୍ବରରୁ ଡିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ଲକ୍ଷ୍ନୌ, ହାଇଦ୍ରାବାଦ, ଅହମ୍ମଦାବାଦ ଏବଂ କୋଲକାତାରେ ଖେଳାଯିବ । ତେବେ ନକଆଉଟ୍ ମ୍ୟାଚ୍ ଇନ୍ଦୋରରେ ଅନୁଷ୍ଠିତ ହେବ ।
ଡିସେମ୍ବର ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍
ଭାରତୀୟ କ୍ରିକେଟ୍ ଦଳ ଡିସେମ୍ବର ୯ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଯାହାଫଳରେ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ୍ ଦୁବେଙ୍କ ଭଳି ବରିଷ୍ଠ ଖେଳାଳି ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ମୁମ୍ବାଇ ପାଇଁ କିଛି ମ୍ୟାଚ୍ ହିଁ ଖେଳିପାରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୟଦ ମୁସ୍ତାକ ଅଲ୍ଲି ଟ୍ରଫି ପାଇଁ ମୁମ୍ବାଇ ଦଳ
ଶାର୍ଦ୍ଦୁଳ ଠାକୁର(ଅଧିନାୟକ), ହାର୍ଦ୍ଦିକ ତୋମାର (ୱିକେଟ୍ ରକ୍ଷକ), ଅଙ୍ଗକ୍ରିଷ୍ଣ ରଘୁବଂଶୀ (ୱିକେଟ୍ କିପର), ଅଜିଙ୍କ୍ୟ ରାହାଣେ, ଆୟୁଷ ମଥ୍ରେ, ସୂର୍ଯ୍ୟକୁମାର ଯାଦବ, ସରଫରାଜ ଖାନ, ସିଦ୍ଧେଶ ଲାଡ, ଶିବମ ଦୁବେ, ସାଇରାଜ ପାଟିଲ, ମୁଶେର ଖାନ, ସୁରେଶାନଶ ଶେଡଗେ, ଅଥର୍ବ ଆଙ୍କୋଲେକର, ତନୁଶ କୋଟିୟାନ୍, ଶ୍ୟାମ ମୁଲାନି, ତୁଷାର ଦେଶପାଣ୍ଡେ ଏବଂ ଇରଫାନ୍ ଉମାୟର

Related Topics
Explore more stories