Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket News / ଆଇପିଏଲରୁ ବିଦା ହେବା ପରେ ମୁସ୍ତାଫିଜୁରଙ୍କୁ ପିସିବି ଦେଲା ବଡ଼ ଅଫର...କେତେ ଟଙ୍କାରେ ବିକ୍ରି ହେଲେ ଜାଣନ୍ତୁ

Ritu Das
Browse all articles by Ritu Das
·6 months ago·2 min read
ଆଇପିଏଲରୁ ବିଦା ହେବା ପରେ ମୁସ୍ତାଫିଜୁରଙ୍କୁ ପିସିବି ଦେଲା ବଡ଼ ଅଫର...କେତେ ଟଙ୍କାରେ ବିକ୍ରି ହେଲେ ଜାଣନ୍ତୁ
india

Key Points

ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁସ୍ତାଫିଜୁରଙ୍କ ଉପରେ ନଜର ରଖିଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ପିସିବି କହିଛି ଯେ, ବାଂଲାଦେଶୀ ବୋଲର ମୁସ୍ତାଫିଜୁର ପାକ୍ ସୁପର ଲିଗରେ ଖେଳିବେ ।
ଆଇପିଏଲରୁ ବିଦା ହୋଇଛନ୍ତି ମୁସ୍ତାଫିଜୁର ରେହମାନ । ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଏବଂ ଅତ୍ୟାଚାର ବଢିବା ପରେ ଆଇପିଏଲ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ୯ କୋଟି ୨୦ ଲକ୍ଷ ଟଙ୍କାରେ କୋଲକାତା ନାଇଟ୍ ରାଇଡର୍ସ କ୍ରୟ କରିଥିଲା । ଚଳିତ ସିଜିନ ପାଇଁ ତାଙ୍କୁ କେକେଆର ଦଳରୁ ଆଉଟ୍ କରିଛନ୍ତି । ଏବେ ତାଙ୍କୁ ନେଇ ଏକ ବଡ ଅପଡେଟ୍ ଆସିଛି ।
ଆଇପିଏଲରୁ ବାହାରିବା ପରେ ହଠାତ ବଦଳିଲା କ୍ୟାରିୟର

ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁସ୍ତାଫିଜୁରଙ୍କ ଉପରେ ନଜର ରଖିଛି । ନିଜ ଏକ୍ସ ହ୍ୟାଣ୍ଡେଲରେ ପିସିବି କହିଛି ଯେ, ବାଂଲାଦେଶୀ ବୋଲର ମୁସ୍ତାଫିଜୁର ପାକ୍ ସୁପର ଲିଗରେ ଖେଳିବେ । ଲିଗର ଆଗାମୀ ସିଜିନରେ ସେ ଭାଗ ନେବେ । ଯାହାର ନିଲାମି ଏବେସୁଦ୍ଧା ହୋଇନାହିଁ । ଆଉ କିଛି ଦିନ ପରେ ପିଏସଏଲ ପାଇଁ ନିଲାମି ହେବ। 

ଏହାସହ ପଢ଼ନ୍ତୁ: ICC ଦେଲା ଶକ୍ତ ଝଟକା: ମ୍ୟାଚ୍ ଖେଳିବାର ଅଛି ତ ଭାରତ ଆସ

ଅନ୍ୟ ଦିଗରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତରେ ବାଂଲା ଖେଳାଳି ଖେଳିବା ସୁରକ୍ଷିତ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଆଇସିସିକୁ ଇମେଲ ଯୋଗେ ଜବାବ ମଗାଯାଇଛି । ଏହାସହ ଟି୨୦ ବିଶ୍ୱକପର ଆୟୋଜନସ୍ଥଳ ବଦଳାଇବାକୁ ମଧ୍ୟ ଆଇସିସିକୁ ଅନୁରୋଧ କରାଯାଇଛି ।

ଖେଳସୂଚୀ ଅନୁସାରେ, ବାଂଲାଦେଶ କୋଲକାତାରେ ଦୁଇଟି ମୁକାବିଲା ଖେଳିବ । ପ୍ରଥମେ ଦଳ ଓ୍ୱେଷ୍ଟ୍ ଇଣ୍ଡିଜ୍ ଏବଂ ପରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଖେଳିବ । ଏହାସହ ନେପାଳ ବିରୋଧରେ ଦଳ ମୁମ୍ବାଇରେ ଖେଳିବ । ଆଇସିସି ମଧ୍ୟ ଭେନ୍ୟୁରେ ପରିବର୍ତ୍ତନ ପାଇଁ ଚିନ୍ତା କରୁଛି । ଏହାସହ ଅନ୍ୟ ଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ଯଦି ବାଂଲାଦେଶର ମୁକାବିଲା ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହୁଏ ତାହା ଅନ୍ୟ ମ୍ୟାଚର ତାରିଖ ଏବଂ ସ୍ଥାନ ବଦଳିଯିବ । ବ୍ରଡକାଷ୍ଟିଂରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ବାଂଲାଦେଶର ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା କମ୍ ରହିଛି ।

ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ଏବଂ ରାଜନୈତିକ ସ୍ତରରେ ପହଞ୍ଚିଛି

ମୁସ୍ତାଫିଜୁରଙ୍କୁ IPLରୁ ବାଦ ଦିଆଯିବା ପରେ, ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ମଧ୍ୟ ଏକ ଦୃଢ଼ ମତ ଗ୍ରହଣ କରିଥିଲା। BCB ICCକୁ ଚିଠି ଲେଖି ଦାବି କରିଥିଲା ​​ଯେ T20 ବିଶ୍ୱକପ୍‌ର ସମସ୍ତ ବାଂଲାଦେଶ ମ୍ୟାଚ୍ ଭାରତ ବଦଳରେ ଶ୍ରୀଲଙ୍କାରେ ଅନୁଷ୍ଠିତ ହେଉ। ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ ବୋର୍ଡ ଭାରତ ଯାତ୍ରା କରିବାକୁ ମନା କରିଦେଇଛି। ଏହା ବ୍ୟତୀତ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମଧ୍ୟ IPL ମ୍ୟାଚ୍‌ର ସିଧା ପ୍ରସାରଣ କରିବାକୁ ମନା କରିଦେଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mustafizur Rahman Gets Big PCB Offer After IPL Exit – Price Revealed | Argus News