Videos
|
Sports

MS Dhoni Retirement / IPLରେ ଆଉ ଖେଳିବେନି ଧୋନି; ଭାବପ୍ରବଣ ହେଲେ CSK ମାଲିକ, କହିଲେ... ଧୋନିଙ୍କ ବିନା CSK ଅଧୁରା

Santosh Kumar Sahoo
Browse all articles by Santosh Kumar Sahoo
·9 mins ago·3 min read
IPLରେ ଆଉ ଖେଳିବେନି ଧୋନି; ଭାବପ୍ରବଣ ହେଲେ CSK ମାଲିକ, କହିଲେ... ଧୋନିଙ୍କ ବିନା CSK ଅଧୁରା
MS Dhoni Retirement

Key Points

ଖେଳାଳି ନୁହେଁ, ଏବେ ମେଣ୍ଟର ହେବେ ଧୋନି
ଧୋନିଙ୍କୁ ନେଇ ଭାବପ୍ରବଣ ହେଲେ ଏନ୍. ଶ୍ରୀନିବାସନ
କହିଲେ- ଧୋନିଙ୍କ ବିନା CSK ଅଧୁରା
IPL 2027 ରିଟେନସନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ପ୍ରକାଶ ପାଇବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଧୋନି ଆଉ ଜଣେ ଖେଳାଳି ଭାବେ ନୁହେଁ, ବରଂ CSKର ନୂଆ ମେଣ୍ଟର ଭାବେ ଦଳ ସହ ରହିବେ । ଦଳର ମାଲିକ ଏନ୍. ଶ୍ରୀନିବାସନ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏକ ଭାବପ୍ରବଣ ବୟାନ ଦେଇଛନ୍ତି ।

ଧୋନିଙ୍କ ବିନା CSK ଅଧୁରା: ଶ୍ରୀନିବାସନ

ଏନ୍. ଶ୍ରୀନିବାସନ ଧୋନିଙ୍କ ସହ ନିଜର ଦୀର୍ଘଦିନର ସମ୍ପର୍କକୁ ମନେ ପକାଇ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଏମ୍.ଏସ୍. ଧୋନିଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସର କୌଣସି ଅସ୍ତିତ୍ୱ ନାହିଁ । ପ୍ରାୟ ଦୁଇ ଦଶନ୍ଧି ଧରି ଆମେ ଅନେକ ବିଜୟ, ପରାଜୟ ଏବଂ ଉତ୍ଥାନ-ପତନରେ ଏକାଠି ରହିଛୁ । ଆମ ସମ୍ପର୍କ ଏତେ ମଜବୁତ ହେବାର କାରଣ ହେଉଛି, ଆମେ କେବେ ପରସ୍ପରର ଉଦ୍ଦେଶ୍ୟ ଉପରେ ସନ୍ଦେହ କରିନାହୁଁ ।



ସେ ଆହୁରି କହିଛନ୍ତି, ୨୦୦୮ ମସିହାରେ ଧୋନିଙ୍କୁ CSKରେ ସାମିଲ କରିବା ପାଇଁ ମୁଁ ଜିଦ୍ ଧରିଥିଲି । ଆଜି ଏହା ମୋ ଜୀବନର ସବୁଠାରୁ ଭଲ ନିଷ୍ପତ୍ତି ବୋଲି ପ୍ରମାଣିତ ହୋଇଛି । କେବଳ ଫ୍ରାଞ୍ଚାଇଜ୍ ପାଇଁ ଅନେକ ଟ୍ରଫି ଜିତିଥିବାରୁ ନୁହେଁ, ବରଂ ଧୋନି ଜଣେ ଅତ୍ୟନ୍ତ ଭଲ ମଣିଷ ହୋଇଥିବାରୁ ମଧ୍ୟ ଏହି ନିଷ୍ପତ୍ତି ଶ୍ରେଷ୍ଠ ଥିଲା ।
ଧୋନି ସବୁବେଳେ CSKର ପରିଚୟ ହୋଇ ରହିବେ ଏବଂ ଏହି ଘର ସବୁବେଳେ ତାଙ୍କର ହୋଇ ରହିବ ବୋଲି ଶ୍ରୀନିବାସନ କହିଛନ୍ତି ।

ଖେଳାଳି ଭାବେ ଶେଷ ହେବ ଯାତ୍ରା, ଏବେ ମେଣ୍ଟର ଦାୟିତ୍ୱ

ଧୋନିଙ୍କ ଅବସରକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଥିଲା । ଫିଟନେସ୍ ସମସ୍ୟା ଓ ଆଘାତ କାରଣରୁ ସେ IPL 2026ର ଗୋଟିଏ ବି ମ୍ୟାଚ୍ ଖେଳିପାରିନଥିବା କୁହାଯାଇଛି । ଏହାପରେ ତାଙ୍କ କ୍ରିକେଟ୍ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା ।

ତେବେ ଏବେ ତାଙ୍କୁ ନେଇ ନୂଆ ଭୂମିକାର ଚର୍ଚ୍ଚା ହେଉଛି । ଖେଳାଳି ଭାବେ ପଡ଼ିଆରେ ଚୌକା ଓ ଛକା ମାରିବା ବଦଳରେ ଧୋନି ମେଣ୍ଟର ଭାବେ ଯୁବ ଖେଳାଳିଙ୍କୁ ମାର୍ଗଦର୍ଶନ କରିବେ। CSKର CEO କାସୀ ବିଶ୍ୱନାଥନ ମଧ୍ୟ ପୂର୍ବରୁ କହିଥିଲେ ଯେ, ଫ୍ରାଞ୍ଚାଇଜ୍ ଧୋନିଙ୍କୁ ସବୁବେଳେ ନିଜ ସହ ରଖିବାକୁ ଚାହୁଁଛି, ସେ ଯେକୌଣସି ଭୂମିକାରେ ରୁହନ୍ତୁ ନା କାହିଁକି ।



ଧୋନିଙ୍କ IPL କ୍ୟାରିୟର ରହିଛି ଚମତ୍କାର

ମହେନ୍ଦ୍ର ସିଂହ ଧୋନିଙ୍କ IPL କ୍ୟାରିୟର ଅତ୍ୟନ୍ତ ସଫଳ ରହିଛି। ସେ ୨୭୮ଟି ମ୍ୟାଚ୍ ଖେଳି ୨୪୨ଟି ଇନିଂସରେ ୫,୪୩୯ ରନ୍ ସଂଗ୍ରହ କରିଛନ୍ତି । ଧୋନିଙ୍କ ନାମରେ ୨୪ଟି ଅର୍ଦ୍ଧଶତକ ରହିଥିବାବେଳେ ସେ IPLରେ ଏପର୍ଯ୍ୟନ୍ତ କୌଣସି ଶତକ ହାସଲ କରିନାହାନ୍ତି ।
କେବଳ ବ୍ୟାଟିଂ ନୁହେଁ, ୱିକେଟ୍ ପଛରେ ମଧ୍ୟ ଧୋନିଙ୍କ ଦବଦବା ରହିଛି । ସେ IPL କ୍ୟାରିୟରରେ ୧୫୮ଟି କ୍ୟାଚ୍ ନେଇଥିବାବେଳେ ୪୭ ଜଣ ବ୍ୟାଟରଙ୍କୁ ଷ୍ଟମ୍ପିଂ କରି ଆଉଟ୍ କରିଛନ୍ତି ।

ହଳଦିଆ ଜର୍ସି ସହ ଧୋନିଙ୍କ ସମ୍ପର୍କ ରହିବ ଅତୁଟ

ଜଣେ ଖେଳାଳି ଭାବେ ଧୋନିଙ୍କ IPL ଯାତ୍ରା ଶେଷ ହେବାକୁ ଯାଉଥିଲେ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ ସହ ତାଙ୍କ ସମ୍ପର୍କ କେବେ ଶେଷ ହେବ ନାହିଁ । ମେଣ୍ଟର ଭାବେ ସେ ଯୁବ ଖେଳାଳିଙ୍କୁ ନିଜ ଅଭିଜ୍ଞତା ବାଣ୍ଟିବା ସହ ଦଳକୁ ନୂଆ ସଫଳତା ଦିଗରେ ନେବାରେ ସହାୟତା କରିବେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: