Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କ୍ରିକେଟରେ ବଡ଼ ଓଲଟପାଲଟ, ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଲା ନାମ୍ବିଆ

Sports

South Africa vs Nambia / କ୍ରିକେଟରେ ବଡ଼ ଓଲଟପାଲଟ, ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଲା ନାମ୍ବିଆ

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
କ୍ରିକେଟରେ ବଡ଼ ଓଲଟପାଲଟ, ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଲା ନାମ୍ବିଆ

Key Points

ଟି-୨୦ କ୍ରିକେଟରେ ବଡ଼ ଓଲଟପାଲଟ । ଦକ୍ଷିଣ ଆଫ୍ରିକାକୁ ହରାଇଲା ନାମ୍ବିଆ । ଶେଷ ବଲରେ ଚୌକା ମାରି ରଚିଲା ଇତିହାସ ।

ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସବୁଠୁ ବଡ଼ ବିପର୍ଯ୍ୟୟ । ଟି-୨୦ କ୍ରିକେଟରେ ଦକ୍ଷିଣ ଆଫ୍ରିକାରୁ ୪ ଓ୍ବିକେଟରେ ହରାଇଲା ନାମ୍ବିଆ । ଶେଷ ବଲ୍‌ରେ ଚୌକା ମାରି ନାମ୍ବିଆ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ବିଜୟ ହାସଲ କରିଛି । ଦକ୍ଷିଣ ଆଫ୍ରିକା T-୨୦ରେ କୌଣସି ସହଯୋଗୀ ଦେଶଠାରୁ ପରାସ୍ତ ହେବାର ଏହା ପ୍ରଥମ ଘଟଣା ।


ତେବେ ଏହା ପ୍ରଥମ ଥର ନୁହେଁ ଯେ ନାମ୍ବିଆ ICCର ଏକ ପୂର୍ଣ୍ଣ ସଦସ୍ୟ ଦେଶକୁ ପରାସ୍ତ କରିଛି । ପୂର୍ବରୁ ନାମ୍ବିଆ ଶ୍ରୀଲଙ୍କା, ଜିମ୍ବାୱେ ଏବଂ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ସୂଚନା ଅନୁସାରେ ନାମ୍ବିଆ କିଛି ଦିନ ପୂର୍ବରୁ ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡୋନୋଭାନ୍ ଫେରେରାଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ଓ୍ବିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ନାମ୍ବିଆ । ଶେଷରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୩୪ ରନ୍ କରିବାରେ ସଫଳ ହୋଇଥିଲା । ସାଉଥ ଆଫ୍ରିକା ପକ୍ଷରୁ ଜେସନ୍ ସ୍ମିଥ୍ ସର୍ବାଧିକ ୩୧ ରନ୍ ସ୍କୋର କରିଥିଲେ । ସେହିପରି ନାମ୍ବିଆ ପକ୍ଷରୁ ରୁବେନ୍ ଟ୍ରମ୍ପେଲମ୍ୟାନ୍ ୪ ଓଭରରେ ମାତ୍ର ୨୮ ରନ୍ ଦେଇ ୩ ୱିକେଟ୍‌ ଅକ୍ତିଆର କରିଥିଲେ ।

ଅଧିକ ପଢ଼ନ୍ତୁ: ଖରାପ ଫର୍ମ ପାଇଁ ଦଳରୁ ବାଦ ପଡ଼ିଲେ ସୂର୍ଯ୍ୟକୁମାର, ଏହି ଷ୍ଟାର୍ ଖେଳାଳି ହେଲେ ଅଧିନାୟକ

୧୩୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନାମ୍ବିଆ ଏକ ସମୟରେ ପରାଜୟର ସମ୍ମୁଖୀନ ହୋଇଥିଲା । ଦଳ ୮୪ ରନରେ ୫ ୱିକେଟ ହରାଇଥିଲେ । କିନ୍ତୁ ୱିକେଟକିପର ବ୍ୟାଟସମ୍ୟାନ ଜାନ୍ ଗ୍ରୀନ୍ ଦକ୍ଷିଣ ଆଫ୍ରିକା ଦଳଠାରୁ ବିଜୟ ଛଡ଼ାଇ ନେଇଥିଲେ । ସେ ଚାପ ମଧ୍ୟରେ ୨୩ ବଲରୁ ଅପରାଜିତ ୩୦ ରନ୍‌ କରିଥିଲେ । ସେହିପରି ରୁବେନ୍‌ ଟ୍ରମ୍ପେଲମ୍ୟାନ୍‌ ମଧ୍ୟ ୧୧ ରନ୍ କରିଥିଲେ ।

ଶେଷ ଓଭରରେ ୧୧ ରନ ଆବଶ୍ୟକ

ନାମ୍ବିଆକୁ ଶେଷ ଓଭରରେ ବିଜୟ ପାଇଁ ୧୧ ରନ୍ ଆବଶ୍ୟକ ଥିଲା । ଜାନ୍ ଗ୍ରୀନ୍ ପ୍ରଥମ ବଲରେ ଛକା ମାରି ଦକ୍ଷିଣ ଆଫ୍ରିକା ଦଳ ଉପରେ ଚାପ ପକାଇଥିଲେ । ଦ୍ୱିତୀୟ ବଲରେ ଆଉ ଏକ ରନ, ତୃତୀୟ ବଲରେ ଦୁଇ ରନ ଏବଂ ଚତୁର୍ଥ ବଲରେ ଗୋଟିଏ ରନ୍ କରି ମ୍ୟାଚ୍ ଡ୍ର' କରିଥିଲେ । ପଞ୍ଚମ ବଲରେ ଡଟ୍ ବଲ୍ ଥିଲା, ଯାହା ମ୍ୟାଚ୍‌କୁ ଆହୁରି ରୋମାଞ୍ଚକର କରିଥିଲା । ତେବେ ଗ୍ରୀନ୍‌ ଶେଷ ବଲରେ ଚୌକା ମାରି ନାମ୍ବିଆକୁ ଐତିହାସିକ ବିଜୟ ଭେଟି ଦେଇଥିଲେ ।

Related Topics

Explore more stories

Sponsored
Namibia Creates History, Defeats South Africa in T20 Thriller | Argus News