Natarajan SRH Return / IPL ନିଲାମ ପୂର୍ବରୁ ବଡ଼ ଟ୍ରେଡ୍ ଡିଲ୍, SRHକୁ ଫେରିଲେ ଟି ନଟରାଜନ...ଦିଲ୍ଲୀ ଗଲେ ଏହି ସ୍ପିନର
·45 mins ago·2 min read

Key Points
ନିଲାମ ପୂର୍ବରୁ ହଲଚଲ୍ !
ନଟରାଜନଙ୍କୁ ନେଲା SRH
ଦିଲ୍ଲୀ ଟିମ୍ରେ ସାମିଲ ହେଲେ ଜୀଶାନ
ନଟରାଜନଙ୍କୁ ନେଲା SRH
ଦିଲ୍ଲୀ ଟିମ୍ରେ ସାମିଲ ହେଲେ ଜୀଶାନ
IPL 2027କୁ ନେଇ ଏବେଠାରୁ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ଆଗାମୀ ସିଜିନ୍ର ନିଲାମ ଚଳିତ ବର୍ଷ ଗୋଆରେ ଆୟୋଜିତ ହେବାକୁ ଥିବାବେଳେ, ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ନିଲାମର ତାରିଖ ଘୋଷଣା କରାଯାଇନାହିଁ । କିନ୍ତୁ ନିଲାମ ପୂର୍ବରୁ ସମସ୍ତ ୧୦ଟି ଦଳକୁ ନିଜ ନିଜର ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିବାକୁ ପଡ଼ିବ । ଏହା ସହିତ ଟ୍ରେଡ୍ ୱିଣ୍ଡୋ ଖୋଲା ଥିବାରୁ ଦଳଗୁଡ଼ିକ ପରସ୍ପର ସହମତିରେ ଖେଳାଳିଙ୍କ ଅଦଳବଦଳ କରିପାରିବେ ।
ଦିଲ୍ଲୀ କ୍ୟାପିଟାଲ୍ସ ଓ SRH ମଧ୍ୟରେ ଖେଳାଳି ଅଦଳବଦଳ
ଆଗାମୀ IPL ସିଜିନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ଟ୍ରେଡ୍ ଡିଲ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଡିଲ୍ ଅନୁଯାୟୀ, ଦ୍ରୁତ ବୋଲର ଟି ନଟରାଜନ ଦିଲ୍ଲୀ କ୍ୟାପିଟାଲ୍ସ ଛାଡ଼ି ସନରାଇଜର୍ସ ହାଇଦ୍ରାବାଦକୁ ଫେରିଥିବା ବେଳେ, ଲେଗ୍ ସ୍ପିନର ଜୀଶାନ ଅନସାରୀ SRH ଛାଡ଼ି ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି ।
ଏହି ଟ୍ରେଡ୍ ଡିଲ୍କୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ଜୀଶାନ ଅନସାରୀଙ୍କୁ SRHର ସ୍ପିନ୍ ବୋଲିଂ ବିଭାଗର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବେ ଦେଖାଯାଉଥିବାରୁ ତାଙ୍କର ଦିଲ୍ଲୀ ଦଳକୁ ଯିବା ଆଗାମୀ ସିଜିନ୍ରେ ଦଳର ରଣନୀତିକୁ ପ୍ରଭାବିତ କରିପାରେ ।
IPL ଇତିହାସର ସବୁଠାରୁ ବଡ଼ ଟ୍ରେଡ୍ ଡିଲ୍କୁ ନେଇ ଚର୍ଚ୍ଚା
ଚଳିତ ବର୍ଷ IPLରେ ଖେଳାଳି ଟ୍ରେଡ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଥିଲା । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ଅଧିନାୟକ ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଥିବା ବେଳେ, ଦିଲ୍ଲୀର ଭାରତୀୟ ସ୍ପିନର କୁଲଦୀପ ଯାଦବ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ରେ ସାମିଲ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଋଷଭ ପନ୍ତଙ୍କୁ ଲକ୍ଷ୍ନୌ ପୂର୍ବରୁ ୨୭ କୋଟି ଟଙ୍କାରେ କିଣିଥିଲା । ଏହା ତାଙ୍କୁ IPL ଇତିହାସର ସବୁଠାରୁ ଦାମୀ ଖେଳାଳି କରିଥିଲା। ତେବେ ଉକ୍ତ ଟ୍ରେଡ୍ ଡିଲ୍ ପରେ ଦିଲ୍ଲୀ ପକ୍ଷରୁ ପନ୍ତଙ୍କୁ ୧୫ କୋଟି ଟଙ୍କା ଦିଆଯିବା ନେଇ ଖବର ପ୍ରକାଶ ପାଇଛି । ଅନ୍ୟପଟେ କୁଲଦୀପ ଯାଦବଙ୍କୁ ଲକ୍ଷ୍ନୌ ୧୩.୫ କୋଟି ଟଙ୍କାରେ ନେଇଥିବା କୁହାଯାଉଛି ।
ନିଲାମ ପୂର୍ବରୁ ଆହୁରି ବଡ଼ ଡିଲ୍ର ସମ୍ଭାବନା
IPL 2027ର ନିଲାମ ପୂର୍ବରୁ ଦଳଗୁଡ଼ିକ ନିଜ ନିଜର ଦୁର୍ବଳତା ଦୂର କରିବା ସହ ଦଳକୁ ଅଧିକ ମଜବୁତ କରିବା ପାଇଁ ଖେଳାଳି ଟ୍ରେଡ୍ ଉପରେ ଗୁରୁତ୍ୱ ଦେଇପାରନ୍ତି । ତେଣୁ ଆଗାମୀ ଦିନରେ ଆହୁରି କିଛି ବଡ଼ ଟ୍ରେଡ୍ ଡିଲ୍ ଦେଖିବାକୁ ମିଳିପାରେ ।

Related Topics
Explore more stories