Neeraj Chopra Asian Games Exit / ୮୮.୦୫ ମିଟର ଥ୍ରୋ` ପରେ ଝଟକା ! ଏସିଆନ୍ ଗେମ୍ସ ଖେଳିବେନି ‘ଗୋଲ୍ଡେନ୍ ବୟ’ ନୀରଜ
·44 mins ago·2 min read

Key Points
ସିଜିିନ୍ ବେଷ୍ଟ ଥ୍ରୋ ପରେ ଲାଗିଲା ଇଞ୍ଜୁରି
ପୂରା ସିଜନ୍ରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା
ଏସିଆନ୍ ଗେମ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା
ପୂରା ସିଜନ୍ରୁ ବାଦ୍ ପଡ଼ିଲେ ନୀରଜ ଚୋପ୍ରା
ଏସିଆନ୍ ଗେମ୍ସ ପୂର୍ବରୁ ଭାରତକୁ ବଡ଼ ଝଟକା
ଭାରତକୁ ବଡ଼ ଝଟକା ! ଏସିଆନ୍ ଗେମ୍ସରେ ଆଉ ଦେଖିବାକୁ ମିଳିବନି ‘ଗୋଲ୍ଡେନ୍ ବୟ’ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଥ୍ରୋ'। ଆଘାତ କାରଣରୁ ୨୦୨୬ ଏସିଆନ୍ ଗେମ୍ସ ସହ ପୂରା ସିଜିନ୍ରୁ ବାଦ୍ ପଡ଼ିଛନ୍ତି ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା । ଲୋଜାନ୍ ଡାଏମଣ୍ଡ ଲିଗ୍ରେ ୮୮.୦୫ ମିଟରର ସିଜିନ୍ ବେଷ୍ଟ ଥ୍ରୋ' କରି ନିଜ ଲୟକୁ ଫେରୁଥିବା ବେଳେ ଟ୍ରେନିଂ ସମୟରେ ତାଙ୍କ ଗୋଡ଼ରେ ଆଘାତ ଲାଗିଛି । ଡାକ୍ତର ଓ ଟିମ୍ ସହ ଆଲୋଚନା ପରେ ନୀରଜ ଏହି ସିଜିନ୍ର ବାକି ସମସ୍ତ ପ୍ରତିଯୋଗିତାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ନୀରଜ ନିଜେ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଏହି ଖବର ଦେଇଛନ୍ତି ।
ଅଗଷ୍ଟ ୨୧ ତାରିଖରେ ଲୋଜାନ୍ ଡାଏମଣ୍ଡ ଲିଗ୍ରେ ନୀରଜ ୮୮.୦୫ ମିଟରର ଥ୍ରୋ କରିଥିଲେ। ଏହା ଥିଲା ଚଳିତ ସିଜିନ୍ରେ ତାଙ୍କର ବେଷ୍ଟ ଥ୍ରୋ' । ଏହି ପ୍ରଦର୍ଶନ ପରେ ନୀରଜ ନିଜ ଲୟକୁ ଫେରୁଥିବା ଭଳି ଲାଗୁଥିଲା । କିନ୍ତୁ ଏହାର କିଛି ସମୟ ପରେ ଟ୍ରେନିଂ ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା ।
‘ମୁଁ ଲୟକୁ ଫେରୁଥିଲି, କିନ୍ତୁ…’
ନିଜ ପୋଷ୍ଟରେ ନୀରଜ କହିଛନ୍ତି ଯେ ବହୁତ ପରିଶ୍ରମ ପରେ ଲୋଜାନ୍ରେ ସିଜିନ୍ର ବେଷ୍ଟ ଥ୍ରୋ ସହ ସେ ନିଜର ଆବଶ୍ୟକ ଲୟକୁ ଫେରିପାଉଥିବା ଅନୁଭବ କରିଥିଲେ । କିନ୍ତୁ ତା’ପରେ ଟ୍ରେନିଂ ସମୟରେ ଲିଗାମେଣ୍ଟ ଟିୟର୍ ହେବା ତାଙ୍କୁ ନିରାଶ କରିଛି । ଡାକ୍ତର ଓ ଟିମ୍ର ପରାମର୍ଶ ପରେ ସେ ବାକି ସିଜିନ୍ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।
ନୀରଜ ଆହୁରି କହିଛନ୍ତି ଯେ ଏହି ଘଟଣା ନିଶ୍ଚିତ ଭାବେ ନିରାଶାଜନକ । ତଥାପି ତାଙ୍କ ଧ୍ୟାନ ଏବେ ଭଲ ଭାବରେ ସୁସ୍ଥ ହେବା ଏବଂ ଆହୁରି ଶକ୍ତିଶାଳୀ ଭାବେ ପ୍ରତ୍ୟାବର୍ତ୍ତନ କରିବା ଉପରେ ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସିଆନ୍ ଗେମ୍ସରେ ନୀରଜଙ୍କୁ ମିସ୍ କରିବ ଭାରତ
ନୀରଜଙ୍କ ପାଇଁ ଏହି ଆଘାତ ଆଉ ଏକ ବଡ଼ ଝଟକା। କାରଣ ପୂର୍ବ ଏସିଆନ୍ ଗେମ୍ସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୩ରେ ଚୀନ୍ର ହାଙ୍ଗଝୋଉରେ ଆୟୋଜିତ ଏସିଆନ୍ ଗେମ୍ସରେ ନୀରଜ ୮୮.୮୮ ମିଟରର ଥ୍ରୋ କରି ଜାଭେଲିନ୍ ଥ୍ରୋରେ ଗୋଲ୍ଡ ମେଡାଲ୍ ଜିତିଥିଲେ । ଏହି ଇଭେଣ୍ଟରେ ଭାରତର କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । ଫଳରେ ପୁରୁଷ ଜାଭେଲିନ୍ ଥ୍ରୋରେ ଭାରତ ଡବଲ୍ ପୋଡିୟମ୍ ଫିନିଶ୍ କରିଥିଲା ।
ନୀରଜଙ୍କ ପାଇଁ ଏହି ଆଘାତ ଆଉ ଏକ ବଡ଼ ଝଟକା। କାରଣ ପୂର୍ବ ଏସିଆନ୍ ଗେମ୍ସରେ ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୨୦୨୩ରେ ଚୀନ୍ର ହାଙ୍ଗଝୋଉରେ ଆୟୋଜିତ ଏସିଆନ୍ ଗେମ୍ସରେ ନୀରଜ ୮୮.୮୮ ମିଟରର ଥ୍ରୋ କରି ଜାଭେଲିନ୍ ଥ୍ରୋରେ ଗୋଲ୍ଡ ମେଡାଲ୍ ଜିତିଥିଲେ । ଏହି ଇଭେଣ୍ଟରେ ଭାରତର କିଶୋର ଜେନା ରୌପ୍ୟ ପଦକ ଜିତିଥିଲେ । ଫଳରେ ପୁରୁଷ ଜାଭେଲିନ୍ ଥ୍ରୋରେ ଭାରତ ଡବଲ୍ ପୋଡିୟମ୍ ଫିନିଶ୍ କରିଥିଲା ।
Related Topics
Explore more stories