Nepal Creates History Again / ପୁଣି ଇତିହାସ ଲେଖିଲା ନେପାଳ; ୨୨୧ ରନ୍ରେ ଜିତିନେଲା ଟି-ଟ୍ଵେଣ୍ଟି ମ୍ୟାଚ୍
·1 hour ago·2 min read

Key Points
ନେପାଳ ପ୍ରଥମେ ବ୍ୟାଟିଂ କରିବା ସହ ବିଶ୍ଵ ରେକର୍ଡ କରିଛି । ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ର ଗୋଟିଏ ଇନିଂସରେ ପୁଣି ଥରେ ନେପାଳ ୩୦୦ରୁ ଅଧିକ ସ୍କୋର୍ କରିବାରେ ସକ୍ଷମ ହୋଇଛି ।
ନୂଆଦିଲ୍ଲୀ: ପୂରା ୨୦ ଓଭର୍ ଖେଳିଲେ । ମାତ୍ର ୨ ୱିକେଟ୍ ହରାଇଲେ । ଛିଡ଼ା କରିଦେଲେ ବିଶାଳ ୩୧୩ ରନ୍ । ଏସିଆ ଗେମ୍ସ ପୁରୁଷ କ୍ଵାଲିଫାୟର ମ୍ୟାଚ୍ ଆରମ୍ଭ ହୋଇଛି । ଗ୍ରୁପ୍-ଏର ପ୍ରଥମ ମ୍ୟାଚ୍ ସିଙ୍ଗାପୁରରେ ନେପାଳ-ଚୀନ ମଧ୍ୟରେ ଖେଳା ଯାଇଛି ।
ଯେଉଁ ମ୍ୟାଚ୍ରେ ନେପାଳ ପ୍ରଥମେ ବ୍ୟାଟିଂ କରିବା ସହ ବିଶ୍ଵ ରେକର୍ଡ କରିଛି । ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ର ଗୋଟିଏ ଇନିଂସରେ ପୁଣି ଥରେ ନେପାଳ ୩୦୦ରୁ ଅଧିକ ସ୍କୋର୍ କରିବାରେ ସକ୍ଷମ ହୋଇଛି । ଦ୍ଵିତୀୟ ଥର ପାଇଁ ନେପାଳ ବିଶାଳ ସ୍କୋର୍ କରି ଇତିହାସ ରଚିଛି ।
ଏଥିସହ ପଢ଼ନ୍ତୁ: RCB ବନାମ GT, ସୁପରସଣ୍ଡେରେ ସୁପର୍ ମ୍ୟାଚ୍; କେମିତି ରହିବ ଅହମ୍ମଦାବାଦ ପିଚ୍ ?
ନେପାଳରେ କ୍ରିକେଟ୍କୁ ନେଇ କ୍ରେଜ୍ ରହିଛି । ଆଉ ସେହି କ୍ରେଜର ପରିଣାମ କ୍ରିଜ୍ରେ ଦେଖିବାକୁ ମିଳୁଛି । କାରଣ ନେପାଳ ଦଳ ପୁଣି ଥରେ ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ରେ ୩୦୦ରୁ ଅଧିକ ରନ୍ ସ୍କୋର୍ କରିଛି ।
ଟି-ଟ୍ଵେଣ୍ଟି କ୍ରିକେଟ୍ରେ ଅନ୍ୟ କୌଣସି ଦଳ ଏକାଧିକ ଥର ୩୦୦ରୁ ଅଧିକ ରନ୍ ଗୋଟିଏ ପାଳିରେ କରି ନାହାନ୍ତି । କିନ୍ତୁ, ନେପାଳର କ୍ରିକେଟ୍ ଦଳ ଏହି କାରନାମା ଦ୍ଵିତୀୟ ଥର କରି ଦେଖାଇବାରେ ସଫଳ ହୋଇଛି ।
ଅନ୍ତର୍ଜାତୀୟ କ୍ରିକେଟ୍ରେ ଏଭଳି କାରନାମା ମାତ୍ର ପାଞ୍ଚଥର ହୋଇଛି । ଏଥିରେ ୨ଥର ରହିଛି ନେପାଳର ନାଁ । ଥରେ ଜିମ୍ବାୱେ ଦଳ ୩୦୦ରୁ ଅଦିକ ସ୍କୋର୍ କରିଥିବା ବେଳେ ଜର୍ମାନୀ ଓ ଇଂଲଣ୍ଡ ଟିମ୍ ଥରେ ଲେଖାଏଁ ଏହି ସଫଳତା ଦୋହରାଇଛନ୍ତି ।
ଏହା ପୂର୍ବରୁ ୨୦୨୩ ସେପ୍ଟେମ୍ବର ୨୭ରେ ନେପାଳ, ମଙ୍ଗୋଲିଆ ବିପକ୍ଷରେ ୩୧୪ ରନ୍ ସ୍କୋର୍ କରିଥିଲା । ଆଉ ୨୦୨୬ ମେ ୩୧ରେ ନେପା ପୁଣି ଥରେ ଚୀନ ବିପକ୍ଷରେ ୩୧୩ ରନ୍ର ବିଶାଳ ସ୍କୋର୍ କରି ଇତିହାସ ରଚିଛି ।
ସିଙ୍ଗାପୁରରେ ଏସିଆନ୍ ଗେମ୍ସ ୨୦୨୬ର କ୍ଵାଲିଫାୟର ମ୍ୟାଚ୍ ଖେଳା ଯାଇଛି । ଚୀନ ବିପକ୍ଷରେ ନେପାଳ ପ୍ରଥମେ ବ୍ଯାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭର୍ରେ ମାତ୍ର ୨ ୱିକେଟ୍ ହରାଇ ୩୧୩ ରନ୍ କରିଛି ।
ଏଥିସହ ପଢ଼ନ୍ତୁ: ହାର୍ଦ୍ଦିକଙ୍କ ପରେ MIର ନୂଆ କ୍ୟାପଟେନ୍ କିଏ ? ବୁମରାହ-ସୂର୍ଯ୍ୟଙ୍କୁ ପଛରେ ପକାଇଲେ ଏହି ଷ୍ଟାର
୩୧୪ ରନ୍ର ପିଛା କରି ଚୀନର ବ୍ୟାଟିଂ ଲାଇନ୍ ଧରାଶାୟୀ ହୋଇ ପଡ଼ିଥିଲା । ଚୀନ୍ ୧୯.୨ ଓଭର୍ ପର୍ଯ୍ୟନ୍ତ ସଂଘର୍ଷ କରିବା ସହ ସମସ୍ତ ୱିକେଟ୍ ହରାଇ ମାତ୍ର ୯୨ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ନେପାଳ ଏହି ମୁକାବିଲାକୁ ୨୨୧ ରନ୍ର ବୃହତ୍ ବ୍ୟବଧାନରେ ଜିତି ମଧ୍ୟ ନେଇଛି ।
ରନ୍ ବ୍ୟବଧାନ ଦୃଷ୍ଟିରୁ ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ରେ ଏହା ମଧ୍ଯ ଏକ ବଡ଼ ରେକର୍ଡ । ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟି କ୍ରିକେଟ୍ରେ ୨୨୧ ରନ୍ ବ୍ୟବଧାନରେ ବିଜୟୀ ହେବାରେ ନେପାଳ ସପ୍ତମ ସ୍ଥାନରେ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories