Videos
|
Sports

India A Nepal T20 series / ଟିମ୍ ଇଣ୍ଡିଆର ନୂଆ ମିଶନ୍, ଡିସେମ୍ବରରେ ନେପାଳ ବିପକ୍ଷରେ ହେବ ବଡ଼ T20 ଲଢ଼େଇ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଟିମ୍ ଇଣ୍ଡିଆର ନୂଆ ମିଶନ୍, ଡିସେମ୍ବରରେ ନେପାଳ ବିପକ୍ଷରେ ହେବ ବଡ଼ T20 ଲଢ଼େଇ
India vs Nepal

Key Points

କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର
ଆସିଲା ଭାରତ-ନେପାଳ T20 ସିରିଜ୍ ସୂଚୀ
BCCI ଜାରି କଲା ପୂରା କାର୍ଯ୍ୟସୂଚୀ
ଭାରତର ଷ୍ଟାର ପ୍ଲେୟାରଙ୍କ ସହ ଏବେ ନେପାଳର ହେବ ବଡ଼ ଲଢ଼େଇ । ନେପାଳ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଆସନ୍ତା ଡିସେମ୍ବର ମାସରେ ନେପାଳ ଗସ୍ତ କରିବ ଭାରତ 'A' ଟିମ୍‌ । ଏହି ସିରିଜ୍ କେବଳ ତିନୋଟି ମ୍ୟାଚ୍ ନୁହେଁ, ବରଂ ନେପାଳ କ୍ରିକେଟ ପାଇଁ ଏକ ଐତିହାସିକ ଅବସର ।

ଚଳିତ ବର୍ଷ ଡିସେମ୍ବରରେ ଭାରତୀୟ ଦଳ ନେପାଳ ଗସ୍ତ କରିବ । ଶୁକ୍ରବାର ନେପାଳ କ୍ରିକେଟ ଆସୋସିଏସନ (CAN) ଏକ ବିବୃତ୍ତି ଜାରି କରି କହିଛି ଯେ ଭାରତ 'A' ଦଳ ଡିସେମ୍ବରରେ ତିନି ମ୍ୟାଚ୍ ବିଶିଷ୍ଟ T-20 ସିରିଜ ପାଇଁ ନେପାଳ ଗସ୍ତ କରିବ । CAN ଆଗାମୀ ସିରିଜର କାର୍ଯ୍ୟସୂଚୀ ମଧ୍ୟ ପ୍ରକାଶ କରିଛି, ଯାହା ଡିସେମ୍ବର ୯ ରୁ ୧୩ ତାରିଖ ମଧ୍ୟରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ବ୍ୟାଟ୍‌ରେ ଫେଲ୍, କିନ୍ତୁ କୋର୍ଟରେ ବଡ଼ ବିଜୟ ! ଅଭିଷେକ ଶର୍ମାଙ୍କୁ ମିଳିଲା ନ୍ୟାୟ


ନେପାଳ କ୍ରିକେଟ ଆସୋସିଏସନ (CAN) ସଭାପତି ଚତୁର ବାହାଦୁର ଚାନ୍ଦ, CAN ସଚିବ ପାରସ ଖାଡକା ଏବଂ BCCI ସଚିବ ଦେବଜିତ ସାଇକିଆଙ୍କ ମଧ୍ୟରେ ଏକ ବୈଠକ ପରେ ଦ୍ୱିପାକ୍ଷିକ ସିରିଜ ବିଷୟରେ ନିଷ୍ପତ୍ତି ନିଆଯାଇଛି । ଏହି ଦ୍ୱିପାକ୍ଷିକ ସିରିଜ୍‌ର ସମସ୍ତ ମ୍ୟାଚ୍ କୀର୍ତ୍ତିପୁରର ତ୍ରିଭୁବନ ୟୁନିଭର୍ସିଟି ସ୍ଥିତ ଟିୟୁ ଇଣ୍ଟରନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ।

ଡିସେମ୍ବର ୯ - ପ୍ରଥମ ଟି-୨୦
ଡିସେମ୍ବର ୧୧ - ଦ୍ୱିତୀୟ ଟି-୨୦
ଡିସେମ୍ବର ୧୩ - ତୃତୀୟ ଟି-୨୦

ନେପାଳ ପାଇଁ ଏହି ସିରିଜ୍ ବହୁତ ବଡ଼ ସୁଯୋଗ । କାରଣ ଭାରତ ‘A’ ଦଳରେ IPLର ଅନେକ ଚର୍ଚ୍ଚିତ ଖେଳାଳି ଓ ଭାରତୀୟ ସିନିୟର ଟିମ୍‌ର ଅନୁଭବୀ ଖେଳାଳିମାନେ ସାମିଲ ହୋଇପାରନ୍ତି । ଏହା ନେପାଳର ଯୁବ ଖେଳାଳିଙ୍କୁ ଭାରତୀୟ କ୍ରିକେଟର ମାନଦଣ୍ଡ ପରୀକ୍ଷା କରିବାର ଅବସର ଦେବ ।

ଗତ କିଛି ବର୍ଷ ଧରି ନେପାଳ କ୍ରିକେଟ ଦ୍ରୁତ ଗତିରେ ଆଗକୁ ବଢ଼ିଛି । ଦଳ ଲଗାତାର ଦୁଇଟି ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରି ନିଜର କ୍ଷମତା ଦେଖାଇଛି । ୨୦୨୪ ଟି-୨୦ ବିଶ୍ୱକପ୍‌ରେ ନେପାଳ ଗୋଟିଏ ବି ମ୍ୟାଚ୍‌ ଜିତିପାରିନଥିଲେ ମଧ୍ୟ ୨୦୨୬ ବିଶ୍ୱକପ୍‌ରେ ଦଳ ଅଧିକ ଶକ୍ତିଶାଳୀ ରୂପ ଦେଖାଇଛି । ସ୍କଟଲ୍ୟାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିବା ସହ ଇଂଲଣ୍ଡକୁ ମଧ୍ୟ ହରାଇବାର ନିକଟରେ ପହଞ୍ଚିଥିଲା । ଶେଷରେ ମାତ୍ର ୪ ରନ୍‌ରେ ପରାଜୟର ସ୍ବାଦ ଚାଖିଥିଲା ।

ଏବେ ଭାରତ ‘ଏ’ ବିପକ୍ଷରେ ଖେଳି ନେପାଳ ପ୍ରମାଣ କରିବାକୁ ଚାହିଁବ ଯେ ସେମାନେ କେବଳ ଉଦୟମାନ ଟିମ୍ ନୁହେଁ, ବରଂ ବିଶ୍ୱ କ୍ରିକେଟରେ ଏକ ନୂଆ ଶକ୍ତି ହେବାକୁ ପ୍ରସ୍ତୁତ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India A to Tour Nepal for Three-Match T20 Series | Argus News