Videos
|
Sports

New Zealand T20I Squad / ଭାରତ ବିପକ୍ଷ T20I ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା, ଆହତ ପାଇଁ ରଚିନ୍ ରବୀନ୍ଦ୍ର ବାଦ୍

Santosh Kumar Sahoo
Browse all articles by Santosh Kumar Sahoo
·57 mins ago·2 min read
ଭାରତ ବିପକ୍ଷ T20I ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା, ଆହତ ପାଇଁ ରଚିନ୍ ରବୀନ୍ଦ୍ର ବାଦ୍
New Zealand Squad

Key Points

ଭାରତ ବନାମ ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌
ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ
ଆହତ କାରଣରୁ ରଚିନ୍ ରବୀନ୍ଦ୍ର OUT
ଆସନ୍ତା ଅକ୍ଟୋବର ମାସରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଉଭୟ ଦଳ ମଧ୍ୟରେ ୩ଟି ଫର୍ମାଟରେ ମ୍ୟାଚ୍‌ ଖେଳାଯିବ । ତେବେ ଏହା ପୂର୍ବରୁ ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲାଣ୍ଡ । ମିଚେଲ ସାଣ୍ଟନରଙ୍କ ନେତୃତ୍ବରେ ଭାରତ ବିପକ୍ଷରେ ମଇଦାନକୁ ଓହ୍ଲାଇବ ନ୍ୟୁଜିଲାଣ୍ଡ । ତେବେ ନିକଟରେ ଆହତ ହୋଇଥିବା ରଚିନ୍ ରବୀନ୍ଦ୍ର ଭାରତ ବିପକ୍ଷ T20I ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି ।

ଏକ ବର୍ଷ ପରେ ଦଳକୁ ଫେରିଲେ ଆଡାମ୍ ମିଲ୍ନେ

ସେପଟେ ନ୍ୟୁଜିଲାଣ୍ଡର T20I ଦଳରେ ଦ୍ରୁତ ବୋଲର ଆଡାମ୍ ମିଲ୍ନେଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି । ସେ ଏକ ବର୍ଷରୁ ଅଧିକ ସମୟ ଧରି ଦଳରୁ ବାହାରେ ଥିଲେ । ଏବେ ଭାରତ ବିପକ୍ଷ ସିରିଜ୍ ପାଇଁ ତାଙ୍କୁ ପୁଣି ସ୍କ୍ୱାଡ୍‌ରେ ସାମିଲ କରାଯାଇଛି ।

ସେହିପରି ଆହତ କାରଣରୁ T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିଥିବା ମାଇକେଲ୍ ବ୍ରେସୱେଲ୍ ମଧ୍ୟ ଦଳକୁ ଫେରିଛନ୍ତି । ରଚିନ୍ ରବୀନ୍ଦ୍ରଙ୍କ ବ୍ୟତୀତ ବେନ୍ ସିୟର୍ସ ମଧ୍ୟ ଆହତ ଥିବାରୁ ଚୟନ ପାଇଁ ଉପଲବ୍ଧ ନାହାନ୍ତି ।

ଅକ୍ଟୋବର ୨୨ରୁ ଆରମ୍ଭ ହେବ ସିରିଜ୍

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ T20I ସିରିଜ୍ ଅକ୍ଟୋବର ୨୨ରୁ ଆରମ୍ଭ ହେବ । ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍‌ ନଭେମ୍ବର ୧ରେ ଖେଳାଯିବ ।
ପ୍ରଥମ ଟି-୨୦ - ୨୨ ଅକ୍ଟୋବର
ଦ୍ବିତୀୟ ଟି-୨୦ - ୨୪ ଅକ୍ଟୋବର
ତୃତୀୟ ଟି-୨୦ - ୨୭ ଅକ୍ଟୋବର
ଚତୁର୍ଥ ଟି-୨୦ - ୩୦ ଅକ୍ଟୋବର
ପଞ୍ଚମ ଟି-୨୦ - ୧ ନଭେମ୍ବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନ୍ୟୁଜିଲାଣ୍ଡ T20I ସ୍କ୍ୱାଡ୍:

ମିଚେଲ୍ ସାଣ୍ଟନର୍ (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ୍, ମାର୍କ ଚାପମ୍ୟାନ୍, ଜାକବ୍ ଡଫି, ଲକି ଫର୍ଗୁସନ୍, ଡେଭନ୍ କନୱେ, ଜାକ୍ ଫଲ୍କ୍ସ, ମ୍ୟାଟ୍ ହେନରୀ, ବେଭନ୍ ଜାକବ୍ସ, କାଇଲ୍ ଜାମିସନ୍, ଆଡାମ୍ ମିଲ୍ନେ, ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ଟିମ୍ ସିଫର୍ଟ ଓ ନାଥନ୍ ସ୍ମିଥ୍।

୭ ଜଣ ଦ୍ରୁତ ବୋଲରଙ୍କୁ କାହିଁକି ଦଳରେ ନିଆଗଲା ?

ଭାରତ ବିପକ୍ଷ T20I ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଦଳରେ ୭ ଜଣ ଦ୍ରୁତ ବୋଲରଙ୍କ ବିକଳ୍ପ ରହିଛି । ଏତେ ସଂଖ୍ୟକ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରିବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି ନ୍ୟୁଜିଲାଣ୍ଡର ହେଡ୍ କୋଚ୍ ରବ୍ ୱାଲ୍ଟର । ତାଙ୍କ କହିବା ଅନୁସାରେ, ଆଗାମୀ କିଛି ମାସରେ ନ୍ୟୁଜିଲାଣ୍ଡକୁ ଅନେକ ମ୍ୟାଚ୍ ଖେଳିବାକୁ ଅଛି। ତେଣୁ ବୋଲରମାନଙ୍କ ୱର୍କଲୋଡ୍‌କୁ ଠିକ୍ ଭାବରେ ପରିଚାଳନା କରିବା ଦଳର ମୁଖ୍ୟ ଲକ୍ଷ୍ୟ । ରବ୍ ୱାଲ୍ଟର କହିଛନ୍ତି ଯେ ଦଳର ପ୍ରାଥମିକତା ହେଉଛି ମ୍ୟାଚ୍ ଜିତିବା ଏବଂ ସର୍ବଶ୍ରେଷ୍ଠ ଦଳକୁ ମଇଦାନକୁ ଓହ୍ଲାଇବା ।