Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା

Key Points

  • ଟି-୨୦ ବିଶ୍ୱକପ:ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା
  • କେନ୍‌ ଓ୍ୱିଲିୟମସନ୍‌ଙ୍କୁ ଅଧିନାୟକ ଦାୟିତ୍ୱ,ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା


ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର  ଗୋଟିଏ ମାସ ସମୟ ବାକି ରହିଥିବାବେଳେ ଏହାରି ଭିତରେ ଚାଲିଛି ବିଭିନ୍ନ ଦଳର ପ୍ରସ୍ତୁତି। ତେବେ ଏହା ଭିତରେ ମେ’ ୧ ତାରିଖ ସୁଦ୍ଧା ବିଶ୍ୱକପ ପାଇଁ ସମସ୍ତ ଦଳ ଘୋଷଣା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲରେ ସାରା ବିଶ୍ୱ ବ୍ୟସ୍ତ ରହିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଟିମ ଭାବରେ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ।  ପୁଣିଥରେ କେନ୍ ୱିଲିୟମସନଙ୍କ ହାତରେ ରହିଛି ଅଧିନାୟକ ଦାୟିତ୍ୱ ।

ଅଧିକ ପଢନ୍ତୁ : ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା

 ଆହତ ଯୋଗୁଁ ଆଇପିଏଲରୁ ବାଦ୍ ପଡ଼ିଥିବା ଡିଭନ୍ କନୱେ ସୁସ୍ଥ ହୋଇ ଦଳକୁ ଫେରୁଛନ୍ତି । ଏହାବ୍ୟତୀତ ଡାରିଲ ମିଚେଲ ଏବଂ ରଚିନ୍ ରବିନ୍ଦ୍ର ମଧ୍ୟ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି ।ଅଭିଜ୍ଞତା ଯୋଗୁଁ ବୋଲ୍ଟଙ୍କୁ ଦଳରେ ସୁଯୋଗ ଦିଆଯାଇଛି । ଆସନ୍ତା ଜୁନ୍ ୨ରୁ ଜୁନ୍ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । 
ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍(ଅଧିନାୟକ), ଫିନ୍ ଆଲେନ୍, ଟ୍ରେଣ୍ଟ ବୋଲ୍ଟ, ମାଇକେଲ ବ୍ରେସବେଲ, ମାର୍କ ଚାପମେନ, ଡେଭନ୍ କନୱେ, ଲକି ଫର୍ଗୁସନ୍, ମ୍ୟାଟ ହେନରୀ, ଡାରିଲ ମିଚେଲ, ଜିମି ନିଶମ୍, ଗ୍ଲେନ ଫିଲିପ୍ସ, ରଚିନ୍ ରବିନ୍ଦ୍ର, ମିଚେଲ ସାଣ୍ଟନର, ଇସ ସୋଢୀ ଏବଂ ଟିମ୍ ସାଉଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored