Next Virat Kohli / ଟିମ୍ ଇଣ୍ଡିଆର ପରବର୍ତ୍ତୀ ବିରାଟ କୋହଲି କିଏ ? ଇରଫାନ୍ ପଠାନ୍ ଦେଲେ ବଡ଼ ବୟାନ
·8 months ago·2 min read

Key Points
ଟିମ୍ ଇଣ୍ଡିଆର ପରବର୍ତ୍ତୀ ବିରାଟ କୋହଲି କିଏ?
ଗିଲ୍ ହେବେ କି ଟିମ୍ ଇଣ୍ଡିଆର ନୂଆ ସୁପରଷ୍ଟାର?
ଇରଫାନ୍ ପଠାନ ଦେଲେ ବଡ଼ ବୟାନ

ବିରାଟ କୋହଲି । ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ । ବିରାଟ ୨୦୨୪ ଟି-୨୦ ବିଶ୍ବକପ୍ ବିଜୟ ପରେ ଟି-୨୦ରୁ ଅବସର ନେଇସାରିଛନ୍ତି । ସେହିପରି ୨୦୨୫ରେ ସେ ଟେଷ୍ଟ କ୍ରିକେଟକୁ ମଧ୍ୟ ଅଲବିଦା କହିଛନ୍ତି । ଏବେ କୋହଲି କେବଳ ଦିନିକିଆରେ ଖେଳୁଛନ୍ତି । ସେ ହୁଏତ ୨୦୨୭ ଦିନିକିଆ ବିଶ୍ବକପ୍ ପରେ ODI ରୁ ଅବସର ନେଇପାରନ୍ତି । ଏସବୁ ମଧ୍ୟରେ କିଏ ହେବ ଟିମ୍ ଇଣ୍ଡିଆ ପରବର୍ତ୍ତୀ ବିରାଟ କୋହଲି ତାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି ।
ଏହାରି ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ କହିଛନ୍ତି ଯେ ଶୁବମନ ଗିଲ୍ ଟିମ୍ ଇଣ୍ଡିଆର ପରବର୍ତ୍ତୀ ବିରାଟ କୋହଲି ହୋଇପାରନ୍ତି । ଗିଲ୍ ବର୍ତ୍ତମାନ ଭାରତର ଟେଷ୍ଟ ଏବଂ ଏକଦିବସୀୟ ଦଳର ଅଧିନାୟକ ଅଛନ୍ତି । ତାଙ୍କୁ ଟିମ୍ ଇଣ୍ଡିଆର ପରବର୍ତ୍ତୀ ସୁପରଷ୍ଟାର ଖେଳାଳି ଭାବରେ ଦେଖାଯାଉଛି । ସେ ଟେଷ୍ଟ ଫର୍ମାଟରେ ନମ୍ବର ୪ ସ୍ଥାନ ଗ୍ରହଣ କରିଛନ୍ତି, ଯେଉଁ ସ୍ଥାନରେ ବିରାଟ କୋହଲି ଖେଳୁଥିଲେ।
ଇରଫାନ ପଠାନ କହିଛନ୍ତି, କିପରି ବିରାଟ କୋହଲିଙ୍କୁ ତାଙ୍କ କ୍ୟାରିୟରର ଆରମ୍ଭରେ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରାଯାଉଥିଲା । ସେହିପରି ଶୁବମନ ଗିଲଙ୍କୁ ଏବେ ବିରାଟ କୋହଲିଙ୍କ ସହ ତୁଳନା କରାଯାଉଛି ।
ଇରଫାନ ପଠାନ କହିଛନ୍ତି, "ଗିଲ୍ ବହୁତ ପ୍ରତିଭାଶାଳୀ । ତୁଳନା ସବୁବେଳେ କରାଯିବ । ବିରାଟଙ୍କୁ ସଚିନଙ୍କ ସହ ତୁଳନା କରାଯାଇଥିଲା, ଯିଏ ୨୫ ହଜାରରୁ ୩୦ ହଜାର ରନ୍ କରିଛନ୍ତି । ମୁଁ ଭାବୁଛି ଗିଲ୍ଙ୍କ ପାଖରେ ଏଭଳି କିଛି କରିବାର ସମ୍ଭାବନା ଅଛି । ସେ ବିଭିନ୍ନ ପ୍ରକାରର ସଟ୍ ଖେଳିପାରିବେ । ଜଣେ କ୍ରିକେଟର ଭାବରେ ସେ ଯେତେ ଅଧିକ ଦାୟିତ୍ୱ ଏବଂ ଚ୍ୟାଲେଞ୍ଜ ପାଇବେ, ସେ ସେତେ ଭଲ ହେବେ । ମୁଁ ତାଙ୍କୁ ସବୁବେଳେ କ୍ରିକେଟ ପାଇଁ ପ୍ରସ୍ତୁତ ଥିବା ଦେଖିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଅଲରାଉଣ୍ଡରଙ୍କ ପୂର୍ବରୁ ଇଂଲଣ୍ଡର କିମ୍ବଦନ୍ତୀ ସ୍ପିନର ମଣ୍ଟି ପାନେସର୍ ସନ୍ଦେହ ପ୍ରକାଶ କରିଥିଲେ ଯେ ଶୁବମନ ଗିଲ କେବେ ଟିମ୍ ଇଣ୍ଡିଆରେ ବିରାଟ କୋହଲିଙ୍କ ସ୍ଥାନ ନେଇପାରିବେ । ଅନ୍ୟପକ୍ଷରେ, ଦିନିକିଆରେ ଅଧିନାୟକ ହେବା ପରେ ଶୁବମନ ଗିଲ୍ କହିଥିଲେ ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସହ ତାଙ୍କର ସମ୍ପର୍କ ପ୍ରଭାବିତ ହେବ ନାହିଁ ।
ଇରଫାନ ପଠାନଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ, ODI ଏବଂ ଟେଷ୍ଟ ଦଳର ଅଧିନାୟକ ହେବା ସତ୍ତ୍ୱେ ଶୁବମନ ଗିଲ୍ଙ୍କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳରୁ ବାଦ ଦିଆଯାଇଛି । ଟି-୨୦ ଦଳର ଉପ-ଅଧିନାୟକ ହେବା ସତ୍ତ୍ୱେ ଗିଲ୍ଙ୍କୁ ବିଶ୍ୱକପ୍ ଦଳରୁ ବାଦ୍ ଦିଆଯାଇଛି ।

Related Topics
Explore more stories