Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Neymar Comeback / FIFA ବିଶ୍ବକପ୍‌ରେ ଭାବୁକ ହେଲେ ନେମାର, ୯୮୧ ଦିନ ପରେ ଫେରି କାନ୍ଦି ପକାଇଲେ ଷ୍ଟାର ଫୁଟବଲର

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
FIFA ବିଶ୍ବକପ୍‌ରେ ଭାବୁକ ହେଲେ ନେମାର, ୯୮୧ ଦିନ ପରେ ଫେରି କାନ୍ଦି ପକାଇଲେ ଷ୍ଟାର ଫୁଟବଲର
Neymar

Key Points

ନେମାରଙ୍କ ଆଖିରେ ଲୁହ
୯୮୧ ଦିନ ପରେ ବ୍ରାଜିଲ ଜର୍ସିରେ ଦମଦାର କମ୍‌ବ୍ୟାକ୍
FIFA ବିଶ୍ୱକପ୍‌ରେ ଭାବୁକ ହେଲେ ବ୍ରାଜିଲ ଷ୍ଟାର
ବୁଧବାର ଫିଫା ବିଶ୍ବକପ୍‌ରେ ବ୍ରାଜିଲ୍‌ ଓ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ବ୍ରାଜିଲ୍‌ ୩-୦ ଗୋଲରେ ବିଜୟଲାଭ କରି ଗ୍ରୁପ୍‌-Cରେ ଶୀର୍ଷ ସ୍ଥାନ ହାସଲ କରି ନକଆଉଟ୍‌ ପର୍ଯ୍ୟାୟକୁ ଯାଇଥିଲା । ତେବେ ସବୁଠୁ ବଡ଼ କଥା ହେଉଛି, ୯୮୧ ଦିନର ଅପେକ୍ଷା ପରେ ଜାତୀୟ ଦଳକୁ ଫେରିଛନ୍ତି ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର ନେମାର । ୨୦୨୬ ଫିଫା ବିଶ୍ବକପ୍‌ରେ ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ର ଦ୍ବିତୀୟାର୍ଦ୍ଧରେ ନେମାରଙ୍କୁ ସୁଯୋଗ ମିଳିଥିଲା । ଆଉ ମ୍ୟାଚ୍‌ ପରେ ଭାବୁକ ହୋଇ କାନ୍ଦି ପକାଇଥିଲେ ।

୩୪ ବର୍ଷୀୟ ନେମାର ଶେଷ ଥର ପାଇଁ ବ୍ରାଜିଲ୍ ପାଇଁ ୧୭ ଅକ୍ଟୋବର ୨୦୨୩ରେ ଉରୁଗୁଏ ବିପକ୍ଷ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଖେଳିଥିଲେ । ଅର୍ଜନରେ ଖେଳିଥିଲେ। ସେହି ମ୍ୟାଚ୍‌ରେ ତାଙ୍କ ବାମ ଆଣ୍ଠୁର ACL ଏବଂ ମେନିସ୍କସ୍‌ ଛିଡ଼ି ଯାଇଥିଲା । ଏହି ଆଘାତ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ମଧ୍ୟରୁ ଗୋଟିଏ ଥିଲା ।

ଏହା ପରେ, ନେମାର ଦୀର୍ଘ ସମୟ ପର୍ଯ୍ୟନ୍ତ ପଡ଼ିଆରୁ ବାହାରେ ରହିଥିଲେ ଏବଂ ଫିଟନେସ୍ ସମସ୍ୟା ସହିତ ସଂଘର୍ଷ କରିଚାଲିଥିଲେ । ଅନେକ ଥର ତାଙ୍କର ଫେରିବା ଆଶା ସୃଷ୍ଟି ହୋଇଥିଲା, କିନ୍ତୁ ଫିଟନେସ୍ ସମସ୍ୟା ତାଙ୍କ ପଥରେ ବାଧା ହୋଇ ରହିଥିଲା ।


ତେବେ ବ୍ରାଜିଲ୍ ପ୍ରଶିକ୍ଷକ କାର୍ଲୋ ଆନସେଲୋଟି ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ର ୭୬ତମ ମିନିଟ୍‌ରେ ମାଥ୍ୟୁସ୍ କୁନ୍‌ହାଙ୍କ ସ୍ଥାନରେ ନେମାରଙ୍କୁ ସୁଯୋଗ ଦେଇଥିଲେ । ନେମାର ଆସିବା ମାତ୍ରେ, ଷ୍ଟାଡିୟମରେ ଥିବା ହଜାର ହଜାର ପ୍ରଶଂସକ ତାଙ୍କୁ ଠିଆ ହୋଇ ପ୍ରଶଂସା କରିଥିଲେ ।

ଏହି ମ୍ୟାଚ୍ ସହିତ, ନେମାର ଚତୁର୍ଥ ଫିଫା ବିଶ୍ୱକପରେ ବ୍ରାଜିଲର ପ୍ରତିନିଧିତ୍ୱ କରୁଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି । ଯଦିଓ ସେ ଅଧିକ ଖେଳ ସମୟ ପାଇ ନଥିଲେ ଏବଂ କୌଣସି ଗୋଲ କିମ୍ବା ଆସିଷ୍ଟ ମଧ୍ୟ କରିନଥିଲେ କିନ୍ତୁ ତାଙ୍କର ଏକାକୀ ଉପସ୍ଥିତି ବ୍ରାଜିଲ ପ୍ରଶଂସକଙ୍କ ପାଇଁ ଏକ ବଡ଼ ବିଜୟ ଥିଲା । ତେବେ ଏହି ମ୍ୟାଚ୍‌ ପରେ ନେମାର ଭାବୁକ ହୋଇଯାଇଥିଲେ ଏବଂ ତାଙ୍କ ଆଖିରୁ ଲୁହ ଝରି ଆସିଥିଲା ।

ସେପଟେ ସ୍କଟଲ୍ୟାଣ୍ଡ ବିପକ୍ଷରେ ୩-୦ ବିଜୟ ସହିତ ବ୍ରାଜିଲ ଗ୍ରୁପ୍ C ରେ ଶୀର୍ଷରେ ପହଞ୍ଚି ରାଉଣ୍ଡ ଅଫ୍ ୩୨ରେ ପ୍ରବେଶ କରିଛି । ସେମାନେ ଏବେ ନକଆଉଟ୍ ରାଉଣ୍ଡରେ ଗ୍ରୁପ୍ F ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ସହିତ ମୁକାବିଲା କରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Neymar Breaks Down After Emotional Brazil Return at FIFA World Cup | Argus News