Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India T20 Squad / ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବାଦ୍ ପଡ଼ିଲେ ଷ୍ଟାର ଅଲରାଉଣ୍ଡର...ଦଳକୁ ଆସିଲେ ଏହି ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବାଦ୍ ପଡ଼ିଲେ ଷ୍ଟାର ଅଲରାଉଣ୍ଡର...ଦଳକୁ ଆସିଲେ ଏହି ଖେଳାଳି
Nitish Kumar Reddy

Key Points

ଟିମ୍ ଇଣ୍ଡିଆକୁ ବଡ଼ ଝଟକା
ଷ୍ଟାର ଅଲରାଉଣ୍ଡର ବାଦ୍
ଏଣ୍ଟ୍ରି ମାରିଲେ ନୂଆ ଖେଳାଳି

ଆର୍ୟାଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆଘାତ କାରଣରୁ ଏହି ଦୁଇଟି ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ସୂର୍ଯ୍ୟାଂଶ ଶେଡଗେଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଛି ।

ବିସିସିଆଇ ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଦିନିକିଆ ପରେ ନୀତିଶ କୁମାରଙ୍କ ମାଂସପେଶୀରେ ସମସ୍ୟା ଦେଖିବାକୁ ମିଳିଥିଲା । ପରୀକ୍ଷା ପରେ ଡାକ୍ତରୀ ଦଳ ନୀତିଶଙ୍କୁ ପୁନର୍ବାସ କରିବାକୁ ପରାମର୍ଶ ଦେଇଥିଲା, ଯାହା ତାଙ୍କୁ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଟି-୨୦ ସିରିଜରୁ ଓହରି ଯିବାକୁ ବାଧ୍ୟ କରିଥିଲା ।



ସୂର୍ଯ୍ୟାଂଶ ଶେଡଗେ ସମ୍ପ୍ରତି ଶ୍ରୀଲଙ୍କାରେ ଖେଳାଯାଇଥିବା ଟ୍ରାଇ-ସିରିଜରେ ଭାରତ 'ଏ' ପାଇଁ ଖେଳିଥିଲେ । ସେ ପାଞ୍ଚଟି ମ୍ୟାଚରେ ୧୪୭ ରନ୍ କରିଥିଲେ । ସେ ଶ୍ରୀଲଙ୍କା 'ଏ' ବିପକ୍ଷରେ ମଧ୍ୟ ୭୨ ରନ୍ କରିଥିଲେ, ଯାହା ସମଗ୍ର ଟୁର୍ଣ୍ଣାମେଣ୍ଟର ତାଙ୍କର ଏକମାତ୍ର ଅର୍ଦ୍ଧଶତକ ଥିଲା । ସେ ଏହି ସିରିଜ୍‌ରେ ଦୁଇଟି ଓ୍ବିକେଟ୍‌ ମଧ୍ୟ ନେଇଥିଲେ ।
ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଆଘାତ ଯୋଗୁଁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ ନୀତିଶଙ୍କୁ ଭାରତର ପ୍ଲେଇଂ ଇଲେଭେନରେ ଲଗାତାର ସୁଯୋଗ ମିଳୁଛି । ଏବେ ତାଙ୍କର ଆଘାତ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଝଟକା । ସୂର୍ଯ୍ୟାଂଶଙ୍କୁ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡର ପିଚ୍‌ରେ ଆଶାଠାରୁ ଅଧିକ ବୋଲିଂ କରିବାକୁ ପଡ଼ିପାରେ ।

ଭାରତୀୟ ଦଳ ପ୍ରଥମେ ଆୟର୍ଲାଣ୍ଡ ଯାତ୍ରା କରିବ । ଯେଉଁଠାରେ ଜୁନ୍ ୨୬ ଏବଂ ୨୮ ତାରିଖରେ ଉଭୟ ଦଳ ମଧ୍ୟରେ ଦୁଇଟି ଟି-୨୦ ମ୍ୟାଚ୍ ଖେଳାଯିବ । ଏହା ପରେ, ଟିମ୍ ଇଣ୍ଡିଆ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । ଯେଉଁଠାରେ ଏହା ପାଞ୍ଚଟି ଟି-୨୦ ମ୍ୟାଚ୍ ଏବଂ ତିନୋଟି ଦିନିକିଆ ଖେଳିବ । ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nitish Kumar Reddy Ruled Out Of Ireland, England Series | Argus News