Cricket Emotional Moment / ମା’ଙ୍କୁ ମନେ ପକାଇ ପଡ଼ିଆରେ ଭୋ’ ଭୋ’ କାନ୍ଦିଲେ ନୀତିଶ ରାଣା… ଛୁଇଁଗଲା ସମସ୍ତଙ୍କ ହୃଦୟ
·2 weeks ago·3 min read

Key Points
ନୀତିଶ ରାଣା ଏକ ମ୍ୟାଚରେ ନିଜ ମା’ଙ୍କୁ ମନେ ପକାଇ ପଡ଼ିଆରେ ଭୋ ଭୋ କାନ୍ଦିଛନ୍ତି
ମା’ ଶବ୍ଦର ମାନେ ସତରେ ବର୍ଣ୍ଣନା କରିବା କଷ୍ଟ। ମା’ ହେଉଛନ୍ତି ସେହି ମଣିଷ, ଯିଏ ଆମକୁ ଦୁନିଆ ଦେଖାଇବା ପୂର୍ବରୁ ନିଜ ହୃଦୟରେ ଜାଗା ଦିଅନ୍ତି। ଆମ ହସରେ ସେ ଖୁସି ହୁଅନ୍ତି, ଆମ ଲୁହରେ ତାଙ୍କ ଆଖି ଭିଜିଯାଏ। ଆମେ ଜିତିଲେ ସବୁଠାରୁ ଅଧିକ ଗର୍ବ କରନ୍ତି ଏବଂ ଆମେ ହାରିଗଲେ ସବୁଠାରୁ ପ୍ରଥମେ ହାତ ବଢ଼ାନ୍ତି।
ମା’ ଥିଲେ ଘର କେବଳ ଘର ନୁହେଁ, ଏକ ଆଶ୍ରୟ ହୋଇଯାଏ। କିନ୍ତୁ ଯେଉଁ ଲୋକଙ୍କ ମୁଣ୍ଡ ଉପରୁ ମା’ଙ୍କ ହାତ ଉଠିଯାଏ, ସେମାନେ ହିଁ ଜାଣନ୍ତି ‘ମା’ ଶବ୍ଦର ମୂଲ୍ୟ କେତେ। ମା’ ନଥିବା ଘରରେ ସବୁକିଛି ଥାଇପାରେ ଟଙ୍କା, ବଡ଼ ଘର, ସଫଳତା, ସୁବିଧା କିନ୍ତୁ ଏକ ଶୂନ୍ୟତା ସବୁବେଳେ ରହିଯାଏ। ସେହି ଶୂନ୍ୟତା କୌଣସି ଧନସମ୍ପତ୍ତି ମଧ୍ୟ ଭରିପାରେ ନାହିଁ। ଠିକ୍ ଏଭଳି ଏକ ଦୃଶ୍ୟ ଆଜି ସମସ୍ତଙ୍କୁ ଭାବ ବିହ୍ବଳ କରିଦେଇଛି । କ୍ରିକେଟ ପଡ଼ିଆର ଏହି ଦୃଶ୍ୟ ଆଜି ସମସ୍ତଙ୍କ ଆଖିକୁ ଛଳ ଛଳ କରିଦେଇଛି।
ଏହାସହ ପଢ଼ନ୍ତୁ: କ୍ରିକେଟ ପଡ଼ିଆରେ ଭୟଙ୍କର ଦୁର୍ଘଟଣା ! ଅମ୍ପାୟାରଙ୍କ ମୁହଁରେ ବାଜିଲା ବଲ୍, ICUରେ ଭର୍ତ୍ତି
ଭାରତୀୟ କ୍ରିକେଟର ନୀତିଶ ରାଣା । ସେ ତାଙ୍କ ମା’ଙ୍କୁ ମନେ ପକାଇ ମଝି ପଡ଼ିଆରେ କାନ୍ଦିବାକୁ ଲାଗିଥିଲେ । ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହେଉଛି । ଦିଲ୍ଲୀ ପ୍ରିମିୟର ଲିଗର ଏହି ମ୍ୟାଚ୍ ବହୁତ ଭାବୁକ କରିଦେବା ଭଳି ରହିଛି । ମା’ଙ୍କ ନିଧନର କିଛି ଦିନ ପରେ ମୈଦାନକୁ ଓହ୍ଲାଇଥିବା ରାଣା ଶାନଦାର ଅର୍ଦ୍ଧଶତକ ଲଗାଇଛନ୍ତି। କିନ୍ତୁ ୫୦ରନ୍ ପୂରା କରିବା ପରେ ସେ ତାଙ୍କ ଭାବନାକୁ କାବୁ କରିପାରନଥିଲେ। ସେ ଆକାଶ ପଟକୁ ଚାହିଁ ନିଜ ଦିବଂଗତ ମା’ଙ୍କୁ ମନେ ପକାଇଛନ୍ତି ଏବଂ ମୈଦାନରେ ହିଁ କାନ୍ଦିବାକୁ ଲାଗିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବେଷ୍ଟ ଦିଲ୍ଲୀ ଲାୟନ୍ସ ପକ୍ଷରୁ ଖେଳୁଥିବା ନୀତିଶ ରାଣା ଆକ୍ରମକ ଅନ୍ଦାଜରେ ବ୍ୟାଟିଂ କରିଛନ୍ତି । ସେ ୩୩ବଲରେ ୬୦ରନର ପାଳି ଖେଳିଛନ୍ତି । ଯେଉଁଥିରେ ୪ ଚୌକା ଏବଂ ୬ ଛକ୍କା ସାମିଲ ରହିଛି । ରାଣା କେବଳ ୨୭ବଲରେ ନିଜ ଅର୍ଦ୍ଧଶତକ ପୂରା କରିଛନ୍ତି । ଯେଭଳି ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି ରାଣା ବ୍ୟାଟ୍ ଧରି ଉପରକୁ ଚାହିଁଥିଲେ । ଏହାପରେ ତାଙ୍କ ଆଖିରେ ଲୁହ ବାହାରି ପଡ଼ିଥିଲା । ସେ କିଛି ସମୟ ଲାଗି ସମ୍ପୂର୍ଣ୍ଣ ଭାବେ ଭାବୁକ ହୋଇଯାଇଥିଲେ ଏବଂ ନିଜ ମା’ଙ୍କୁ ମନେ ପକାଇ ମୈଦାନରେ କାନ୍ଦିବାକୁ ଲାଗିଥିଲେ । ବିପକ୍ଷ ଟିମର ଖେଳାଳୀ ଏବଂ ଅମ୍ପାୟର ବି ତାଙ୍କ ପାଖରେ ପହଞ୍ଚି ତାଙ୍କୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ।
ନୀତିଶ ରାଣା ଏହି ମ୍ୟାଚରେ ନିଜ ମା’ଙ୍କୁ ମନେ ପକାଇଛନ୍ତି। ତାଙ୍କ ଜର୍ସି ପଛରେ ତାଙ୍କ ମା’ଙ୍କ ନାମ ‘N.Satish’ ଲେଖା ହୋଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ିଥିଲା କି ଏହି ଅସୁବିଧା ସମୟରେ ବି ତାଙ୍କ ମା’ ତାଙ୍କ ସହ ଥିଲେ। ରାଣାଙ୍କ ସ୍ତ୍ରୀ ସାଚୀ ମାରଓ୍ବାହ ବି ସୋସିଆଲ ମିଡ଼ିଆରେ ତାଙ୍କ ଭାବୁକ ପାଳି ପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, ‘Mumma is here with you’। ଏହି ବାର୍ତ୍ତା ରାଣା ଲାଗି ଏହି କଷ୍ଟକର ସମୟରେ ଭାବପ୍ରବଣ ସମର୍ଥନ ଯୋଗାଇବା ଭଳି ରହିଛି।
ନୀତିଶ ରାଣା ଭାରତ ପାଇଁ ଗୋଟିଏ ODI ଏବଂ ଦୁଇଟି T20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୨୧ ଶ୍ରୀଲଙ୍କା ଗସ୍ତ ସମୟରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ IPLରେ ଅନେକ ଦଳକୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି ଏବଂ ସମ୍ପ୍ରତି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି। ଏହି ବର୍ଷ, ସେ ନଅଟି ମ୍ୟାଚ୍ ରେ ୨୨୫ ରନ୍ କରିଥିଲେ। ଯଦିଓ ଦଳ ଏହି ମ୍ୟାଚ୍ ଜିତିପାରି ନଥିଲା, ରାଣାଙ୍କ ଇନିଂସ ତାଙ୍କ କ୍ରିକେଟ୍ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଭାବନା ପାଇଁ ଅଧିକ ମନେ ରହିବ। ତାଙ୍କ ମାଆଙ୍କୁ ହରାଇବାର ଯନ୍ତ୍ରଣା ସତ୍ତ୍ୱେ ସେ ଯେଉଁ ଉତ୍ସାହ ସହିତ ବ୍ୟାଟିଂ କରିଥିଲେ ତାହା ପ୍ରଶଂସକମାନଙ୍କୁ ଆକର୍ଷିତ କରିଥିଲା।
- ଜର୍ସିରେ ଲେଖାଥିଲା ମା’ଙ୍କ ନାମ

- ରାଣା ଭାରତ ପାଇଁ ମଧ୍ୟ ଖେଳିଛନ୍ତି
ନୀତିଶ ରାଣା ଭାରତ ପାଇଁ ଗୋଟିଏ ODI ଏବଂ ଦୁଇଟି T20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ସେ ୨୦୨୧ ଶ୍ରୀଲଙ୍କା ଗସ୍ତ ସମୟରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ IPLରେ ଅନେକ ଦଳକୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି ଏବଂ ସମ୍ପ୍ରତି ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି। ଏହି ବର୍ଷ, ସେ ନଅଟି ମ୍ୟାଚ୍ ରେ ୨୨୫ ରନ୍ କରିଥିଲେ। ଯଦିଓ ଦଳ ଏହି ମ୍ୟାଚ୍ ଜିତିପାରି ନଥିଲା, ରାଣାଙ୍କ ଇନିଂସ ତାଙ୍କ କ୍ରିକେଟ୍ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଭାବନା ପାଇଁ ଅଧିକ ମନେ ରହିବ। ତାଙ୍କ ମାଆଙ୍କୁ ହରାଇବାର ଯନ୍ତ୍ରଣା ସତ୍ତ୍ୱେ ସେ ଯେଉଁ ଉତ୍ସାହ ସହିତ ବ୍ୟାଟିଂ କରିଥିଲେ ତାହା ପ୍ରଶଂସକମାନଙ୍କୁ ଆକର୍ଷିତ କରିଥିଲା।
Related Topics
Explore more stories