Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Nitish Reddy Mother Call / ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ଆସିଲା ନୀତୀଶ ରେଡ୍ଡୀଙ୍କ ମାଆଙ୍କ ଫୋନ୍‌, ତାପରେ...

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ସାମ୍ବାଦିକ ସମ୍ମିଳନୀ ମଧ୍ୟରେ ଆସିଲା ନୀତୀଶ ରେଡ୍ଡୀଙ୍କ ମାଆଙ୍କ ଫୋନ୍‌, ତାପରେ...
Nitish Kumar reddy

Key Points

ମ୍ୟାଚ୍ ପରେ ନୀତୀଶଙ୍କୁ ଆସିଲା ମାଆଙ୍କ କଲ୍
ମାଆଙ୍କ ଫୋନ୍‌ରେ ଚୁପ୍ ହୋଇଗଲେ ନୀତୀଶ
ଭାଇରାଲ ହେଲା ଏହି ସମୟର ଭିଡିଓ
ଶନିବାର ଭାରତ-ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଆଫଗାନିସ୍ତାନକୁ ୭ ଓ୍ବିକେଟରେ ପରାସ୍ତ କରିଛି । ୨୫ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ସହଜରେ ଲକ୍ଷ୍ୟ ହାସଲ କରିଛି ।
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଦିନିକିଆ ପରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ମ୍ୟାଚ୍‌ ପରେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନର ଉତ୍ତର ଦେଉଥିବା ନୀତୀଶ କୁମାର ରେଡ୍ଡୀ ହଠାତ୍ କିଛି ସେକେଣ୍ଡ ପାଇଁ ଚୁପ୍‌ ରହିଗଲେ ଯେତେବେଳେ ତାଙ୍କୁ ତାଙ୍କ ମାଆଙ୍କ ଫୋନ୍‌ ଆସିଲା ।

ନୀତୀଶ ତୁରନ୍ତ ଫୋନ୍‌ ରିସିଭ୍‌ କଲେ ଓ ତାଙ୍କୁ ମାଆଙ୍କୁ କହିଲେ ଯେ ସେ ପାଞ୍ଚ ମିନିଟ୍‌ ପରେ ଫୋନ୍ କରିବେ । ତା’ପରେ ସେ ସାମ୍ବାଦିକମାନଙ୍କୁ କ୍ଷମା ମାଗିଲେ ଏବଂ ସାମ୍ବାଦିକ ସମ୍ମିଳନୀ ପୁଣି ଆରମ୍ଭ କଲେ ।

ଏହି ଭାବପ୍ରବଣ ଏବଂ ସରଳ ମୁହୂର୍ତ୍ତ କ୍ୟାମେରାରେ କଏଦ ହୋଇଥିଲା । ଆଉ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।



ପ୍ରଥମ ଦିନିକିଆରେ ନୀତୀଶ କୁମାର ରେଡ୍ଡି ଚମତ୍କାର ବୋଲିଂ କରିଥିଲେ । ୪ ଓଭରରେ ୩୧ ରନ୍ ଦେଇ ୨ ୱିକେଟ୍ ନେଇଥିଲେ । ସେହିପରି ଏହି ମ୍ୟାଚ୍‌ରେ ଅଧିନାୟକ ଶୁବମନ ଗିଲ ଅପରାଜିତ ୮୪ ରନ କରି ଦଳକୁ ବିଜୟୀ କରାଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୧୯୫ ରନ୍‌ର ଟାର୍ଗେଟ ରଖିଥିଲା ଆଫଗାନିସ୍ତାନ । ୧୯୫ ରନ୍‌ର ଟାର୍ଗେଟକୁ ପିଛା କରି ଭାରତୀୟ ଓପନରମାନଙ୍କୁ ଏକ ଦୃଢ଼ ଆରମ୍ଭର ଆବଶ୍ୟକତା ଥିଲା। ରୋହିତ ଶର୍ମା ଏବଂ ଶୁବମନ ଗିଲ୍‌ ଆରମ୍ଭ କରିଥିଲେ । ଉଭୟେ ଭଲ ଲୟରେ ଥିଲେ, କିନ୍ତୁ ସମନ୍ୱୟର ଅଭାବ ଯୋଗୁଁ ରୋହିତ୍ ୧୬ ରନ୍‌ କରି ରନ ଆଉଟ୍ ହୋଇଥିଲେ । ଏହା ପରେ ୩ ନମ୍ବରରେ ଇଶାନ କିଶାନ ୩୪ ରନ୍‌ କରି ରସିଦ ଖାନଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ ।

ଏହା ପରେ ଚତୁର୍ଥ ନମ୍ବରରେ ଆସିଥିବା ଉପ-ଅଧିନାୟକ ଶ୍ରେୟସ୍ ଆୟର୍ ମାତ୍ର ୧୨ ରନ୍‌ କରି ଆଉଟ ହୋଇଥିଲେ । ତା'ପରେ କେଏଲ ରାହୁଲ ୨୦୫ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ସହିତ ଗୁରୁତ୍ୱପୂର୍ଣ୍ଣ ୩୯ ରନ କରିଥିଲେ । ରାହୁଲ ୧୯ ବଲ୍‌ରେ ୩ ଛକା ଓ ଚ ଚୌକା ସହ ୩୯ ରନ୍ କରିଥିଲେ । ଶୁବମନ ଗିଲ୍ ୬୬ ବଲରେ ଅପରାଜିତ ୮୪ ରନ କରିଥିଲେ, ଯେଉଁଥିରେ ୨ ଛକା ଏବଂ ୧୧ ଚୌକା ସାମିଲ ଥିଲା । ଭାରତ ୧୩ ବଲ୍ ବାକି ଥାଇ ୧୯୫ ରନ୍‌ର ଟାର୍ଗେଟକୁ ହାସଲ କରିଥିଲା । ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଏହି ସିରିଜ୍‌ର ଦ୍ବିତୀୟ ମ୍ୟାଚ୍ ଲକ୍ଷ୍ନୌର ଏକ୍କାନା ଷ୍ଟାଡିୟମରେ ଖେଳାଯିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nitish Reddy Gets Mother’s Call During Press Conference | Argus News