ଟିମ୍ ଇଣ୍ଡିଆର 'ନୀରବ ପ୍ରତିବାଦ', ପାକିସ୍ତାନ କ୍ୟାପଟେନଙ୍କ ସହ ହାତ ମିଳାଇଲେନି ସୂର୍ଯ୍ୟକୁମାର

Key Points
ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍ ବେଳେ ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇଲେନି ସୂର୍ଯ୍ୟକୁମାର ଯାଦବ।
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ, ଟସ୍ ସମୟରେ ହିଁ ଟିମ୍ ଇଣ୍ଡିଆର ନୀରବ ପ୍ରତିବାଦ ଆରମ୍ଭ ହୋଇଛି । ଟସ୍ ସମୟରେ ଭାରତର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ପାକିସ୍ତାନର ଅଧିନାୟକ ସଲମାନ ଅଲି ଆଗା ହାତ ମିଳାଇ ନଥିଲେ। ମ୍ୟାଚ୍ ପୂର୍ବରୁ ମଧ୍ୟ ଅନୁମାନ କରାଯାଉଥିଲା ଯେ ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ପାକିସ୍ତାନ ବିରୁଦ୍ଧରେ ଏକ ପ୍ରତୀକାତ୍ମକ ପ୍ରତିବାଦ କରିବ ।
ଆଉ ଟସ୍ ସମୟରେ ଏହା ଦେଖିବାକୁ ମଧ୍ୟ ମିଳିଥିଲା । ଟସ୍ କରିବା ସମୟରେ ସୂର୍ଯ୍ୟ କୁମାର ଯାଦବ ନା ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇନଥିଲେ । କ୍ରିକେଟ୍ ମ୍ୟାଚ୍ରେ ଟସ୍ ସମୟରେ ଅଧିନାୟକମାନେ ହାତ ମିଳାଇବା ଏକ ପ୍ରଥା ବୋଲି ବିବେଚନା କରାଯାଏ । କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଭାରତରେ ଯେଉଁଭଳି ପ୍ରତିବାଦ କରାଯାଉଛି ଏହାକୁ ନଜରରେ ରଖି ସୂର୍ଯ୍ୟକୁମାର ଯାଦବ ଏଭଳି କରିଥିବା କୁହାଯାଉଛି ।
ମ୍ୟାଚ୍ ପୂର୍ବରୁ ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଥିଲା ଯେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଦ୍ୱାରା ବୟକଟକୁ ଦୃଷ୍ଟିରେ ରଖି, ଭାରତୀୟ ଦଳ ମଧ୍ୟ ପ୍ରତିବାଦ କରିବା ବିଷୟରେ ବିଚାର କରୁଛି। ପାକିସ୍ତାନ ଦଳ ସହିତ ହାତ ନ ମିଳାଇ କିମ୍ବା କଳା ପଟି ପିନ୍ଧି କିମ୍ବା ଅନ୍ୟ କୌଣସି ସମ୍ଭାବ୍ୟ ଉପାୟରେ ପ୍ରତୀକାତ୍ମକ ପ୍ରତିବାଦ ହୋଇପାରେ । ଆଉ ଟସ୍ ସମୟରେ ଏଭଳି କିଛି ଦେଖାଯାଇଥିଲା। ଟସ୍ ସମୟରେ ଉଭୟ ଅଧିନାୟକ ହାତ ମିଳାଇ ନଥିଲେ କିମ୍ବା କଥା ହୋଇ ନଥିଲେ । ସାଧାରଣତଃ ଅଧିନାୟକମାନଙ୍କୁ ଟସ୍ ସମୟରେ ହାତ ମିଳାଉଥିବାର ଦେଖାଯାଏ।