Videos
|
Sports

India vs Pakistan / ହେବନି ଭାରତ-ପାକିସ୍ତାନ ମହାମୁକାବିଲା, ଶ୍ରୀଲଙ୍କା ସହ ଫାଇନାଲ୍ ଖେଳିବ ଟିମ୍ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·46 mins ago·2 min read
ହେବନି ଭାରତ-ପାକିସ୍ତାନ ମହାମୁକାବିଲା, ଶ୍ରୀଲଙ୍କା ସହ ଫାଇନାଲ୍ ଖେଳିବ ଟିମ୍ ଇଣ୍ଡିଆ
India vs Pakistan

Key Points

କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର
ଏସିଆନ୍ ଗେମ୍ସରେ ହେବନି ଭାରତ-ପାକିସ୍ତାନ ମ୍ୟାଚ୍
ଫାଇନାଲ୍‌ରେ ଏହି ଦଳକୁ ଭେଟିବ ଟିମ୍ ଇଣ୍ଡିଆ

ଏସିଆନ୍ ଗେମ୍ସ ୨୦୨୬ର ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କୁ ଲାଗିଛି ବଡ଼ ଝଟକା । ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଦଳ ନିଜ ନିଜ ସେମିଫାଇନାଲ୍ ଜିତି ଫାଇନାଲ୍‌ରେ ମୁହାଁମୁହିଁ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେମିଫାଇନାଲ୍‌ର ଫଳାଫଳ ପରେ ଏହି ଆଶା ଧୂଳିସାତ୍ ହୋଇଛି । ଅର୍ଥାତ ଯେଉଁ କ୍ରିକେଟ୍‌ ପ୍ରେମୀ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଅପେକ୍ଷା କରିଥିଲେ ସେମାନଙ୍କ ନିରାଶା ହେବାକୁ ପଡ଼ିଛି ।

ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଫାଇନାଲ୍‌ରେ ପ୍ରବେଶ କରିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୭ ରନ୍ କରିଥିଲା । ବଡ଼ ଲକ୍ଷ୍ୟ ସତ୍ତ୍ୱେ ଶ୍ରୀଲଙ୍କା ମାତ୍ର ୧୭.୫ ଓଭରରେ ୮ ୱିକେଟ୍‌ରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ଶ୍ରୀଲଙ୍କାର ଅଧିନାୟକ ଚମାରି ଆଥାପଥୁଙ୍କ ଧମାକାଦାର ବ୍ୟାଟିଂ ଦଳକୁ ଫାଇନାଲ୍ ଟିକେଟ୍ ଦେଇଥିଲା ।

ଏହି ପରାଜୟ ସହ ପାକିସ୍ତାନ ଗୋଲ୍ଡ ଓ ସିଲଭର୍ ମେଡାଲ୍ ଦୌଡ଼ରୁ ବାଦ୍ ପଡ଼ିଛି । ଏବେ ଦଳ ବ୍ରୋଞ୍ଜ୍ ମେଡାଲ୍ ପାଇଁ ଲଢ଼ିବ । ପାକିସ୍ତାନର ପରାଜୟ ପରେ ଭାରତ ସହ ଗୋଲ୍ଡ ମେଡାଲ୍ ମ୍ୟାଚ୍ ଖେଳିବାର ସମ୍ଭାବନା ଶେଷ ହୋଇଯାଇଥିଲା ।

ଏହାପରେ ଦ୍ୱିତୀୟ ସେମିଫାଇନାଲ୍‌ରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହୋଇଥିଲେ । ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୫ ରନ୍ କରିଥିଲା । ଭାରତ ପକ୍ଷରୁ ଶେଫାଳୀ ବର୍ମା ଶତକୀୟ ଇନିଂସ୍ ଖେଳି ଦଳକୁ ବଡ଼ ସ୍କୋର୍ ପହଞ୍ଚାଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୯୬ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ମାତ୍ର ୮୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଭାରତ ପକ୍ଷରୁ ନନ୍ଦିନୀ ଶର୍ମା ୩ଟି, ଦୀପ୍ତି ଶର୍ମା ୩ଟି ଏବଂ ଶ୍ରୀ ଚରଣୀ ୨ଟି ୱିକେଟ୍ ନେଇଥିଲେ । ଫଳରେ ଭାରତ ୧୪୪ ରନ୍‌ର ବଡ଼ ବ୍ୟବଧାନରେ ବିଜୟୀ ହୋଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ।

ଏବେ ଗୋଲ୍ଡ ମେଡାଲ୍ ପାଇଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ଆସନ୍ତା ୨୨ ସେପ୍ଟେମ୍ବରରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁସାରେ ସକାଳ ୧୦ଟା ୩୦ ମିନିଟ୍‌ରେ ମ୍ୟାଚ୍ ଆରମ୍ଭ ହେବ । ଭାରତ-ପାକିସ୍ତାନ ଫାଇନାଲ୍ ଦେଖିବାର ଆଶା ଭାଙ୍ଗିଥିଲେ ମଧ୍ୟ ଏବେ ସମସ୍ତଙ୍କ ନଜର ଭାରତ-ଶ୍ରୀଲଙ୍କା ଗୋଲ୍ଡ ମେଡାଲ୍ ମୁକାବିଲା ଉପରେ ରହିଛି ।