Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ୧୧ରୁ ବାହାର କଲେ ପୂର୍ବତନ କ୍ରିକେଟର, ଓପନିଂ ପାଇଁ ଏହି ୨ ଖେଳାଳିଙ୍କୁ ବାଛିଲେ

Sports

Team India Playing XI / ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ୧୧ରୁ ବାହାର କଲେ ପୂର୍ବତନ କ୍ରିକେଟର, ଓପନିଂ ପାଇଁ ଏହି ୨ ଖେଳାଳିଙ୍କୁ ବାଛିଲେ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·1 min read
ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ୧୧ରୁ ବାହାର କଲେ ପୂର୍ବତନ କ୍ରିକେଟର, ଓପନିଂ ପାଇଁ ଏହି ୨ ଖେଳାଳିଙ୍କୁ ବାଛିଲେ
Vaibhav Sooryavanshi

Key Points

ଡେବ୍ୟୁ ପୂର୍ବରୁ ବୈଭବଙ୍କୁ ବଡ଼ ଝଟକା
Playing 11ରେ ମିଳିଲା ନାହିଁ ସ୍ଥାନ
ସବା କରିମ୍‌ଙ୍କ Playing 11 ଚର୍ଚ୍ଚାରେ
ଆଫଗାନିସ୍ତାନକୁ ୩-୦ରେ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ଏବେ ଆର୍ୟାଲାଣ୍ଡ ଗସ୍ତ କରିଛି । ଏହି ସିରିଜ୍‌ ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ସିରିଜ୍‌ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ ହେବ ବୋଲି କୁହାଯାଉଛି । ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ମ୍ୟାନେଜମେଣ୍ଟ ଏହି ସିରିଜର ପ୍ରଥମ ଟି-୨୦ ମ୍ୟାଚ୍‌ରେ ବୈଭବଙ୍କ ଡେବ୍ୟୁ କରିପାରେ । ତେବେ ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ଜଣେ ପୂର୍ବତନ କ୍ରିକେଟର ଏହା ଆବଶ୍ୟକ ବୋଲି ବିଶ୍ୱାସ କରନ୍ତି ନାହିଁ। ତାଙ୍କ ଅନୁସାରେ, ବୈଭବଙ୍କୁ ଏତେ ଶୀଘ୍ର ଖେଳାଇବାର କୌଣସି ଆବଶ୍ୟକତା ନାହିଁ । ପୂର୍ବତନ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ସବା କରିମ୍ ଆର୍ୟାଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ୧୧କୁ ଚୟନ କରିଛନ୍ତି, ଯେଉଁଥିରେ ସେ ବୈଭବଙ୍କୁ ସାମିଲ କରିନାହାଁନ୍ତି ।

ଅଭିଜ୍ଞ ଖେଳାଳିଙ୍କ ଉପରେ ବିଶ୍ୱାସ

ସବା କରିମ୍ ଦଳ ଚୟନ କରିବା ସମୟରେ ବରିଷ୍ଠ ଖେଳାଳିଙ୍କ ଉପରେ ବିଶ୍ୱାସ ଦେଖାଇଛନ୍ତି । ସେ ଇନିଂସ ଓପନ କରିବା ପାଇଁ ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମାଙ୍କୁ ଚୟନ କରିଛନ୍ତି। ତାଙ୍କ ଅନୁସାରେ, ଟିମ୍ ଇଣ୍ଡିଆ ବର୍ତ୍ତମାନ ପାଇଁ ଅଭିଜ୍ଞ ଖେଳାଳିଙ୍କ ସହିତ ରହିବା ଉଚିତ । ସେ ଈଶାନ କିଶନଙ୍କୁ ୩ ନମ୍ବରରେ, ଶ୍ରେୟସ ଆୟରଙ୍କୁ ୪ ନମ୍ବରରେ ଏବଂ ଉପ ଅଧିନାୟକ ତିଲକ ବର୍ମାଙ୍କୁ ୫ ନମ୍ବରରେ ସୁଯୋଗ ଦେଇଛନ୍ତି ।

ସବା କରିମ୍ ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅର୍ଶଦୀପ ସିଂହଙ୍କୁ ବୋଲିଂ ଲାଇନ-ଅପ୍‌ରେ ସାମିଲ କରିଛନ୍ତି । ହର୍ଷିତ ରାଣା ଆଘାତରୁ ଫେରି ପୁଣି ଦଳକୁ ଫେରିଛନ୍ତି । ଯେତେବେଳେ କି ପ୍ରସିଦ୍ଧ କ୍ରିଷ୍ଣା ODI ସିରିଜରେ ଚମତ୍କାର ପ୍ରଦର୍ଶନ ପରେ T20I ଦଳକୁ ଫେରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored