ICC World Cup Schedule / ଆଜି ଘୋଷଣା ହେବ ODI ବିଶ୍ୱକପ୍ ୨୦୨୭ ସୂଚୀ, ଗୋଟିଏ ଗ୍ରୁପ୍ରେ ରହିବେ ଭାରତ-ପାକିସ୍ତାନ ?
·1 hour ago·2 min read

Key Points
ODI ବିଶ୍ୱକପ୍ ୨୦୨୭ର ସୂଚୀ ଆଜି
କେତେବେଳେ ଓ କେଉଁଠି ଦେଖିବେ?
ଭାରତ-ପାକିସ୍ତାନ ଏକ ଗ୍ରୁପ୍ରେ ରହିବେ କି ?
କେତେବେଳେ ଓ କେଉଁଠି ଦେଖିବେ?
ଭାରତ-ପାକିସ୍ତାନ ଏକ ଗ୍ରୁପ୍ରେ ରହିବେ କି ?
ଆସନ୍ତା ବର୍ଷ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ICC ଦିନିକିଆ ବିଶ୍ବକପ୍ । ଏହା ଦିନିକିଆ ବିଶ୍ବକପ୍ର ୧୪ତମ ସଂସ୍କରଣ । ତେବେ ଆଗାମୀ ବିଶ୍ବକପ୍ ପାଇଁ ଆଜି ICC ପକ୍ଷରୁ ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରାଯିବ । ଏଥର ବିଶ୍ୱକପ୍ର ଫର୍ମାଟ୍ରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବିଶେଷ କରି ଭାରତ ଓ ପାକିସ୍ତାନ ମଧ୍ୟରେ ଗତ କିଛି ଦିନର ସମ୍ପର୍କକୁ ନେଇ ଚର୍ଚ୍ଚା ଥିବାରୁ ଉଭୟ ଦଳ ଗୋଟିଏ ଗ୍ରୁପ୍ରେ ରହିବେ କି ନାହିଁ, ତାହା ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିଛି ।
୧୪ଟି ଦଳ ଖେଳିବେ ବିଶ୍ୱକପ୍
ODI ବିଶ୍ୱକପ୍ ୨୦୨୭ରେ ମୋଟ ୧୪ଟି ଦଳ ଅଂଶଗ୍ରହଣ କରିବେ । ଏଥିରୁ ୧୧ଟି ଦଳର ଗ୍ରୁପ୍ ଷ୍ଟେଜ୍ ସ୍ଥାନ ନିଶ୍ଚିତ ହୋଇଥିବାବେଳେ ଆଉ ଗୋଟିଏ ଦଳର ସ୍ଥାନ ସୁପର ସିରିଜ୍ ରାଉଣ୍ଡ ମାଧ୍ୟମରେ ନିର୍ଦ୍ଧାରିତ ହେବ ।
ପ୍ରଥମ ରାଉଣ୍ଡରେ ରାଙ୍କିଂରେ ସବୁଠାରୁ ତଳେ ଥିବା ୩ଟି ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବେ । ଏହି ରାଉଣ୍ଡରେ ଶୀର୍ଷରେ ରହୁଥିବା ଦଳ ଦ୍ୱିତୀୟ ରାଉଣ୍ଡ ଅର୍ଥାତ୍ ଗ୍ରୁପ୍ ଷ୍ଟେଜ୍ର ୧୨ତମ ଦଳ ଭାବେ ଯୋଗ୍ୟତା ହାସଲ କରିବ । ଅନ୍ୟ ଦୁଇଟି ଦଳର ଅଭିଯାନ ସେଠାରେ ଶେଷ ହେବ ।
ଗ୍ରୁପ୍ ଷ୍ଟେଜ୍ରେ ୬ଟି ଲେଖାଏଁ ଦଳ
ଗ୍ରୁପ୍ ଷ୍ଟେଜ୍ରେ ୧୨ଟି ଦଳକୁ ୬ଟି ଲେଖାଏଁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ । ଉଭୟ ଗ୍ରୁପ୍ର ଟପ୍-୩ ଦଳ ସୁପର-୭ ରାଉଣ୍ଡକୁ ଯିବେ । ଏହା ବ୍ୟତୀତ ଦୁଇଟି ଗ୍ରୁପ୍ରେ ଚତୁର୍ଥରୁ ଷଷ୍ଠ ସ୍ଥାନ ମଧ୍ୟରେ ଥିବା ଦଳଗୁଡ଼ିକ ମଧ୍ୟରୁ ସର୍ବଶ୍ରେଷ୍ଠ ଦଳ ମଧ୍ୟ ସୁପର-୭ରେ ସ୍ଥାନ ପାଇବ । ଅର୍ଥାତ୍ ଏହି ରାଉଣ୍ଡରେ ମୋଟ ୭ଟି ଦଳ ଖେଳିବେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେମିଫାଇନାଲ୍ ପୂର୍ବରୁ ସୁପର-୭
ଏଥର ଗ୍ରୁପ୍ ଷ୍ଟେଜ୍ ପରେ ସିଧାସଳଖ ସେମିଫାଇନାଲ୍ ଖେଳିବାର ସୁଯୋଗ ରହିବ ନାହିଁ । ସୁପର-୭ ରାଉଣ୍ଡ ସିଙ୍ଗଲ୍ ରାଉଣ୍ଡ-ରବିନ୍ ଫର୍ମାଟ୍ରେ ଖେଳାଯିବ । ସୁପର-୭ ଶେଷରେ ପଏଣ୍ଟ ଟେବୁଲ୍ର ଟପ୍-୪ ଦଳ ସେମିଫାଇନାଲ୍କୁ ଯୋଗ୍ୟତା ହାସଲ କରିବେ । ପ୍ରଥମ ସ୍ଥାନରେ ଥିବା ଦଳ ଚତୁର୍ଥ ସ୍ଥାନର ଦଳକୁ ଭେଟିବାବେଳେ ଦ୍ୱିତୀୟ ସ୍ଥାନର ଦଳ ତୃତୀୟ ସ୍ଥାନର ଦଳ ବିପକ୍ଷରେ ଖେଳିବ ।
କେତେବେଳେ ଘୋଷଣା ହେବ ବିଶ୍ୱକପ୍ ସୂଚୀ ?
ଭାରତୀୟ ସମୟ ଅନୁସାରେ ଅକ୍ଟୋବର ୧ ତାରିଖ ରାତି ୮ଟା ୩୦ ମିନିଟ୍ରେ ODI ବିଶ୍ୱକପ୍ ୨୦୨୭ର ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରାଯିବ । ସୂଚୀ ଘୋଷଣା କାର୍ଯ୍ୟକ୍ରମ ଲାଇଭ୍ ପ୍ରସାରଣ ହେବ । ଭାରତରେ ଏହାକୁ ଷ୍ଟାର୍ ସ୍ପୋର୍ଟ୍ସ ନେଟୱର୍କରେ ଲାଇଭ୍ ଦେଖିବାକୁ ମିଳିବ । ଏହାର ଲାଇଭ୍ ଷ୍ଟ୍ରିମିଂ ଜିଓହଟ୍ଷ୍ଟାର୍ ଆପ୍ ଓ ୱେବସାଇଟ୍ରେ ଉପଲବ୍ଧ ହେବ ।
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ଉତ୍ସାହ
ବିଶ୍ୱକପ୍ ସୂଚୀ ଘୋଷଣାକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଛି । ବିଶେଷକରି ଭାରତ ଓ ପାକିସ୍ତାନ ଏକ ଗ୍ରୁପ୍ରେ ରହିବେ କି ନାହିଁ ଏବଂ ଉଭୟ ଦଳ ମଧ୍ୟରେ ମ୍ୟାଚ୍ କେଉଁ ତାରିଖରେ ଖେଳାଯିବ, ତାହା ଜାଣିବାକୁ ଫ୍ୟାନ୍ମାନେ ଅପେକ୍ଷା କରିଛନ୍ତି ।

Related Topics
Explore more stories