Videos
|
Sports

Odisha Cricket Crisis / OCA ମାଲାମାଲ୍, ଓଡ଼ିଶା କ୍ରିକେଟର ହାଲ୍ ବେହାଲ୍...କୋଟି କୋଟି ଟଙ୍କାର ଅନୁଦାନ ଯାଉଛି କୁଆଡ଼େ ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
OCA ମାଲାମାଲ୍, ଓଡ଼ିଶା କ୍ରିକେଟର ହାଲ୍ ବେହାଲ୍...କୋଟି କୋଟି ଟଙ୍କାର ଅନୁଦାନ ଯାଉଛି କୁଆଡ଼େ ?
Odisha Cricket Crisis

Key Points

ରଣଜୀ ଟ୍ରଫିରେ ଟିମ୍ ଓଡ଼ିଶାର ଫ୍ଲପ୍ ସୋ ପରେ ବଡ଼ ପ୍ରଶ୍ନ
ବର୍ଷ ବର୍ଷ ଧରି ଘରୋଇ କ୍ରିକେଟରେ କାହିଁକି ଖରାପ ପ୍ରଦର୍ଶନ
୨୦୦୨ ପରଠାରୁ କାହିଁକି ଓଡ଼ିଶାରୁ କେହି ଖେଳିନାହାନ୍ତି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍‌ ?


OCA ଅର୍ଥାତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌କୁ ପ୍ରତିବର୍ଷ ବିସିସିଆଇରୁ ମିଳୁଛି କୋଟି କୋଟି ଟଙ୍କାର ଅନୁଦାନ । ହେଲେ ମାଲାମାଲ୍ ଓସିଏ ଭିତରେ ଓଡ଼ିଶା କ୍ରିକେଟ୍ ଏବେ ବେହାଲ୍ ହୋଇପଡ଼ିଛି । ଚଳିତ ରଣଜୀ ଟ୍ରଫି ସିଜିନ୍‌ରେ ଟିମ୍ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପୁଣି ସାମ୍ନାକୁ ଆସିଛି ଓଡ଼ିଶା କ୍ରିକେଟର ବାସ୍ତବ ଚିତ୍ର । ଗତ ୩ ସିଜିନ୍ ହେବ ରଣଜୀ ଓ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଦଳ ୬ଷ୍ଠ କିମ୍ବା ୭ମ ସ୍ଥାନରେ ସୀମିତ ରହିଆସିଛି । ୨୦୦୨ ମସିହା ପରଠାରୁ ଅର୍ଥାତ୍ ଦୀର୍ଘ ୨୩ ବର୍ଷ ହେଲା ଭାରତୀୟ ଦଳରେ ଜଣେ ବି ଓଡ଼ିଆ ଖେଳାଳି ସ୍ଥାନ ପାଇପାରିନାହାନ୍ତି, କି ଆଇପିଏଲ୍‌ରେ ବି କେହି ଖେଳୁନାହାନ୍ତି । ଖେଳାଳି ଚୟନରେ ପାତରଅନ୍ତର ଏବଂ କୋଟି କୋଟି ଟଙ୍କାର କେଳେଙ୍କାରୀ ଅଭିଯୋଗକୁ ନେଇ ଏବେ ପ୍ରଶ୍ନ ଘେରରେ ଓସିଏ ।

୪ ମ୍ୟାଚ୍ । ୨ ପରାଜୟ, ୨ ଡ୍ର, ୨ ପଏଣ୍ଟ । ରଣଜୀ ଟ୍ରଫିରେ ଇଏ ହେଉଛି ଟିମ୍ ଓଡ଼ିଶାର ସ୍ଥିତି । ବର୍ତ୍ତମାନ ସୁଦ୍ଧା ଗ୍ରୁପରେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଓଡ଼ିଶା । କେବଳ ଚଳିତ ସିଜିନ୍ ନୁହେଁ, ବର୍ଷ ବର୍ଷ ଧରି ଘରୋଇ କ୍ରିକେଟରେ ଓଡ଼ିଶାର ପ୍ରଦର୍ଶନ ଶୋଚନୀୟ । ରଣଜୀ ଟ୍ରଫିରେ ଗତ ୩ ସିଜିନରେ ଷଷ୍ଠ-ସପ୍ତମ ସ୍ଥାନରେ ଥିଲା ଓଡ଼ିଶା । ବିଜୟ ହଜାରରେ ବି ପ୍ରଦର୍ଶନ ନୈରାଶ୍ୟଜନକ ଗତ ୩ ସିଜିନରେ ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଲା ଟିମ୍ ଓଡ଼ିଶା । ଲଗାତର ଖରାପ ପ୍ରଦର୍ଶନ ପରେ ଉଠିଛି ପ୍ରଶ୍ନ । ଓଡ଼ିଶା କ୍ରିକେଟର ଲମ୍ବା ଇତିହାସରେ କେବଳ ସଂଜୟ ରାଉଳ, ଦେବାଶିଷ ମହାନ୍ତି ଓ ଶିବସୁନ୍ଦର ଦାସ ହିଁ ଖେଳିଛନ୍ତି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ । ଗତ ୨୩ ବର୍ଷ ହେଲା ଟିମ୍ ଇଣ୍ଡିଆରେ ଜଣେ ବି ଓଡ଼ିଶାର ସ୍ଥାନ ପାଇନାହାନ୍ତି । ଆଇପିଏଲରେ ବି ନାହାନ୍ତି ଓଡ଼ିଶାର ଖେଳାଳି ।

ସେପଟେ ବାରବାର ଖରାପ ପ୍ରଦର୍ଶନ ପରେ ଓଡ଼ିଶା କ୍ରିକେଟ୍ ଆସୋସିଏସ୍ ଓସିଏ ଏବେ ପ୍ରଶ୍ନ ଘେରରେ । ଅଭିଯୋଗ ହୋଇଛି ଓସିଏରେ ଚାଲିଛି ବଡ଼ ସ୍କାମ୍ । ଖେଳାଳି ଚୟନରେ ହେଉଛି ପାତର ଅନ୍ତର । ତୃଣମୂଳକୁ ଭଳ ଖେଳାଳି ଖୋଜିବାକୁ ପ୍ରୟାସ ହେଉନାହିଁ । କ୍ଲବ କ୍ରିକେଟ ବି କମି କମି ଗଲାଣି । ତେବେ ଆଗକୁ ଓଡ଼ିଶା ପରବର୍ତ୍ତୀ ରଣଜୀ ମ୍ୟାଚରେ କିଭଳି ପ୍ରଦର୍ଶନ କରୁଛି ତା ଉପରେ ରହିଛି ସମସ୍ତଙ୍କ ନଜର ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: