Odisha Cricket / ବଦଳୁଛନ୍ତି କୋଚ୍, ବଦଳୁଛନ୍ତି ଅଧିନାୟକ; ତଥାପି ବଦଳୁନି ଓଡ଼ିଶା କ୍ରିକେଟ୍ର ଭାଗ୍ୟ
·1 hour ago·2 min read

Key Points
ଘରୋଇ କ୍ରିକେଟ୍ରେ ଓଡ଼ିଶାର ଫ୍ଲପ୍ ସୋ’
ରଣଜୀଠୁ ମୁସ୍ତାକ ଅଲ୍ଲୀ ଟ୍ରଫି...ସବୁଠି ନୈରାଶ୍ୟଜନକ ପ୍ରଦର୍ଶନ
କାହିଁକି ବାରମ୍ବାର ଫେଲ୍ ମାରୁଛି ଟିମ୍ ଓଡ଼ିଶା?

ଘରୋଇ କ୍ରିକେଟ୍ରେ ଜାରି ରହିଛି ଫ୍ଲପ ସୋ' । ନା ରଣଜୀ ଟ୍ରଫିରେ ଆଖିଦୃଶିଆ ସଫଳତା ଅଛି, ନା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବିଜୟର ସ୍ୱାଦ ଚାଖି ପାରୁଛି ଓଡ଼ିଶା । ପ୍ରତିଯୋଗିତା ପରେ ପ୍ରତିଯୋଗିତା ଚାଲିଛି । ଖେଳାଳି ବଦଳୁଛନ୍ତି, ଅଧିନାୟକ ଚେଞ୍ଜ । ଏମିତି କି ନୂଆ କୋଚଙ୍କୁ ବି ନିଯୁକ୍ତି ହେଲେ ବଦଳୁନି ପ୍ରଦର୍ଶନ । ତେବେ କାହିଁକି ବାରମ୍ବାର ବିଫଳ ହେଉଛି ଓଡ଼ିଶା କ୍ରିକେଟ୍ ? ଖେଳାଳିଙ୍କ ଦକ୍ଷତାରେ ଅଭାବ ନା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର ଯୋଜନା ଓ ପରିଚାଳନାରେ ରହିଛି ତ୍ରୁଟି ?
ରଣଜୀ ଟ୍ରଫି ହେଉ ଅବା ଟି-୨୦ ଫର୍ମାଟ୍ । କୋଚ୍ ବଦଳିଲେ, ନୂଆ ଅଧିନାୟକ ମଙ୍ଗ ସମ୍ଭାଳୁଛନ୍ତି କିନ୍ତୁ ଓଡ଼ିଶା କ୍ରିକେଟର ଚିତ୍ର ବଦଳିପାରୁନି । ଗତ ୩ ବର୍ଷ ଧରି ରଣଜୀ ଟ୍ରଫିରେ ଫ୍ଲପ୍ ସୋ' ଦେଖାଇ ଆସୁଛି ଟିମ୍ ଓଡ଼ିଶା । ସ୍ଥିତି ଏପରି ହେବ ନିଜ ପଏଣ୍ଟସ୍ ଟେବୁଲର ସବୁଠୁ ତଳେ ରହୁଛି ଓଡ଼ିଶା । ଚଳିତ ବର୍ଷ ୨୦୨୬-୨୭ ରଣଜୀ ସିଜିନ୍ରେ ଏଲିଟ୍ ଗ୍ରୁପ୍-ସିରେ ସ୍ଥାନ ପାଇଥିବା ଓଡ଼ିଶା ଅଦ୍ୟାବଧି ଖେଳିଛି ୪ଟି ମ୍ୟାଚ୍ । ଗୁଜରାଟଠାରୁ ୧୦ ୱିକେଟ୍ରେ ପରାଜୟ, କେରଳଠାରୁ ଇନିଂସ୍ ଓ ୩୬ ରନ୍ରେ ପରାଜୟ । ଅନ୍ୟପଟେ ସର୍ଭିସେସ୍ ଓ ଝାଡ଼ଖଣ୍ଡ ବିପକ୍ଷ ମ୍ୟାଚ୍ ଡ୍ର ରଖିବାକୁ ସକ୍ଷମ ହୋଇଛି ଦଳ । ୪ଟି ମ୍ୟାଚ୍ରୁ ଦଳର ପଏଣ୍ଟ ମାତ୍ର ୨ ପଏଣ୍ଟ ।
କେବଳ ରଣଜୀ କାହିଁକି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ବି ଭୋଗୁଛି ସମାନ ଦଶା । ଗୁଜରାଟଠାରୁ ୨୧ ରନ୍ରେ ପରାଜୟ, ବିଦର୍ଭଠାରୁ ୮ ୱିକେଟ୍ରେ ହାର୍ ଓ ଛତିଶଗଡ଼ ବିପକ୍ଷରେ ବି ୫୧ ରନ୍ରେ ପରାଜୟ । ୩ଟି ମ୍ୟାଚ୍ରେ ୩ଟି ପରାଜୟ ଦଳର ନୈରାଶ୍ୟ ଜନକ ପ୍ରଦର୍ଶନର ପ୍ରମାଣ ଦେଖାଇଛି । ଲଗାତାର ୩ଟି ପରାଜୟ ସହ ଟୁର୍ଣ୍ଣାମେଣ୍ଟରେ ଏଯାଏଁ ଖାତା ଖୋଲିପାରିନି ଓଡ଼ିଶା ।
ଗୁଜରାଟ ବିପକ୍ଷରେ ଶୁଭ୍ରାଂଶୁ ସେନାପତି ଓ କାର୍ତ୍ତିକ ବିଶ୍ୱାଳଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଦଳ ବିଜୟଠାରୁ ଦୂରରେ ରହିଲା । ଛତିଶଗଡ଼ ବିପକ୍ଷରେ କାର୍ତ୍ତିକଙ୍କ ଅର୍ଦ୍ଧଶତକ ବି ଦଳକୁ ପରାଜୟରୁ ବଞ୍ଚାଇପାରିଲାନି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଶ୍ନ ଉଠୁଛି, ଏହି ବିଫଳତା ପାଇଁ କେଉଁ କାରଣ ଦାୟୀ ? ଓଡ଼ିଶାରେ ପ୍ରତିଭାର ଅଭାବ ନାହିଁ । ବିଭିନ୍ନ ଜିଲ୍ଲାରୁ ବାହାରୁଛନ୍ତି ଭଲ ଭଲ କ୍ରିକେଟର । ପ୍ରତିଭା ଖୋଜିବାକୁ ଓଡ଼ିଶା T20 ଲିଗ୍ ଓ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରି ବାଃ ବାଃ ନେଉଛି ଓଡ଼ିଶା । ହେଲେ ଜାତୀୟସ୍ତରରେ ଦକ୍ଷତା ପ୍ରତିପାଦନ କରିବାରେ ଫେଲ୍ ଦଳ । ଖେଳାଳି ଚୟନରେ ଅନିୟମିତତା କରି ଓଡ଼ିଶା କ୍ରିକେଟକୁ ପଛକୁ ଟାଣି ନେଉଛି କି ଓସିଏ ? ତୃଣମୂଳ ସ୍ତରରୁ ନୂଆ ଖେଳାଳି ସୃଷ୍ଟି ପାଇଁ OCA ର ଯୋଜନାକୁ ନେଇ ବି ନାନା ପ୍ରଶ୍ନ ଉଠିଛି । ଯାହା ଆଜି ଟିମ୍ ଓଡ଼ିଶା ପାଇଁ ଆହ୍ୱାନ ତିଆରି କରୁନି ତ ? ବରିଷ୍ଠ କ୍ରୀଡା ସମୀକ୍ଷକଙ୍କ ମତ, ଖେଳାଳି ଚୟନରେ OCAର ତ୍ରୁଟି ଦଳର ଖରାପ ପ୍ରଦର୍ଶନ ପଛର ପ୍ରମୁଖ କାରଣ ।
କ୍ରିକେଟ ଏକ ଅନିଶ୍ଚିତତାର ଖେଳ । ଏଠାରେ ପରାଜୟ ଏକ ଦୁର୍ଘଟଣା ସ୍ୱରୂପ । କିନ୍ତୁ ଲଗାତାର ପରାଜୟ ନିଶ୍ଚିତ ଭାବେ ଚିନ୍ତାର ବିଷୟ । ତେଣୁ କେବଳ ଖେଳାଳିଙ୍କୁ ଦୋଷ ଦେଇ ଦାୟିତ୍ୱ ସାରିଦେଲେ ହେବନି । ଓଡ଼ିଶା କ୍ରିକେଟ୍ର ଦୁର୍ବଳତା କେଉଁଠି, ତାହାର ନିରପେକ୍ଷ ସମୀକ୍ଷା ଆବଶ୍ୟକ ।

Related Topics
Explore more stories