Videos
|
Sports

Cricket / ଦୃଷ୍ଟିବାଧିତ ମହିଳା ବିଶ୍ଵକପ୍‌ ବିଜୟୀ ଟିମ୍‌ର ପ୍ରତ୍ୟେକ ଓଡ଼ିଆ ଖେଳାଳିଙ୍କୁ ରାଜ୍ୟ ସରକାର ଦେବେ ୧୧ ଲକ୍ଷ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଦୃଷ୍ଟିବାଧିତ ମହିଳା ବିଶ୍ଵକପ୍‌ ବିଜୟୀ ଟିମ୍‌ର ପ୍ରତ୍ୟେକ ଓଡ଼ିଆ ଖେଳାଳିଙ୍କୁ ରାଜ୍ୟ ସରକାର ଦେବେ ୧୧ ଲକ୍ଷ
Odisha Honours Women’s Visually Impaired WC Champions with ₹11 Lakh

Key Points

ଟି-ଟ୍ଵେଣ୍ଟି ବିଶ୍ୱକପ୍ ବିଜେତା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳରେ ଥିବା ଚାରି ମହିଳା କ୍ରିକେଟରଙ୍କୁ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସବୁଠି ହେଉଛି ସେମାନଙ୍କ ପ୍ରଂଶସା ।
ଭୁବନେଶ୍ଵର: ବିଶ୍ୱ ବିଜେତାଙ୍କୁ ଘରୋଇ ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା । ଟି-ଟ୍ଵେଣ୍ଟି ବିଶ୍ୱକପ୍ ବିଜେତା ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳରେ ଥିବା ଚାରି ମହିଳା କ୍ରିକେଟରଙ୍କୁ ବିମାନ ବନ୍ଦରରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସବୁଠି ହେଉଛି ସେମାନଙ୍କ ପ୍ରଂଶସା । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ କ୍ରୀଡ଼ାମନ୍ତ୍ରୀଙ୍କ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଓଡ଼ିଆ ଖେଳାଳିଙ୍କ ପାଇଁ ୧୧ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ସପ୍ତାହକ ତଳେ ଶ୍ରୀଲଙ୍କାରେ ଖେଳାଯାଇଥିଲା ପ୍ରଥମ ଦୃଷ୍ଟିବାଧିତ ମହିଳା ଟି-ଟ୍ଵେଣ୍ଟି ବିଶ୍ୱକପ୍ । ଯେଉଁଥିରେ ଭାରତ ଚାମ୍ପିଅନ୍ ହୋଇଥିବା ବେଳେ ଘର ବାହୁଡ଼ିଛନ୍ତି ୪ ଓଡ଼ିଆ କ୍ରିକେଟର୍ ।

ଏଥିସହ ପଢ଼ନ୍ତୁ: ପ୍ରଥମ ଦୃଷ୍ଟିବାଧିତ ମହିଳା ବିଶ୍ଵକପ୍‌ ଜିତିଲା ଭାରତ; ୭ ୱିକେଟ୍‌ରେ ନେପାଳକୁ ହରାଇଲା

ଓଡ଼ିଶା ଫେରିବା ପରେ ଭୁବନେଶ୍ଵର ବିମାନବନ୍ଦରେ ସେମାନଙ୍କୁ ସ୍ଵାଗତ ପାଇଁ ଦେଖିବାକୁ ମିଳିଥିଲା ଭିଡ଼ । ଏକାଠି ହୋଇଥିଲେ କ୍ରୀଡ଼ା ପ୍ରେମୀ ଓ ପ୍ରଶଂସକ । ୪ ଓଡ଼ିଆ ଖେଳାଳି ଫୁଲ ସୋରେନ, ବାସନ୍ତୀ ହାଁସଦା, ଜମୁନା ରାଣୀ ଟୁଡୁ ଓ ପାର୍ବତୀ ମାରାଣ୍ଡି ଭୁବନେଶ୍ଵର ବିମାନବନ୍ଦରରୁ ବାହାରିବା ବେଳେ ସ୍ଵାଗତ ସମ୍ବର୍ଦ୍ଧନାରେ ଅଭିଭୂତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶ୍ଵବିଜେତାଙ୍କୁ ବିଭିନ୍ନ ମହଲରୁ ଛୁଟିବାରେ ଲାଗିଛି ଶୁଭେଚ୍ଛାର ସୁଅ । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କ୍ରୀଡ଼ାମନ୍ତ୍ରୀ, ରାଜ୍ୟ ଦୃଷ୍ଟିବାଧିତ କ୍ରିକେଟ ସଂଘର ସଦସ୍ୟ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଦିଆଯାଇଛି ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ କ୍ରୀଡ଼ାବିତଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଚାରି ଜଣଙ୍କ ପାଇଁ ଘୋଷଣା କରିଛନ୍ତି ୧୧ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ।

ଏଥିସହ ପଢ଼ନ୍ତୁ: ଟେଷ୍ଟ କ୍ରିକେଟକୁ ପୁଣି ଫେରିବେ କି ବିରାଟ କୋହଲି ? ବିସିସିଆଇ ସଚିବ ଦେଲେ ବଡ଼ ବୟାନ

ସେହିପରି କ୍ରୀଡ଼ାମନ୍ତ୍ରୀ ମଧ୍ୟ ସେମାନଙ୍କର ଯେଉଁ ପଡ଼ିଆ ପାଇଁ ଦାବି ଥିଲା ସେ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି ଦେଇଛନ୍ତି ସରକାର । ପୂର୍ବରୁ ଏହି ବିଶ୍ଵବିଜୟୀ ଦଳକୁ ଭେଟି ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆ ଝିଅ ତଥା ଫାଇନାଲରେ ମ୍ୟାନ୍ ଅଫ ଦି ମ୍ୟାଚ୍ ଫୁଲ ସୋରେନଙ୍କୁ କରିଥିଲେ ପ୍ରଶଂସା ।