Para Athlete Championship / ପ୍ରଥମ ଥର ଭାରତ ଆୟୋଜନ କରିଛି ଏହି କ୍ରାଡା ମହାକୁମ୍ଭ

Key Points
ୱାର୍ଲଡ ପାରା ଆଥଲେଟ୍ ଚାମ୍ପିଆନସିପ 2025
ପ୍ରଥମ ଥର ଭାରତ ଆୟୋଜନ କରିଛି ଏହି କ୍ରାଡା ମହାକୁମ୍ଭ
104 ଦେଶର 2200 ପାରା ଆଥେଲେଟ ସାମିଲ
ଭାରତର ସବୁଠୁ ବଡ କଣ୍ଚିଜେଣ୍ଟ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହୋଇଛି ୱାର୍ଲଡ ପାରା ଆଥଲେଟ ଚାମ୍ପିଆନସିପ 2025ର ଓପନିଙ୍ଗ ସେରିମନି । ଆସନ୍ତାକାଲିଠୁ ଆରମ୍ଭ ହେବ ଏଇ କ୍ରୀଡା ମହାକୁମ୍ଭ ।ଭାରତ ପ୍ରଥମ ଥର ଆୟୋଜନ କରୁଛି ୱାର୍ଲଡ ପାରା ଆଥଲେଟ୍ ଚାମ୍ପିଆନସିପ 2025। କତାର, ୟୁଏଇ ଏବଂ ଜାପାନ ପରେ ଚତୁର୍ଥ ଏସୀୟ ଦେଶ ଭାବେ ବହୁ ପ୍ରତୀକ୍ଷୀତ ଏଇ କ୍ରୀଡା ମହାକୁମ୍ଭର ଆୟୋଜକ ରହିଛି ଭାରତ । କେନ୍ଦ୍ରକ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଓପନିଙ୍ଗ ସେରିମନିର ଉଦଘାଟନ କରିଥିଲେ । ବିଶ୍ବର ବିଭିନ୍ନ ଦେଶର ପାରା ଆଥଲେଟଙ୍କ ଝଲକ ଦେଖିବାକୁ ମିଳିଥିଲା ଓପନିଙ୍ଗ ସେରିମନିରେ । ପାଖାପାଖି 100 ଦେଶର 2200ରୁ ଅଧିକ ପାରା ଆଥେଲେଟ ଏଇ କ୍ରୀଡା ମହାକୁମ୍ଭରେ ସାମାଲି ହୋଇଛନ୍ତି ।
ଆହୁରି ପଢନ୍ତୁ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ, ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଲେ ବୁମ୍ରା-ଦୁବେ
📱 Get Argus News App
✨ଆୟୋଜକ ଦେଶ ଭାବରେ ଭାରତର ସବୁଠୁ ବଡ କଣ୍ଟିଜେଣ୍ଟ ଏଥିରେ ଭାଗ ନେଇଛି । 74 ଜଣିଆ ଏକ ବଡ ଟ୍ରୁପ ଏହି ଚାମ୍ପିଆନସିରେ ନିଜ ଜଲୱା ଦେଖାଇବେ । ଗତ ସଂସ୍କରଣରେ ଭାରତ 17ଟି ମେଡାଲ ଜିତିଥିଲା । ଯେଉଁଥିରେ 6ଟି ସ୍ବର୍ଣ୍ଣ, 5ଟି ରୋପ୍ୟ ଏବଂ 5ଟି କାଂସ୍ୟ ପଦକ ଥିଲା ଭାରତ ଖାତାରେ । ଏଥର ଭାରତର ପଦକ ସଂଖ୍ୟା ବଢିବା ନେଇ ଆଶା ରହିଛି । ଭାରତୀୟ ପାରା ଆଥଲେଟଙ୍କୁ ଭିଡିଓ ବାର୍ତ୍ତାରେ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତର ପରିଚୟକୁ ସଶକ୍ତ କରିବାରେ ପାରାଆଥଲେଟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମୋଦୀ କହିଛନ୍ତି ।
ଆହୁରି ପଢନ୍ତୁ ଏସିଆ କପ ଫାଇନାଲରେ ପୁଣି ହାଇଭୋଲଟେଜ ମୁକାବିଲା
12ତମ ସଂସ୍କରଣର ଏଇ ପାରା ଆଥେଲେଟ ମହାକୁମ୍ଭରେ ରହିଛି ବିଭିନ୍ନ ଇଭେଣ୍ଟ । 186ଟି ମେଡାଲ ଇଭେଣ୍ଟସ, ଯେଉଁଥିରେ 101ଟି ପୁରୁଷଙ୍କ ପାଇଁ ରହିଥିବା ବେଳେ 84ଟି ଇଭେଣ୍ଟ ରହିଛି ମହିଳାଙ୍କ ପାଇଁ । ଗୋଟିଏ ମିକ୍ସ ଇଭେଣ୍ଟ ମଧ୍ୟ ରହିଛି ଏଥିରେ । ସେପ୍ଟେମ୍ବର 27ରୁ ଅକ୍ଟୋବର 5 ପର୍ଯ୍ୟନ୍ତ ଚାଲିବ ଏଇ କ୍ରାଡା ମହାକୁମ୍ଭ । ପୂର୍ବ ସଂସ୍କରଣରେ ଭାରତ 17 ମେଡାଲ ସହିତ ତାର ବେଷ୍ଟ ଦେଇଥିଲା । ଏଥର ପଦକ ସଂଖ୍ୟା 20କୁ ବଢିପାରେ ବୋଲି ଆଶା ରହିଛି । ପ୍ରବୀଣ କୁମାର, ସଚିନ ଖିଲାରୀ, ନଭଦୀପ ସିଂହଙ୍କ ଭଳି ଭାରତୀ ପାରା ଆଥଲେଟଙ୍କ ଉପରେ ରହିଛି ସମସ୍ତଙ୍କ ନଜର ।
Related Topics
Explore more stories