Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ, ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଲେ ବୁମ୍ରା-ଦୁବେ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ଭାରତ, ଚୁଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଲେ ବୁମ୍ରା-ଦୁବେ

Key Points

ଏସିଆ କପ୍-୨୦୨୫ର ଶେଷ ସୁପର-୪ ମ୍ୟାଚ୍ । ଟସ୍ ଜିତିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଆଜି ଏସିଆ କପ୍-୨୦୨୫ରେ ଖେଳାଯାଉଛି ଶେଷ ସୁପର-୪ ମ୍ୟାଚ୍ । ଏହି ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଭାରତ-ଶ୍ରୀଲଙ୍କା । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି । ଶେଷ ସୁପର-୪ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତ ନେଇଛି ଶ୍ରୀଲଙ୍କା । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତ । ତେବେ ଏହି ମ୍ୟାଚରେ ଭାରତ ପକ୍ଷରୁ ଦୁଇଟି ପରିବର୍ତ୍ତନ କରାଯାଇଛି । ଯଶପ୍ରୀତ ବୁମ୍ରା ଓ ଶିବମ ଦୁବେଙ୍କ ସ୍ଥାନରେ ଅର୍ଶଦୀପ ସିଂ ଓ ହାର୍ଷିତ ରାଣାଙ୍କୁ ସାମିଲ କରାଯାଇଛି ।


ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ସଞ୍ଜୁ ସାମସନ, ହାର୍ଦ୍ଦିକ ପଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ

ସେପଟେ ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ୨୮ ସେପ୍ଟେମ୍ବରରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୨୫ ସେପ୍ଟେମ୍ବରରେ ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଗନ୍ ସେଲିବ୍ରେସନ୍ ଉପରେ ICCର ଶୁଣାଣି...ବଞ୍ଚିବା ପାଇଁ ଫରହାନ ନେଲେ ଧୋନୀ-କୋହଲିଙ୍କ ନାଁ

ଚଳିତ ଏସିଆ କପରେ ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ପୂର୍ବରୁ ଦୁଇ ଦଳ ଗ୍ରୁପ୍‌ ପର୍ଯ୍ୟାୟ ଏବଂ ସୁପର୍‌ ଫୋର୍‌ରେ ପରସ୍ପରର ମୁହାଁମୁହିଁ ହୋଇଥିଲେ । ଆଉ ପାକିସ୍ତାନ ଉଭୟ ମ୍ୟାଚ୍‌ରେ ଶୋଚନୀୟ ପରାସ୍ତ ହୋଇଥିଲା । ଫାଇନାଲରେ ପୁଣି ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍-୨୦୨୫ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।


ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ(ଓ୍ବିକେଟ କିପର), ହାର୍ଦ୍ଦିକ ପଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ


ଶ୍ରୀଲଙ୍କାର ଚୁଡ଼ାନ୍ତ ଏକାଦଶ: ପଥୁମ ନିସାଙ୍କା, କୁସଲ ମେଣ୍ଡିସ୍‌ (ୱିକେଟକିପର), କୁସଲ ପରେରା , ଚରିଥ ଅସଲାଙ୍କା (ଅଧିନାୟକ) , କାମିନ୍ଦୁ ମେଣ୍ଡିସ , ଦାସୁନ ଶନାକା , ୱାନିନ୍ଦୁ ହସରଙ୍ଗା, ଜେନିଥ ଲିଆନଗେ, ଦୁଷ୍ମନ୍ଥା ଚମିରା , ମହିଶ ଥିକ୍ଷାନା , ନିୱାନ ତୁଷାରା

Related Topics

Explore more stories

Sponsored
Asia Cup 2025: India to Bat First vs Sri Lanka, Bumrah & Dube Rested | Argus News