Operation Sindoor / 'ଆମେ ପାକିସ୍ତାନ ପରମାଣୁ କେନ୍ଦ୍ର ଉପରେ...', ଅପରେସନ୍ ସିନ୍ଦୂରକୁ ନେଇ ବାୟୁସେନା ଉପମୁଖ୍ୟଙ୍କ ବଡ଼ ବୟାନ
·7 months ago·2 min read

Key Points
ଅପରେସନ୍ ସିନ୍ଦୂରକୁ ନେଇ ବାୟୁସେନା ଉପମୁଖ୍ୟଙ୍କ ବଡ଼ ବୟାନ!
କିରାଣା ହିଲ୍ ଉପରେ ଆକ୍ରମଣ ?
ସତ କହିଦେଲେ ଭାଇସ୍ ଏୟାର ମାର୍ଶାଲ ନାଗେଶ କପୁର

ଅପରେସନ୍ ସିନ୍ଦୂରକୁ ନେଇ ବଡ଼ ବୟାନ ଦେଇଛନ୍ତି ବାୟସେନାର ଭାଇସ୍ ଏୟାର ମାର୍ଶାଲ ନାଗେଶ କପୁର । ଜାତୀୟ ଗଣମାଧ୍ୟମର ପ୍ରଶ୍ନରେ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭାରତୀୟ ବାୟୁସେନା ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର କିରାଣା ହିଲ୍ କିମ୍ବା ଅନ୍ୟ କୌଣସି ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିନାହିଁ । ସେ କହିଛନ୍ତି ଯେ ଭାରତର କାର୍ଯ୍ୟାନୁଷ୍ଠାନ କେବଳ ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମି ଏବଂ ସାମରିକ ଘାଟିକୁ ଟାର୍ଗେଟ କରିବା ପର୍ଯ୍ୟନ୍ତ ସୀମିତ ଥିଲା ।
ପଢ଼ନ୍ତୁ ଏହି ଖବର: ଆକାଶରେ ଦମନ ହେବେ ଶତ୍ରୁ; ସେନା କିଣୁଛି ୩୦ ସୁପର-ଆଡଭାନ୍ସଡ ରାଡାର
ବାୟୁସେନା ଉପମୁଖ୍ୟ ଇଙ୍ଗିତ କରିଛନ୍ତି ଯେ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣର ରିପୋର୍ଟ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଦ୍ୱାରା ପ୍ରସାରିତ ହୋଇଥାଇପାରେ କିମ୍ବା ଏହା ପାକିସ୍ତାନର ସୂଚନା ଯୁଦ୍ଧ ରଣନୀତିର ଅଂଶ ହୋଇପାରେ । ସେ କହିଛନ୍ତି ଯେ ଭାରତର ବାର୍ତ୍ତା ସ୍ପଷ୍ଟ: ଯେକୌଣସି ପ୍ରକାରର ଆତଙ୍କବାଦକୁ ବରଦାସ୍ତ କରାଯିବ ନାହିଁ ଏବଂ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଉପଯୁକ୍ତ ଜବାବ ଦିଆଯିବ ।
'ସୁଦର୍ଶନ ଚକ୍ର' ଏକ ଅଭ୍ୟାସ ନୁହେଁ ବରଂ ଏକ ପ୍ରଦର୍ଶନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏୟାର ମାର୍ଶାଲ କପୁର କହିଛନ୍ତି ଯେ 'ସୁଦର୍ଶନ ଚକ୍ର' ଏକ ନିୟମିତ ଅଭ୍ୟାସ ନୁହେଁ ବରଂ ଏକ ପ୍ରଦର୍ଶନ । ସେ କହିଛନ୍ତି, "ଏହା ଏକ ଅଭ୍ୟାସ ନୁହେଁ, ଏହା ବାୟୁ ଶକ୍ତିର ପ୍ରଦର୍ଶନ ।" ଅପରେସନ ସିନ୍ଦୂର ପରେ ଅନେକ ସାମରିକ ଅଭ୍ୟାସ କରାଯାଇଛି ଏବଂ ବାୟୁସେନା ନିରନ୍ତର ଏହାର ପ୍ରସ୍ତୁତିକୁ ମଜବୁତ କରୁଛି । ତଥାପି, ସେ ଏହା ମଧ୍ୟ କହିଛନ୍ତି ଯେ ଦୀର୍ଘ ଦୂରଗାମୀ ଟାର୍ଗେଟିଂ କ୍ଷମତାକୁ ଏକ ସାର୍ବଜନୀନ ମଞ୍ଚରେ ସମ୍ପୂର୍ଣ୍ଣ ଭାବରେ ପ୍ରଦର୍ଶନ କରାଯାଇପାରିବ ନାହିଁ ।
ଫେବୃଆରୀ ୨୭ ତାରିଖରେ ଜୈସଲମେରରେ ବାୟୁଶକ୍ତି ଅଭ୍ୟାସ
ଭାରତୀୟ ବାୟୁସେନାର "ବାୟୁଶକ୍ତି" ଅଭ୍ୟାସ ଚଳିତ ମାସ ୨୭ ତାରିଖରେ ପାକିସ୍ତାନ ସୀମାବର୍ତ୍ତୀ ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ହେବ। ଏହି ଅଭ୍ୟାସ ପ୍ରତି ଦୁଇ ବର୍ଷରେ ଥରେ ଅନୁଷ୍ଠିତ ହୁଏ, ଯେଉଁଥିରେ ବାୟୁସେନା ତା'ର ଐୟାର-ପାଓ୍ବାର ଏବଂ ଅପରେସନାଲ କ୍ଷମତା ପ୍ରଦର୍ଶନ କରିଥାଏ ।
ପଢ଼ନ୍ତୁ ଏହି ଖବର: ବ୍ରିଟିଶରଙ୍କ ଅଧିନରେ ଆରମ୍ଭ ହୋଇଥିଲା ଭାରତୀୟ ସେନା !
୨୭୭ ଅସ୍ତ୍ରଶସ୍ତ୍ର ଏବଂ ୧୨,୦୦୦ କିଲୋଗ୍ରାମ ଗୋଳାବାରୁଦ ବ୍ୟବହାର କରାଯିବ
ଏହି ବର୍ଷ ବାୟୁଶକ୍ତି ଅଭ୍ୟାସରେ ୨୭୭ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବ । ଯେଉଁଥିରେ ପ୍ରାୟ ୧୨,୦୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ (ଗୋଳାବାରୁଦ) ସାମିଲ ହେବ । ୭୭ଟି ଆଗଧାଡ଼ିର ଯୁଦ୍ଧ ବିମାନ, ୪୩ ଟି ହେଲିକପ୍ଟର ଏବଂ ୮ ଟି ପରିବହନ ବିମାନ ଅଭ୍ୟାସରେ ଅଂଶଗ୍ରହଣ କରିବେ ।

Related Topics
Explore more stories