Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pakistan All Out / ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଯାହା ପାଇଁ ଲଢ଼ୁଥିଲା, ପାକିସ୍ତାନକୁ କନ୍ଦେଇଲା ସେଇ ବାଂଲାଦେଶ

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଯାହା ପାଇଁ ଲଢ଼ୁଥିଲା, ପାକିସ୍ତାନକୁ କନ୍ଦେଇଲା ସେଇ ବାଂଲାଦେଶ
Pakistan Collapse for 114

Key Points

ଢାକାର ମୀରପୁରରେ ବାଂଲାଦେଶ ବିପକ୍ଷରେ ପାକିସ୍ତାନ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିବା ପାଣି ପିଆଇ ଦେଇଛି ବାଂଲାଦେଶ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମ୍ୟାଚ୍‌ ଆରମ୍ଭର ମାତ୍ର ୧୫୨ ମିନିଟ୍‌ରେ ଅଲଆଉଟ୍ ହୋଇ ଯାଇଥିଲା । ୧୧୫ ରନ୍‌ର ଟାର୍ଗେଟ୍‌କୁ ମାତ୍ର ୬୭ ମିନିଟ୍‌ରେ ୮ ୱିକେଟ୍‌ରେ ଜିତି ନେଇଛି ବାଂଲାଦେଶ ।
ଢାକା: ବିଶ୍ଵକପ୍‌ରୁ ବିଦା ପରେ ଘୋରି ହୋଇ ଯାଇଛି ପାକିସ୍ତାନର ନାକ । ଟି-ଟ୍ଵେଣ୍ଟି ବିଶ୍ଵକପ୍‌ ପରେ ପାକିସ୍ତାନ ଏବେ ବାଂଲାଦେଶ ଗସ୍ତରେ ଯାଇଛି । ଢାକାର ମୀରପୁରରେ ବାଂଲାଦେଶ ବିପକ୍ଷରେ ପାକିସ୍ତାନ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିବା ପାଣି ପିଆଇ ଦେଇଛି ବାଂଲାଦେଶ ।

ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମ୍ୟାଚ୍‌ ଆରମ୍ଭର ମାତ୍ର ୧୫୨ ମିନିଟ୍‌ରେ ଅଲଆଉଟ୍ ହୋଇ ଯାଇଥିଲା । ୩୦.୪ ଓଭର୍‌ରେ ପାକିସ୍ତାନ ମାତ୍ର ୧୧୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଦଳର ଅଧିନାୟକ ଶାହିନ ଆଫ୍ରିଦି ମାତ୍ର ୪ ରନ୍‌ କରି ଆଉଟ୍ ହୋଇଛନ୍ତି । ୬ ଜଣ ଖେଳାଳି ଦୁଇ ଅଙ୍କ ସ୍କୋର୍ କରିପାରି ନାହାନ୍ତି ।

ଏଥିସହ ପଢ଼ନ୍ତୁ: ଟ୍ରେନ୍‌ରେ ଟିଟି ପଚାରିଲେ 'ଶିବମ ଦୁବେ କିଏ, କ୍ରିକେଟର ?' ପତ୍ନୀ କହିଲେ- 'ଏଠି କୁଆଡ଼େ ଆସିବେ...'

ଦଳ ପକ୍ଷକୁ ଫହୀମ ଅଶରଫ ସର୍ବାଧିକ ୪୭ ବଲ୍‌ରେ ୩୭ ରନ୍ କରିଥିବା ବେଳେ ଓପନର ସାହିବାଜଦା ଫରାନ ୩୮ ବଲ୍‌ରେ ୨୭ ରନ୍, ମାଜ ସଦକାତ ୨୮ ବଲ୍‌ରେ ୧୮ ରନ୍ କରିଛନ୍ତି । ପାକିସ୍ତାନ ଦେଇଥିବା ୧୧୫ ରନ୍‌ର ଟାର୍ଗେଟ୍‌କୁ ମାତ୍ର ୬୭ ମିନିଟ୍‌ରେ ୮ ୱିକେଟ୍‌ରେ ଜିତି ନେଇଛି ବାଂଲାଦେଶ ।

ବାଂଲାଦେଶ ୧୫.୧ ଓଭର୍‌ରେ ମାତ୍ର ୨ ୱିକେଟ୍ ହରାଇ ମ୍ୟାଚ୍‌ ଜିତି ନେବା ସହ ପାକିସ୍ତାନକୁ କନ୍ଦାଇ ଦେଇଛି । ବାଂଲାଦେଶ ପକ୍ଷରୁ ତନଜିଦ ହାସନ ୪୨ ବଲ୍‌ରେ ଅପରାଜିତ ୬୭ ରନ୍ ସ୍କୋର୍ କରି ଦଳକୁ ବିଜୟୀ କରାଇଛନ୍ତି । ବିଶ୍ଵକପ୍‌ ପରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଲଜ୍ଜାଜନକ ପରାଜୟ ବରଣ କରିଛି ।

ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ଫରହାନ ଓ ସଦାକତଙ୍କ ଯୋଡ଼ି ଭଲ ଆରମ୍ଭ କରି ୪୧ ରନ୍‌ର ପାର୍ଟନରସିଫ୍ କରିଥିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ହୋଇ ୮୨ ରନ୍ ମଧ୍ୟରେ ପାକିସ୍ତାନର ୯ ୱିକେଟ୍ ଖସିଥିଲା ।

ଏଥିସହ ପଢ଼ନ୍ତୁ: ବିଶ୍ବକପ୍‌ ପରେ ବଦଳିଲା ଖେଳାଳିଙ୍କ ଭାଗ୍ୟ, ଉଠିଲେ ସଞ୍ଜୁ-ଇଶାନ...ଖସିଲେ ବରୁଣ

ବାଂଲାଦେଶ ପକ୍ଷରୁ ନାହିଦ ରାଣା ପାକିସ୍ତାନକୁ କନ୍ଦାଇ ଦେଇଛନ୍ତି । ୬ ଫୁଟ୍ ୫ ଇଞ୍ଚ୍‌ର ନାହିଦ ୭ ଓଭର୍‌ରେ ୨୪ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର୍ କରିଛନ୍ତି । ନାହିଦଙ୍କ ଦିନିକିଆ କ୍ୟାରିୟରରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ସାହିବଜାଦା ଫରହାନ, ମାଜ ସଦାକତ, ସାମିଲ ହୁସୈନ, ମହମ୍ମଦ ରିଜୱାନ ଓ ସଲମାନ ଆଗାଙ୍କୁ ଆଉଟ୍ କରିଛନ୍ତି ନାହିଦ ।

ସୂଚନାଯୋଗ୍ୟ, ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ବାଂଲାଦେଶକୁ ପାକିସ୍ତାନ ସମର୍ଥନ କରିବା ସହ ICCକୁ ମ୍ୟାଚ୍ ନ ଖେଳିବାକୁ ଚେତାବନୀ ଦେଇ ଆସୁଥିଲା । ଶେଷରେ ପାକିସ୍ତାନ ବିଶ୍ଵକପ୍ ଖେଳିଥିବା ବେଳେ ବାଂଲାଦେଶ ବଦଳରେ ସ୍କଟଲାଣ୍ଡ ସ୍ଥାନ ପାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan All Out for 114, Bangladesh Win First ODI Easily | Argus News | Argus News