Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Shivam Dube / ଟ୍ରେନ୍‌ରେ ଟିଟି ପଚାରିଲେ 'ଶିବମ ଦୁବେ କିଏ, କ୍ରିକେଟର ?' ପତ୍ନୀ କହିଲେ- 'ଏଠି କୁଆଡ଼େ ଆସିବେ...'

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଟ୍ରେନ୍‌ରେ ଟିଟି ପଚାରିଲେ 'ଶିବମ ଦୁବେ କିଏ, କ୍ରିକେଟର ?' ପତ୍ନୀ କହିଲେ- 'ଏଠି କୁଆଡ଼େ ଆସିବେ...'
Dube’s Secret Train Journey

Key Points

ସକାଳେ ଶିବମ ଦୁବେ ମୁମ୍ବାଇ ଯିବାକୁ ବାହାରି ଥିଲେ । କିନ୍ତୁ ସମସ୍ତ ବିମାନ ବୁକିଂ ହୋଇ ସାରିଥିଲା, ଏଭଳି ସ୍ଥିତିରେ ପତ୍ନୀ ଅଞ୍ଜୁମ ଓ ଜଣେ ବନ୍ଧୁଙ୍କ ସହ ଟ୍ରେନ୍‌ରେ ଯିବାକୁ ନିଷ୍ପତ୍ତି ନେଇଥିଲେ ।
ମୁମ୍ବାଇ: ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ରବିବାର ନ୍ୟୁଜିଲାଣ୍ଡକୁ ହରାଇ ଭାରତ ତୃତୀୟଥର ବିଶ୍ଵକପ୍ ଟ୍ରଫି ଆଣିଛି । ଭାରତର ଏହି ବିଜୟରେ ଦୁବେ ଥିଲେ ନାୟକଙ୍କ ମଧ୍ୟରୁ ଅନ୍ୟତମ । ଶିବମ ଦୁବେ ଫାଇନାଲ୍ ମ୍ୟାଚ୍‌ରେ ୮ ବଲ୍‌ରେ ୨ ଛକା, ୩ ଚଉକା ସହାୟତାରେ ଅପରାଜିତ ୨୬ ରନ୍‌ର ପାଳି ଖେଳିଥିଲେ । ଭାରତର ବିଜୟ ପରେ ଉତ୍ସବରେ ସାମିଲ୍ ହୋଇଥିଲେ । ଫ୍ୟାନ୍ସ ଦୁବେ ଦୁବେ ନାରା ଦେଉଥିଲେ ।

ଆଉ ବିଜୟର ମାତ୍ର କିଛି ଘଣ୍ଟା ପରେ ଶୁବମ ଦୁବେ ନିଜ ପରିଚୟ ଲୁଚାଇବା ଲାଗି ଜୁଗାଡ଼ରେ ଲାଗି ପଡ଼ିଥିଲେ । ବିମାନ ଟିକେଟ୍ ନ ମିଳିବାରୁ ଟ୍ରେନ୍‌ର ଥାର୍ଡ ଏସିରେ ମୁମ୍ବାଇ ପହଞ୍ଚିଲେ । ଆଉ ଯେତେବେଳେ ଟ୍ରେନ୍‌ରେ ଟିଟି ପଚାରିଲେ ଦୁବେ କ୍ରିକେଟର କି ? ସଙ୍ଗେ ସଙ୍ଗେ ପତ୍ନୀ ମନା କରି ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଟି-୨୦ ବିଶ୍ଵକପ୍ ଜିତିବା ପରେ ବିବାହ କରିବେ କୁଲଦୀପ୍ ଯାଦବ, ଏହି ଦିନ ନେବେ ସାତଫେରା

ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁସାରେ, ସୋମବାର ସକାଳେ ଶିବମ ଦୁବେ ମୁମ୍ବାଇ ଯିବାକୁ ବାହାରି ଥିଲେ । କିନ୍ତୁ ସମସ୍ତ ବିମାନ ବୁକିଂ ହୋଇ ସାରିଥିଲା, ଏଭଳି ସ୍ଥିତିରେ ପତ୍ନୀ ଅଞ୍ଜୁମ ଓ ଜଣେ ବନ୍ଧୁଙ୍କ ସହ ଟ୍ରେନ୍‌ରେ ଯିବାକୁ ନିଷ୍ପତ୍ତି ନେଇଥିଲେ ।

ମୁମ୍ବାଇ ସ୍ଥିତ ଘରେ ଥିବା ୪ ବର୍ଷର ପୁଅ ଅୟାନ ଓ ଦୁଇ ବର୍ଷର ଝିଅ ମେହବିଶଙ୍କୁ ଭେଟିବାକୁ ବ୍ୟାକୁଳ ହୋଇ ପଡ଼ିଥିଲେ ଦୁବେ । ତେଣୁ ସେ ନିଜ ପରିଚୟ ଲୁଚାଇ ଟ୍ରେନ୍‌ରେ ମୁମ୍ବାଇ ଯିବାକୁ ନିଷ୍ପତ୍ତି ନେଲେ । ୩ ଜଣଙ୍କ ପାଇଁ ଅମହଦାବାଦରୁ-ମୁମ୍ବାଇ ଯାଉଥିବା ସୟାଜୀ ଏକ୍ସପ୍ରେସ୍‌ର ତୃତୀୟ ଏସି ଟିକେଟ୍ କାଟିଥିଲେ ।

ଦୁବେଙ୍କ ଅନୁସାରେ, "କୌଣସି ବିମାନ ଟିକେଟ୍ ଉପଲବ୍ଧ ନଥିବାରୁ ସକାଳୁ ସକାଳୁ ଅହମଦାବାଦରୁ ମୁମ୍ବାଇ ଯାଉଥିବା ଟ୍ରେନ୍‌ରେ ଯିବାକୁ ନିଷ୍ପତ୍ତି ନେଲୁ । ଆମେ ସଡ଼କ ପଥରେ ଯାଇ ପାରିଥାନ୍ତୁ, କିନ୍ତୁ ଟ୍ରେନ୍ ଶୀଘ୍ର ପହଞ୍ଚୁଥିଲା । ତେଣୁ ପରିଚୟ ଲୁଚାଇ ଟ୍ରେନ୍‌ରେ ଯିବାକୁ ଯୋଜନା କରିଥିଲୁ ।"

ଶିବମ ଦୁବେ କହିଛନ୍ତି, "ମୁଁ, ପତ୍ନୀ ଓ ଜଣେ ବନ୍ଧୁଙ୍କ ପାଇଁ ଉପଲବ୍ଧ ଥିବା ଥାର୍ଡ ଏସି ଟିକେଟ୍ ବୁକ୍ କଲୁ । କିନ୍ତୁ ସମସ୍ତେ ଚିନ୍ତିତ ଥିଲୁ ଟ୍ରେନ୍‌ କିମ୍ବା ଷ୍ଟେସନରେ କେହି ଚିହ୍ନିଦେଲେ ପରିସ୍ଥିତି କ'ଣ ହେବ ?"

ସକାଳ ୫ଟା ୧୦ରେ ଟ୍ରେନ୍ ଥିଲା । ଏଥିପାଇଁ ଦୁବେ ଟୋପି ପିନ୍ଧିବା ସହ ମୁହଁରେ ମାସ୍କ ସହ ଶରୀର ସମ୍ପୂର୍ଣ୍ଣ ଢାଙ୍କିଲା ଭଳି ଟି-ସାର୍ଟ ପିନ୍ଧିଥିଲେ । ସକାଳ ସମୟ ହୋଇଥିବାରୁ ପ୍ଲାଟଫର୍ମରେ ଗହଳି ନ ଥିବ ଭାବିଥିଲେ । କିନ୍ତୁ ଷ୍ଟେସନରେ ଭାରତୀୟ ଜର୍ସିରେ ଅନେକ ଉତ୍ସବ ପାଳନ କରୁଥିଲେ ।

ତେଣୁ ଶିବମ ଦୁବେ ତାଙ୍କ ଯୋଜନାରେ ଟିକିଏ ପରିବର୍ତ୍ତନ କଲେ । ପତ୍ନୀ ଓ ତାଙ୍କ ବନ୍ଧୁ ପ୍ରଥମେ ଟ୍ରେନ୍‌କୁ ଗଲେ । ଟ୍ରେନ୍ ଛାଡ଼ିବାର ୫ ମିନିଟ୍ ପୂର୍ବ ପର୍ଯ୍ୟନ୍ତ ଦୁବେ କାର୍‌ରେ ବସି ରହିଥିଲେ । ଟ୍ରେନ୍ ଛାଡ଼ିବା ପୂର୍ବରୁ ସେ ଦୌଡ଼ି ଦୌଡ଼ି ଟ୍ରେନ୍‌ରେ ପହଞ୍ଚିଥିଲେ ।

ଏଥିସହ ପଢ଼ନ୍ତୁ: T20 ବିଶ୍ବକପ ଫାଇନାଲ୍ ସମୟରେ ପତ୍ନୀ ରିତିକାଙ୍କ ସହ ରୋହିତ ଶର୍ମାଙ୍କ କ୍ୟୁଟ ଝଗଡ଼ା ଭିଡିଓ ଭାଇରାଲ

ଟ୍ରେନ୍‌ରେ ଚଢ଼ିବା ପରେ ଦୁବେ ସଙ୍ଗେ ସଙ୍ଗେ ସଭା ଉପରେ ଥିବା ସିଟ୍‌କୁ ଚଢ଼ି ଯାଇଥିଲେ । ଆଉ ଯେତେବେଳେ ଟିଟି ଆସି ପଚାରିଲେ, "ଶିବମ ଦୁବେ କିଏ ? କ୍ରିକେଟର..." ତ ସଙ୍ଗେ ସଙ୍ଗା ପତ୍ନୀ କହିଥିଲେ, "ନା, ନା ସେ ଏଠି କୁଆଡ଼େ ଆସିବେ ?" ଏହା ପରେ ଟିଟି ଆଗକୁ ପଳାଇଥିଲେ ।

ମ୍ୟାଚ୍ ପରେ ଥକ୍କି ଯାଇଥିବା ଦୁବେ ୮ ଘଣ୍ଟା ଶୋଇବାକୁ ପ୍ରୟାସ କରିଥିଲେ । ଦୁବେଙ୍କ ଅନୁସାରେ, "ସେ ରାତିରେ ତଳକୁ ଓହ୍ଲାଇ ୱାଶରୁମ ଯିବା ସହ ପୁଣି ଉପରକୁ ଚଢ଼ିଥିଲେ । ଟ୍ରେନ୍‌ ଯାତ୍ରାରେ ଅସୁବିଧା ହୋଇ ନଥିଲା । କିନ୍ତୁ ଦିନରେ ବୋରିବଲି ଷ୍ଟେସନ୍‌ରେ ଓହ୍ଲାଇବାର ଥିବାରୁ ଚିନ୍ତିତ ହୋଇ ପଡ଼ିଥିଲି ।"

ଏଥିପାଇଁ ଶିବମ ଦୁବେ ଶେଷରେ ପୋଲିସକୁ ସାହାଯ୍ୟ ମାଗିଥିଲେ । ହେଲେ ପ୍ରଥମେ ପୋଲିସ ଭାବିଥିଲା ମୁଁ ବିମାନବନ୍ଦରରେ ଓହ୍ଲାଇବି । କିନ୍ତୁ ମୁଁ ଯେତେବେଳେ ଟ୍ରେନ୍‌ରେ ଆସୁଥିବା କହିଥିଲି ତ ପୋଲିସ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ଏହା ପରେ ପୋଲିସ ସୁରକ୍ଷା ପ୍ରଦାନ କରିଥିଲା । ସବୁକିଛି ସହଜରେ ଓ ସୁନିଶ୍ଚିଚ ଭାବେ ସେ ଘରେ ପହଞ୍ଚିଥିବା ଦୁବେ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Train TT Asked ‘Is He Cricketer?’ Wife Said No: Shivam Dube Hides Identity | Argus News | Argus News