Videos
|
Sports

Cricket News / ପାକିସ୍ତାନ କ୍ରିକେଟରେ ହାଇଡ୍ରାମା, ଟ୍ରାଇ ସିରିଜ ମଝିରେ ନିଜ ପଦରୁ ଇସ୍ତଫା ଦେଲେ ଚୟନକର୍ତ୍ତା

Ritu Das
Browse all articles by Ritu Das
·9 months ago·2 min read
ପାକିସ୍ତାନ କ୍ରିକେଟରେ ହାଇଡ୍ରାମା, ଟ୍ରାଇ ସିରିଜ ମଝିରେ ନିଜ ପଦରୁ ଇସ୍ତଫା ଦେଲେ ଚୟନକର୍ତ୍ତା

Key Points

ଅଡୁଆରେ ପାକିସ୍ତାନର କ୍ରିକେଟ । ପୂର୍ବତନ ପାକ୍ କ୍ରିକେଟର ଅଜହର ଅଲ୍ଲୀ ନ୍ୟାସନାଲ ସିଲେକ୍ସନ କମିଟିରୁ ଇସ୍ତଫା ଦେବା ପରେ ପିସିବିରେ ଝଡ ଆସିଛି । ଯାହାକୁ ନେଇ ଅନିଶ୍ଚିତତାରେ ପଡିଛି ପାକିସ୍ତାନ କ୍ରିକେଟର ଭବିଷ୍ୟତ ।
ପିସିବିରେ ଫାଟ । ଅଡୁଆରେ ପାକିସ୍ତାନର କ୍ରିକେଟ । ପୂର୍ବତନ ପାକ୍ କ୍ରିକେଟର ଅଜହର ଅଲ୍ଲୀ ନ୍ୟାସନାଲ ସିଲେକ୍ସନ କମିଟିରୁ ଇସ୍ତଫା ଦେବା ପରେ ପିସିବିରେ ଝଡ ଆସିଛି । ଯାହାକୁ ନେଇ ଅନିଶ୍ଚିତତାରେ ପଡିଛି ପାକିସ୍ତାନ କ୍ରିକେଟର ଭବିଷ୍ୟତ। 

ଏହାସହ ପଢ଼ନ୍ତୁ: "ମୁଁ ଏବେ ମରିବାକୁ ପ୍ରସ୍ତୁତ" : ଯୁବରାଜଙ୍କ ପିତା ଯୋଗରାଜ ଦେଲେ ବଡ଼ ବୟାନ...ହେଲେ କାହିଁକି?


ମିଡିଆ ରିପୋର୍ଟ ଅନୁସାରେ, ଗୁରୁବାର ପାକିସ୍ତାନର ପୂର୍ବତନ କ୍ରିକେଟର ଅଜହର ଅଲ୍ଲୀ ନ୍ୟାସନାଲ ସିଲେକ୍ସନ କମିଟି ଏବଂ ୟୁଥ ଡେଭଲପମେଣ୍ଟ ଡିପାର୍ଟମେଣ୍ଟର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପିସିବି ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନ ସାହିନ୍ ଏବଂ ଅଣ୍ଡର-୧୯ ଟିମର ସମସ୍ତ ଦାୟିତ୍ୱ ଦେବା ପରେ ଅଜହର ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସେ ଆଉ ପିସିବିରେ ରହିବାକୁ ପସନ୍ଦ କରିନଥିଲେ । ତେବେ ସେ ଇସ୍ତଫା ଦେବା ପରେ ତୁରନ୍ତ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଥିଲା। 

ଏହାସହ ପଢ଼ନ୍ତୁ: ଏହି ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମହାମୁକାବିଲା ! ଆଜିର ମ୍ୟାଚ୍‌ କରିବ ଭାଗ୍ୟ ନିର୍ଣ୍ଣୟ


୪୦ବର୍ଷୀୟ ଅଜହର ପାକିସ୍ତାନ ପାଇଁ ୯୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ତାଙ୍କୁ ଗତବର୍ଷ ମୁଖ୍ୟ ଚୟନକର୍ତ୍ତା ଏବଂ ୟୁଥ ଡେଭଲପମେଣ୍ଟ ବିଭାଗର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । କିନ୍ତୁ ବୋର୍ଡର ଖାମଖିଆଲି ମନୋବୃତ୍ତି ଏବଂ ଧିର ପ୍ରକ୍ରିୟା ତାଙ୍କୁ ବ୍ୟଥିତ କରିଥିଲା । ସେ ଅଣନିଶ୍ୱାସୀ ହୋଇ ପଡିଥିଲେ। 

ସୂତ୍ର ଅନୁସାରେ, ଦେଶରେ ବିଭିନ୍ନ ଏକାଡେମୀରେ ଯୁବ ଖେଳାଳିଙ୍କ ପ୍ରତିଭାକୁ ବିକଶିତ କରିବାରେ ଅଜହର ଚେଷ୍ଟା କରିଥିଲେ । କିନ୍ତୁ ପିସିବି ପକ୍ଷରୁ ତାଙ୍କୁ ସମର୍ଥନ ମିଳିନଥିଲା । ଯାହା ତାଙ୍କୁ ଅସନ୍ତୁଷ୍ଟ କରିଥିଲା। ତାଙ୍କୁ ନ ପଚାରି ବୋର୍ଡ ସାହିନ୍ ଏବଂ ଅଣ୍ଡର-୧୯ର ଦାୟିତ୍ୱ ସରଫରାଜଙ୍କୁ ଦେଇଥିଲା । ଯାହା ତାଙ୍କ କ୍ଷମତାକୁ ସଙ୍କୁଚିତ କରିଥିଲା। 

ଏହାସହ ପଢ଼ନ୍ତୁ:ପାକିସ୍ତାନରେ ବିସ୍ଫୋରଣ ପରେ ଭୟରେ ଶ୍ରୀଲଙ୍କା ଦଳ ! ଘରକୁ ଫେରୁଛନ୍ତି ଖେଳାଳି


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୂର୍ବରୁ କିଛି ସମୟ ଧରି ପିସିବିର ପରାମର୍ଶଦାତା ଦାୟିତ୍ୱରେ ସରଫରାଜ ରହିଥିଲେ । ଏବେ ତାଙ୍କୁ ବଡ ଭୂମିକା ଦେଇ ପିସିବି ନିଜ ଗୋଡରେ କୁରାଢି ମାରିଛି । ବୋର୍ଡର ଆହୁରି ଅନେକ ସଦସ୍ୟ ଏଥିରେ ଖୁସି ନଥିବା ଜଣାପଡିଛି । ଯାହା ପାକିସ୍ତାନ କ୍ରିକେଟର ଭବିଷ୍ୟତକୁ ଅନ୍ଧାରର ଠେଲିଦେଇଛି ।