Pakistan Withdrawal / ଭାରତରେ ଖେଳିବନି ପାକିସ୍ତାନ ! PCBର ବଡ଼ ନିଷ୍ପତ୍ତି, ବିଶ୍ୱକପ୍ରୁ ଓହରିଲା ଦଳ
·1 hour ago·2 min read

Key Points
ଭାରତ ଗସ୍ତକୁ PCBର ନା
ମାଷ୍ଟର୍ସ କ୍ରିକେଟ୍ ବିଶ୍ୱକପ୍ରୁ ହଟିଲା ପାକିସ୍ତାନ
ଗତଥର ଚାମ୍ପିଅନ୍, ଏଥର ଅନୁପସ୍ଥିତ

ଭାରତରେ ଖେଳିବାକୁ ମନା କଲା ପାକିସ୍ତାନ । ଆସନ୍ତା ଜାନୁଆରୀରେ ଭାରତରେ ଆୟୋଜିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ୍ ମାଷ୍ଟର୍ସ କ୍ରିକେଟ୍ ବିଶ୍ୱକପ୍ରେ ଭାଗ ନେବନି ପାକିସ୍ତାନର ୫୦ ବର୍ଷରୁ ଊର୍ଦ୍ଧ୍ୱ କ୍ରିକେଟ୍ ଦଳ । ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ନିଜ ଦଳକୁ ଭାରତ ଗସ୍ତ ପାଇଁ ଅନୁମତି ଦେଇନାହିଁ । ଫଳରେ ଗତ ସଂସ୍କରଣର ଚାମ୍ପିଅନ୍ ପାକିସ୍ତାନ ଏଥର ଟୁର୍ଣ୍ଣାମେଣ୍ଟରୁ ଓହରିଯାଇଛି ।
ଭାରତ ଗସ୍ତକୁ PCBର ଅନୁମତି ନାହିଁ
ଗତବର୍ଷ ଶ୍ରୀଲଙ୍କାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଚାମ୍ପିଅନ୍ ହୋଇଥିଲା । ତେବେ ଆଗାମୀ ସଂସ୍କରଣରେ ଭାଗ ନେବା ପାଇଁ ପାକିସ୍ତାନର ଭେଟେରାନ୍ କ୍ରିକେଟ୍ ଦଳ ଅନୁମତି ମାଗିଥିଲେ ମଧ୍ୟ PCB ଏଥିରେ ସହମତି ଦେଇନାହିଁ ।
ପାକିସ୍ତାନ ଭେଟେରାନ୍ସ କ୍ରିକେଟ୍ ଆସୋସିଏସନ୍ (PVCA)ର ମୁଖ୍ୟ ଫୱାଦ ଇଜାଜ୍ ବୁଧବାର କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟର ଆୟୋଜକଙ୍କୁ ଦଳ ଓହରିବା ସମ୍ପର୍କରେ ଜଣାଇ ଦିଆଯାଇଛି । ଯାହାଦ୍ୱାରା ଆୟୋଜକମାନେ ଅନ୍ୟ ଏକ ଦଳକୁ ସାମିଲ କରିବା ପାଇଁ ବ୍ୟବସ୍ଥା କରିପାରିବେ ।
ଭିସା ଓ ସୁରକ୍ଷାର ଆଶ୍ୱାସନ ସତ୍ତ୍ୱେ ଓହରିଲା ଦଳ
ଫୱାଦ ଇଜାଜ୍ଙ୍କ କହିବା ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ଆୟୋଜକ ଏବଂ ଆୟୋଜକ ଦେଶ ପକ୍ଷରୁ ପାକିସ୍ତାନ ଦଳକୁ ଭିସା ଓ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇଦେବାର ଆଶ୍ୱାସନ ମିଳିଥିଲା । ଏହାପରେ PVCA ପକ୍ଷରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ବୈଦେଶିକ ଓ ଗୃହ ମନ୍ତ୍ରଣାଳୟର ଅନୁମତି ଲୋଡ଼ାଯାଇଥିଲା ।
କିନ୍ତୁ ପାକିସ୍ତାନର ଗୃହମନ୍ତ୍ରୀ ତଥା PCB ମୁଖ୍ୟ ମୋହସିନ୍ ନକଭି ଦଳକୁ ଭାରତ ଯାଇ ଖେଳିବାକୁ ଅନୁମତି ନଥିବା ଜଣାଇଥିଲେ ବୋଲି ଇଜାଜ୍ ପ୍ରକାଶ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହକିରେ ମଧ୍ୟ ଭାରତ ଗସ୍ତକୁ ମନା କରିଥିଲା ପାକିସ୍ତାନ
ଏହା ପୂର୍ବରୁ ପାକିସ୍ତାନ ହକି ଫେଡେରେସନ୍ ମଧ୍ୟ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ଭାରତ ଆସିବାକୁ ମନା କରିଥିଲା । ପରେ ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବଦଳରେ ବାଂଲାଦେଶକୁ ସାମିଲ କରାଯାଇଥିଲା ।
ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ରହିଥିବା ତିକ୍ତତା ଯୋଗୁଁ ଉଭୟ ଦେଶ ଏବେ କେବଳ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଏବଂ ନିରପେକ୍ଷ ସ୍ଥାନରେ ପରସ୍ପର ବିପକ୍ଷରେ ଖେଳୁଛନ୍ତି । ଏବେ ମାଷ୍ଟର୍ସ କ୍ରିକେଟ୍ ବିଶ୍ୱକପ୍ରୁ ପାକିସ୍ତାନ ଓହରିଯିବା ପରେ ଆୟୋଜକଙ୍କୁ ଅନ୍ୟ ଏକ ଦଳକୁ ସାମିଲ କରିବାକୁ ପଡ଼ିବ ।

Related Topics
Explore more stories