Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Asia Cup / ଭାରତ-ପାକିସ୍ତାନ ମୁକାବଲା ପୂର୍ବରୁ ବିବାଦ, ଏମିତି କହିଲେ ପାକିସ୍ତାନ ଖେଳାଳି...

Banajyotshna Ray
Browse all articles by Banajyotshna Ray
·9 months ago·1 min read
ଭାରତ-ପାକିସ୍ତାନ ମୁକାବଲା ପୂର୍ବରୁ ବିବାଦ, ଏମିତି କହିଲେ ପାକିସ୍ତାନ ଖେଳାଳି...

Key Points

ପୁଣି ଭାରତ-ପାକିସ୍ତାନ ମୁକାବଲା ପୂର୍ବରୁ ମାହୋଲରେ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ କେବେ ବି ତାର ପ୍ରକୃତି ଛାଡ଼ିପାରିବ ନାହିଁ।

ପୁଣି ଭାରତ-ପାକିସ୍ତାନ ମୁକାବଲା ପୂର୍ବରୁ ମାହୋଲରେ ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ କେବେ ବି ତାର ପ୍ରକୃତି ଛାଡ଼ିପାରିବ ନାହିଁ। ଏସିଆ କପ୍‌ ୨୦୨୫ରେ ଆଜି ଆହୁରି ଏକ ହାଇ-ଭୋଲ୍ଟେଜ ମୁକାବଲା ହେବାକୁ ଯାଉଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ଦଳ ସୁପର-୪ ମ୍ୟାଚରେ ମୁହାଁମୁହଁ ହେବେ। ଏହା ପୂର୍ବରୁ ଏଭଳି କିଛି ଲଜ୍ଜ୍ୟାଜନକ କାର୍ଯ୍ୟ କରିଛି ପାକିସ୍ତାନ, ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଦୁବାଇର ଆଇସିସି ଆକାଡେମୀରେ ସମ୍ପ୍ରତି ପ୍ରାକ୍ଟିସ ସେସନ ସମୟରେ ପାକିସ୍ତାନୀ ଖେଳାଳିମାନଙ୍କ ପକ୍ଷରୁ ‘୬-୦, ୬-୦’ ନାରା ଲଗାଯାଇଥିବା ଖବର ଆସିଛି, ଯାହାକୁ ଭାରତ ପ୍ରତି ଏକ ଟିପ୍ପଣୀ ଭାବରେ ଦେଖାଯାଉଛି।


ଏହି ନାରାକୁ ସମ୍ପ୍ରତି ସାମରିକ ସଂଘର୍ଷ ସମୟରେ ପାକିସ୍ତାନୀ ବାୟୁସେନାଙ୍କ ପକ୍ଷରୁ ଛଅଟି ଭାରତୀୟ ଯୁଦ୍ଧବିମାନ ଖସାଇଥିବା ଦାବି ସହିତ ଯୋଡ଼ି ଦେଖାଯାଉଛି। ଗ୍ରୁପ ଷ୍ଟେଜ ମ୍ୟାଚ ପରଠାରୁ ଦୁଇ ଦଳ ମଧ୍ୟରେ ବିବାଦ ବଜାୟ ରହିଛି। ଏପ୍ରିଲ୍‌ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ଦଳ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ନ ମିଳାଇବାର ନିଷ୍ପତ୍ତି ନେଇଥିଲା, ଯାହାର ଜବାବରେ ପାକିସ୍ତାନ ପ୍ରି-ମ୍ୟାଚ ପ୍ରେସ କନ୍‌ଫରେନ୍ସକୁ ବହିଷ୍କାର କରିଥିଲା। ଏହାସହିତ ପାକିସ୍ତାନୀ ଦଳ ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ଟୁର୍ନାମେଣ୍ଟରୁ ହଟାଇବାର ଦାବି କରିଥିଲା, କିନ୍ତୁ ଆଇସିସି ଏହାକୁ ଦୁଇ ଥର ପ୍ରତ୍ୟାଖ୍ୟାନ କରିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏସିଆ କପ୍-୨୦୨୫ରେ ଦମ୍‌ଦାର ପ୍ରଦର୍ଶନ ଜାରି ରଖିଛି ଭାରତୀୟ ଦଳ । ଆଜି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ଭାରତ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ପାଇଁ ପାଣିପାଗ ଉଷ୍ମ ରହିଛି ।


ଅଧିକ ପଢ଼ନ୍ତୁ:Super-4 ମ୍ୟାଚ୍ ପୂର୍ବରୁ ଭାରତକୁ ପ୍ରଶଂସାରେ ପୋତିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର 

Related Topics

Explore more stories

Sponsored
Asia Cup | Pakistan Players’ “6-0, 6-0” Slogan During Practice at ICC Academy Dubai | Argus News