Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Pakistan Cricket Neutral Venue / ଟି-୨୦ ବିଶ୍ବକପ୍‌ ପାଇଁ ଭାରତ ଆସିବନି ପାକିସ୍ତାନ, ଜାଣନ୍ତୁ ଏହା ପଛର କାରଣ..

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଟି-୨୦ ବିଶ୍ବକପ୍‌ ପାଇଁ ଭାରତ ଆସିବନି ପାକିସ୍ତାନ, ଜାଣନ୍ତୁ ଏହା ପଛର କାରଣ..

Key Points

ଫେବ୍ରୁଆର ୭ରେ ଆରମ୍ଭ ହେବ ଟି-୨୦ ବିଶ୍ବକପ୍ । ଭାରତ ଆସିବନି ପାକିସ୍ତାନ । ଶ୍ରୀଲଙ୍କାରେ ଖେଳିବ ସବୁ ମ୍ୟାଚ୍‌ । 
ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । ଏଥିପାଇଁ ନଭେମ୍ବର ୨୫ରେ ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ସମେତ ୬ଟି ଦଳ ପଡ଼ିଆକୁ ଓହ୍ଲାଇବେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ଅଛନ୍ତି । ଏହି ଦୁଇ ପାରମ୍ପାରିକ ପ୍ରତୀଦ୍ବନ୍ଦୀଙ୍କ ମଧ୍ୟରେ ଫେବ୍ରୁଆରୀ ୧୫ରେ ମ୍ୟାଚ୍ ଅନୁଷ୍ଠିତ ହେବ । କିନ୍ତୁ ସବୁଠୁ ବଡ଼ କଥା ହେଉଛି ଆଇସିସର ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବ ନାହିଁ । ପାକିସ୍ତାନ ତା'ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ ।

ପାକିସ୍ତାନ ଦଳ କାହିଁକି ଭାରତ ଯାତ୍ରା କରିବ ନାହିଁ

ଭାରତରେ ଶେଷ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟ ୨୦୨୩ରେ ହୋଇଥିଲା । ଏହା ପୁରୁଷ ଦିନିକିଆ ବିଶ୍ବକପ୍‌ ଥିଲା । ଯେଉଁଥିରେ ଅଷ୍ଟ୍ରେଲିଆ ଫାଇନାଲରେ ଭାରତକୁ ପରାସ୍ତ କରି ବିଶ୍ବ ବିଜେତା ହୋଇଥିଲା । ପାକିସ୍ତାନ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିଥିଲା ଏବଂ ଭାରତ ବିପକ୍ଷରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିଥିଲା । କିନ୍ତୁ ଚଳିତ ବର୍ଷ ପାକିସ୍ତାନରେ ଅନୁଷ୍ଠିତ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତ ପାକିସ୍ତାନ ଯାଇନଥିଲା । ଭାରତ ତା'ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିଥିଲା। ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ଯେ ପାକିସ୍ତାନ ମଧ୍ୟ ଭାରତ ଯାତ୍ରା କରିବ ନାହିଁ । ଏକ ନିରପେକ୍ଷ ସ୍ଥାନରେ ଉଭୟ ମ୍ୟାଚ୍‌ ଖେଳିବେ ବୋଲି ସ୍ଥିର ହୋଇଥିଲା । ତେଣୁ ଆଗାମୀ ଟି-୨୦ ବିଶ୍ବକପ୍‌ରେ ଭାରତ ନ ଆସି ପାକିସ୍ତାନ ତା'ର ସମସ୍ତ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିବ ।

ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପ୍‌ରେ

ମଙ୍ଗଳବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଶ୍ୱକପ୍ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିଲା । ଏହା ପରେ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ସେମାନଙ୍କ ମଧ୍ୟରେ ମ୍ୟାଚ୍ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ 20ଟି ଦଳ ଖେଳିବେ, ସେମାନଙ୍କୁ ଚାରିଟି ଗ୍ରୁପରେ ବିଭକ୍ତ କରାଯିବ (ପ୍ରତ୍ୟେକ ଗ୍ରୁପରେ ପାଞ୍ଚଟି ଦଳ ରହିବେ)। ଗ୍ରୁପ ପର୍ଯ୍ୟାୟ ପରେ, ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ଦୁଇଟି ଦଳ ସୁପର-୮କୁ ଯିବେ ।

ଗ୍ରୁପ୍ A: ଭାରତ, ପାକିସ୍ତାନ, ନାମିବିଆ, ଆମେରିକା, ନେଦରଲ୍ୟାଣ୍ଡସ୍
ଗ୍ରୁପ୍ B: ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଆୟର୍ଲାଣ୍ଡ୍, ଜିମ୍ବାୱେ, ଓମାନ
ଗ୍ରୁପ୍ C: ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ବାଂଲାଦେଶ, ନେପାଳ, ଇଟାଲୀ
ଗ୍ରୁପ୍ D: ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ, କାନାଡା, UAE

ଭାରତ ବନାମ ପାକିସ୍ତାନ ମ୍ୟାଚ୍ କେବେ ଏବଂ କେଉଁଠାରେ ଖେଳାଯିବ?

ଟି-୨୦ ବିଶ୍ୱକପ୍ ୨୦୨୬ରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତର ପ୍ରଥମ ମ୍ୟାଚ୍ ଫେବୃଆରୀ ୭ରେ ଆମେରିକା ବିପକ୍ଷରେ ଖେଳିବ । ସେହିପରି ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଫେବୃଆରୀ ୧୫ରେ ଶ୍ରୀଲଙ୍କାର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ ।

ଯଦି ପାକିସ୍ତାନ କ୍ରିକେଟ୍ ଦଳ ସେମିଫାଇନାଲରେ ପହଞ୍ଚେ ତେବେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୪ ତାରିଖରେ କଲମ୍ବୋରେ ଖେଳାଯିବ । ଆଉ ଯଦି ପାକିସ୍ତାନ ସେମିଫାଇନାଲରେ ପ୍ରବେଶ ନ କରେ ଏହା କୋଲକାତାରେ ହେବ । ସେହିପରି ଯଦି ପାକିସ୍ତାନ ଫାଇନାଲରେ ପହଞ୍ଚିଯାଏ, ତେବେ ଟାଇଟଲ୍ ମ୍ୟାଚ୍ ମଧ୍ୟ କଲମ୍ବୋରେ ଅନୁଷ୍ଠିତ ହେବ । ନଚେତ୍ ଫାଇନାଲ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan to Skip Travel to India for T20 World Cup 2026 — Here’s Why | Argus News