Videos
|
Sports

PCB Boycott Threat / ପୁଣି ଲୋକହସା ହେଲା ପାକିସ୍ତାନ, ବୟକଟ୍‌ ଧମକ ମଧ୍ୟରେ ଶ୍ରୀଲଙ୍କା ପାଇଁ କାଟିଲା ଟିକେଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ପୁଣି ଲୋକହସା ହେଲା ପାକିସ୍ତାନ, ବୟକଟ୍‌ ଧମକ ମଧ୍ୟରେ ଶ୍ରୀଲଙ୍କା ପାଇଁ କାଟିଲା ଟିକେଟ୍‌
Pakistan Board

Key Points

ଟି-୨୦ ବିଶ୍ୱକପ୍‌କୁ ବର୍ଜନ ନୁହେଁ !
ଭାରତ-ପାକ୍‌ ମ୍ୟାଚ୍‌ ମଧ୍ୟ ଖେଳିବ PCB
ବୟକଟ୍‌ ମଧ୍ୟରେ ଶ୍ରୀଲଙ୍କା ଟିକେଟ୍‌ କାଟିଲା ପାକିସ୍ତାନ
 
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍‌ । କିନ୍ତୁ ଏବେ ବିବାଦ ଥମିବାରେ ନାଁ ନେଉନାହିଁ । ବାଂଲାଦେଶ ପରି ପାକିସ୍ତାନ ମଧ୍ୟ ଟି-୨୦ ବିଶ୍ବକପ୍‌କୁ ନଖେଳିବାକୁ ଧମକ ଦେଉଥିଲା । କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ୨୦୨୬ ଟି-୨୦ ବିଶ୍ୱକପ୍ ବର୍ଜନ କରିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ପ୍ରାୟ ଅନ୍ତ ଘଟାଇଛି । ବୋର୍ଡ ଫେବୃଆରୀ ୨ ତାରିଖ ସକାଳେ ଶ୍ରୀଲଙ୍କାର କଲମ୍ବୋ ଯିବା ପାଇଁ ତା'ର ଦଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିଛି । ଆଉ ଏହା ସ୍ପଷ୍ଟ କରୁଛି ଯେ ପାକିସ୍ତାନ ବିଶ୍ବକପ୍‌କୁ ବର୍ଜନ କରିବ ନାହିଁ । ଏହା ସହ ଫେବୃଆରୀ ୧୫ରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌କୁ ମଧ୍ୟ ବୟକଟ୍‌ କରିବ ନାହିଁ ।

ସମ୍ବାଦ ସରବରାହ ସଂସ୍ଥା PTI ଅନୁଯାୟୀ PCB ମଧ୍ୟରେ ଥିବା ସୂତ୍ରଗୁଡ଼ିକ କହିଛନ୍ତି ଯେ ବିଶ୍ୱକପ୍ ପାଇଁ ଯାତ୍ରା କାର୍ଯ୍ୟକ୍ରମ ପୂର୍ବରୁ ଚୂଡ଼ାନ୍ତ ହୋଇସାରିଛି । ଏଭଳି ସ୍ଥିତିରେ ବୟକଟ୍‌ କରିବା ନେଇ କୌଣସି ପ୍ରଶ୍ନ ଉଠୁନାହିଁ । ସୂତ୍ରଗୁଡ଼ିକ କହିଛନ୍ତି ଯେ PCB ଭାରତରେ ଖେଳିବା ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ର ସୁରକ୍ଷା ଚିନ୍ତାକୁ ସମର୍ଥନ କରିଥିଲା । କିନ୍ତୁ ଯଦି ପାକିସ୍ତାନ ବାଂଲାଦେଶ ରାସ୍ତାରେ ଯାଇଥାନ୍ତି ତେବେ PCBକୁ ବିଭିନ୍ନ ପ୍ରକାରର କ୍ଷତି ସହିବାକୁ ପଡ଼ିଥାନ୍ତା ।

ଯଦି ପାକିସ୍ତାନ ବିଶ୍ୱକପର ବହିଷ୍କାର କରେ ତାହାଲେ ଏହାର ପରିଣାମ ଭୟଙ୍କର ହେବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ କ୍ରିକେଟର ଅସ୍ତିତ୍ୱ ରହିବନି । ପାକ୍ କ୍ରିକେଟର ଅର୍ଥବ୍ୟବସ୍ଥା ଉପରେ ଏହାର ପ୍ରଭାବ ପଡିବ । ଆଇସିସି କହିଛି ଯେ, ପାକିସ୍ତାନ ଯଦି ଟୁର୍ଣ୍ଣାମେଣ୍ଟରେ ସାମିଲ ନହୁଏ ତେବେ କିଛି ଠିକ୍ ହେବନି ।ଆଇସିସି ପିସିବି ଉପରେ ପ୍ରତିବନ୍ଧକ ଲଗାଇବ । ଯାହା ପୂର୍ବରୁ କେବେ ହୋଇନି । ପାକିସ୍ତାନ କ୍ରିକେଟର ଭବିଷ୍ୟତ ବି ବିପଦରେ ପଡିବ ବୋଲି ଆଇସିସି କହିଛି ।

ସୂଚନା ଅନୁସାରେ, BCCI, PCB ଏବଂ ICC ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ଅନୁଯାୟୀ ୨୦୨୭ ପର୍ଯ୍ୟନ୍ତ ସମସ୍ତ ଭାରତ-ପାକିସ୍ତାନ ICC ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ। ଏହି କାରଣରୁ ଫାଇନାଲ୍ (ଯଦି ଦଳ ଯୋଗ୍ୟତା ଅର୍ଜନ କରେ) ସମେତ ପାକିସ୍ତାନର ସମସ୍ତ ବିଶ୍ୱକପ୍ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂତ୍ରଗୁଡ଼ିକ ଏହା ମଧ୍ୟ କହିଛନ୍ତି ଯେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଏକ ବୈଠକରେ ସ୍ପଷ୍ଟ କରିଛନ୍ତି ଯେ ଯେକୌଣସି ନିଷ୍ପତ୍ତି ପାକିସ୍ତାନ କ୍ରିକେଟର ଭବିଷ୍ୟତକୁ ସୁରକ୍ଷିତ କରିବା ଉଚିତ ଏବଂ ଆଇସିସି ଏବଂ ଅନ୍ୟାନ୍ୟ ବୋର୍ଡ ସହିତ ସମ୍ପର୍କକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ।

Related Topics

Explore more stories

Pakistan Ends T20 World Cup Boycott Threat, Team to Travel to Sri Lanka | Argus News