Cricket / ଟି-ଟ୍ଵେଣ୍ଟି ବିଶ୍ଵକପ୍କୁ ନେଇ ପାକିସ୍ତାନର ନୂଆ ନାଟକ; କିଟ୍ ଉନ୍ମୋଚନ କାର୍ଯ୍ୟକ୍ରମ କଲା ବାତିଲ୍
·3 months ago·2 min read

Key Points
ପାକିସ୍ତାନ କ୍ରିକେଟ୍ ବୋର୍ଡର ଦ୍ଵନ୍ଦ୍ଵ ଭିତରେ ଆସିଛି ବଡ଼ ଖବର । ସୂଚନା ଅନୁସାରେ, ପାକିସ୍ତାନ ତାର ଟି-ଟ୍ଵେଣ୍ଟି ବିଶ୍ଵକପ୍ ଟିମ୍ କିଟ୍ ଉନ୍ମୋଚନ କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଛି ।
ନୂଆଦିଲ୍ଲୀ: ପାକିସ୍ତାନ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବ ନା ନାହିଁ, ତାକୁ ନେଇ ଏବେ ବି ଦ୍ଵନ୍ଦ୍ଵ ଲାଗି ରହିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡର ଦ୍ଵନ୍ଦ୍ଵ ଭିତରେ ଆସିଛି ବଡ଼ ଖବର । ସୂଚନା ଅନୁସାରେ, ପାକିସ୍ତାନ ତାର ଟି-ଟ୍ଵେଣ୍ଟି ବିଶ୍ଵକପ୍ ଟିମ୍ କିଟ୍ ଉନ୍ମୋଚନ କାର୍ଯ୍ୟକ୍ରମକୁ ବାତିଲ୍ କରି ଦେଇଛି ।
ଯାହାକୁ ନେଇ ସମସ୍ତଙ୍କ ଆଶଙ୍କା ଆହୁରି ବଢ଼ି ଯାଇଛି । ଟି-ଟ୍ଵେଣ୍ଟି ବିଶ୍ଵକପ୍ ଆରମ୍ଭକୁ ମାତ୍ର ସପ୍ତାହେ ବାକିଥିବା ବେଳେ ପାକିସ୍ତାନ କିଟ୍ ଉନ୍ମୋଚନ କାର୍ଯ୍ୟକ୍ରମ ହଠାତ୍ ରଦ୍ଦ କରିବା ଚର୍ଚ୍ଚାକୁ ଆହୁରି ଶାଣିତ କରିଛି ।
ଏଥିସହ ପଢ଼ନ୍ତୁ: ପୁଣି ଲୋକହସା ହେଲା ପାକିସ୍ତାନ, ବୟକଟ୍ ଧମକ ମଧ୍ୟରେ ଶ୍ରୀଲଙ୍କା ପାଇଁ କାଟିଲା ଟିକେଟ୍
ଚର୍ଚ୍ଚା ହେଉଛି, ଆଇସିସି ବାଂଲାଦେଶକୁ ବିଶ୍ଵକପ୍ରୁ ବାଦ୍ ଦେବା ପରେ ତାକୁ ବିରୋଧ କରି ପାକିସ୍ତାନ ଏବେ ଟୁର୍ଣ୍ଣାମେଣ୍ଟରୁ ଓହରିପାରେ । ତେବେ ପାକିସ୍ତାନ ବିଶ୍ଵକପ୍ ଖେଳବ କି ନାହିଁ ତାର ନିଷ୍ପତ୍ତି ଫେବ୍ରୁଆରୀ ୨ ତାରିଖରେ ଆସିପାରେ ।
ପୂର୍ବରୁ ଟି-ଟ୍ଵେଣ୍ଟି ବିଶ୍ଵକପ୍ରେ ବାଂଲାଦେଶ ତାର ସମସ୍ତ ମ୍ୟାଚ୍ ଭାରତରେ ଖେଳିବାକୁ ନିର୍ଦ୍ଧାରଣ କରାଯାଇଥିଲା । ପରେ ବାଂଲାଦେଶ ଖେଳିବାକୁ ଥିବା ସବୁ ମ୍ୟାଚ୍କୁ ଶ୍ରୀଲଙ୍କା ସ୍ଥାନାନ୍ତରଣ ପାଇଁ ଆଇସିସିକୁ ନିବେଦନ କରିଥିଲା ।
ସେତେବେଳେ ବାଂଲାଦେଶର ନିବେଦନ ଏକ ବଡ଼ ଭୂରାଜନୈତିକ ଓ ଖେଳ ବିବାଦକୁ ନେଇ ବଦଳି ଯାଇଥିଲା । ଆଉ ଏବେ ଉକ୍ତ ବିବାଦରେ ପାକିସ୍ତାନ ନିଜକୁ ଛନ୍ଦି ଆଇସିସିକୁ ଧମକ ଦେବାକୁ ପଛାଉ ନାହିଁ ।
ପାକିସ୍ତାନ କେବଳ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମକୁ ଏଡ଼ାଇ ଯାଇନି । ପାକିସ୍ତାନ ଟିମ୍ର ଟ୍ରାଭେଲ୍ ପ୍ଲାନ୍ ବ୍ୟବସ୍ଥାକୁ ନେଇ ଅନିଶ୍ଚିତତା ଲାଗି ରହିଛି । ସୋମବାର ସକାଳେ ଅଷ୍ଟ୍ରେଲିଆ ସହ ପାକିସ୍ତାନ ଟିମ୍ ଏୟାର ଲଙ୍କା ବିମାନରେ କଲୋମ୍ବୋ ଯିବାର ଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, ପାକିସ୍ତାନ ଯିବ କି ନାହିଁ ।
ବିବାଦ ଭିତରେ ପାକିସ୍ତାନ ଟି-ଟ୍ଵେଣ୍ଟି ବିଶ୍ଵକପ୍ ପାଇଁ ପୂର୍ବରୁ ଦଳ ଘୋଷଣା କରି ସାରିଛି । ସଲମାନ ଅଲୀ ଆଗାଙ୍କ ନେତୃତ୍ଵରେ ପାକିସ୍ତାନ ଟି-ଟ୍ଵେଣ୍ଟି ବିଶ୍ଵକପ୍ ଖେଳିବ । ପାକିସ୍ତାନର ପ୍ରଥମ ମ୍ୟାଚ୍ ଫେବ୍ରୁଆରୀ ୯ରେ ନେଦରଲ୍ୟାଣ୍ଡ ବିପକ୍ଷରେ ରହିଛି । ୧୫ ତାରିଖରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ ।
ଏଥିସହ ପଢ଼ନ୍ତୁ: ବଜେଟ୍ ପୂର୍ବରୁ ସୁନା, ରୁପା ମୂଲ୍ୟରେ ବଡ଼ ହ୍ରାସ; ଏବେ କିଣିବେ ନା ନାହିଁ ?
ସୂଚନା ଅନୁସାରେ, BCCI, PCB ଏବଂ ICC ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ଅନୁଯାୟୀ ୨୦୨୭ ପର୍ଯ୍ୟନ୍ତ ସମସ୍ତ ଭାରତ-ପାକିସ୍ତାନ ICC ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ। ଏହି କାରଣରୁ ଫାଇନାଲ୍ (ଯଦି ଦଳ ଯୋଗ୍ୟତା ଅର୍ଜନ କରେ) ସମେତ ପାକିସ୍ତାନର ସମସ୍ତ ବିଶ୍ୱକପ୍ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ ।
ସୂତ୍ରଗୁଡ଼ିକ ଏହା ମଧ୍ୟ କହିଛନ୍ତି ଯେ ପିସିବି ଅଧ୍ୟକ୍ଷ ମୋହସିନ ନକଭି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଏକ ବୈଠକରେ ସ୍ପଷ୍ଟ କରିଛନ୍ତି ଯେ ଯେକୌଣସି ନିଷ୍ପତ୍ତି ପାକିସ୍ତାନ କ୍ରିକେଟର ଭବିଷ୍ୟତକୁ ସୁରକ୍ଷିତ କରିବା ଉଚିତ ଏବଂ ଆଇସିସି ଏବଂ ଅନ୍ୟାନ୍ୟ ବୋର୍ଡ ସହିତ ସମ୍ପର୍କକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: