Pakistan Team / ବିବାଦ ଭିତରେ ବିଶ୍ବକପ୍ ପାଇଁ ପାକିସ୍ତାନର ଦଳ ଘୋଷଣା, ବାଦ୍ ପଡ଼ିଲେ ରିଜଓ୍ବାନ-ରୈଫ
·7 months ago·2 min read

Key Points
ବିଶ୍ୱକପ୍ ପୂର୍ବରୁ ବିବାଦ
ତଥାପି ଦଳ ଘୋଷଣା କଲା ପାକିସ୍ତାନ
ରିଜୱାନ–ହାରିସ ବାହାର
ତଥାପି ଦଳ ଘୋଷଣା କଲା ପାକିସ୍ତାନ
ରିଜୱାନ–ହାରିସ ବାହାର
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଭାରତ-ଶ୍ରୀଲଙ୍କା ମିଳିତ ଭାବେ ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବେ । ତେବେ ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ । ସଲମାନ ଅଲ୍ଲୀ ଆଗାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ ।
ଅଧିନାୟକ ସଲମାନ ଅଲି ଆଗା, ଫହୀମ ଆଶରଫ୍, ଖୱାଜା ନାଫାୟ, ମହମ୍ମଦ ସଲମାନ ମିର୍ଜା, ସାହିବଜାଦା ଫରହାନ ଏବଂ ଉସମାନ ତାରିକ ପ୍ରଥମ ଥର ପାଇଁ ଆଇସିସି ମେଗା ଇଭେଣ୍ଟ ପାଇଁ ମନୋନୀତ ହୋଇଛନ୍ତି । ସେହିପରି ବାବର ଆଜମ, ଶାହିନ ଶାହ ଆଫ୍ରିଦି, ଶାଦାବ ଖାନ, ନସିମ ଶାହ ଏବଂ ଫକର ଜମାନଙ୍କ ଭଳି ଅଭିଜ୍ଞ ଖେଳାଳି ପୂର୍ବରୁ ଟି-୨୦ ବିଶ୍ୱକପରେ ଖେଳିଛନ୍ତି । ଦ୍ରୁତ ବୋଲର ହାରିସ ରୌଫ ଏବଂ ପୂର୍ବତନ ଅଧିନାୟକ ମହମ୍ମଦ ରିଜୱାନଙ୍କୁ ଦଳରେ ସାମିଲ କରାଯାଇ ନାହିଁ ।
୨୦୨୬ ଟି-୨୦ ବିଶ୍ୱକପରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ । ପ୍ରତ୍ୟେକ ଦଳ ଚାରୋଟି ଗ୍ରୁପ୍ ମ୍ୟାଚ୍ ଖେଳିବ, ତା’ପରେ ସୁପର ୮ ଏବଂ ନକଆଉଟ୍ ପର୍ଯ୍ୟାୟ ଖେଳିବ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ବିଶ୍ୱକପ୍ ପୂର୍ବରୁ, ପାକିସ୍ତାନୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ, ଯାହାର ମ୍ୟାଚ୍ ଜାନୁଆରୀ ୨୯, ୩୧ ଏବଂ ଫେବୃଆରୀ ୧ ରେ ଲାହୋରରେ ଅନୁଷ୍ଠିତ ହେବ ।
ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ଦଳ: ସଲମାନ ଅଲି ଆଗା (ଅଧିନାୟକ), ଅବରାର ଅହମ୍ମଦ, ବାବର ଆଜମ, ଫହୀମ ଆଶରଫ୍, ଫକର ଜମାନ, ଖ୍ବାଜା ନାଫାୟ (ୱିକେଟକିପର), ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସିମ ଶାହ, ସାହିବଜାଦା ଫରହାନ (ୱିକେଟକିପର), ସୈମ ଆୟୁବ, ଶାହିନ ଶାହ ଆଫ୍ରିଦି, ଶାଦାବ ଖାନ, ଉସମାନ ଖାନ (ୱିକେଟକିପର) ଏବଂ ଉସମାନ ତାରିକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଟି-୨୦ ବିଶ୍ବକପକୁ ଆଉ କମ୍ ଦିନ ବାକି ଥିଲେ ମଧ୍ୟ ଏବେ ବି ବିବାଦ ଥମିବାର ନାଁ ନେଉନି । ବାଂଲାଦେଶ ବିଶ୍ବକପ୍ରୁ ବିଦା ହେବା ପରେ ପାକିସ୍ତାନ ମଧ୍ୟ ଓହରିଯିବାକୁ ଆଇସିସିକୁ ଧମକ ଦେଇଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକ୍ଭୀ କହିଛନ୍ତି, "ଆମ ପ୍ରଧାନମନ୍ତ୍ରୀ ଏବେ ବିଦେଶରେ ଅଛନ୍ତି, ସେ ଫେରିଲେ ଆମେ ତାଙ୍କ ପରାମର୍ଶ ନେବୁ । ସରକାର ଯାହା କହିବେ, ମାନିବୁ ।"
ସେ ଆହୁରି କହିଥିଲେ, "ଯଦି ପାକିସ୍ତାନ କହିବ ବିଶ୍ଵକପ୍ ଖେଳିବ ନାହିଁ । ତାହେଲେ ଆଇସିସିକୁ ୨୨ତମ ଦଳକୁ ସାମିଲ କରିବା ଲାଗି ବିଚାର କରିବାକୁ ପଡ଼ିବ ।" ତେବେ ଚୂଡ଼ାନ୍ତ ନିଷ୍ପତ୍ତି ପାକିସ୍ତାନ ସରକାରଙ୍କ ହାତରେ ବୋଲି ନକ୍ଭୀ କହିଥିଲେ ।
ସେ ଆହୁରି କହିଥିଲେ, ପ୍ରତିଟି ପରିସ୍ଥିତିରୁ ବାହାରିବା ଲାଗି ପାକିସ୍ତାନ ପାଖରେ ଅନେକ ବିକଳ୍ପ ଖୋଲା ରହିଛି । ଆମ ପାଖରେ ପ୍ଲାନ୍ ଏ, ପ୍ଲାନ୍ ବି, ପ୍ଲାନ୍ ସି ଓ ପ୍ଲାନ୍ ଡି ରହିଛି । ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ନକ୍ଭୀ ।

Related Topics
Explore more stories