Pakistan Boycott / ଯଦି ପାକିସ୍ତାନ ଟି-୨୦ ବିଶ୍ବକପ୍ ନ ଖେଳେ....ତେବେ କେଉଁ ଦେଶକୁ ମିଳିବ ସୁଯୋଗ ?
·7 months ago·2 min read

Key Points
ଟି-୨୦ ବିଶ୍ୱକପ୍
ICC ର ପ୍ଲାନ୍ ରେଡି !
ପାକିସ୍ତାନ ବାହାରିଲେ ଏହି ଦଳ ପ୍ରବେଶ କରିବ
ICC ର ପ୍ଲାନ୍ ରେଡି !
ପାକିସ୍ତାନ ବାହାରିଲେ ଏହି ଦଳ ପ୍ରବେଶ କରିବ
ଫେବୃଆରୀ ୭ରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ବାଂଲାଦେଶ ୨୦୨୬ ଟି-୨୦ ବିଶ୍ୱକପରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ବାଂଲାଦେଶ ବଦଳରେ ଆଇସିସି ୨୦୨୬ ଟି-୨୦ ବିଶ୍ବକପ୍ରେ ସ୍କଟଲାଣ୍ଡକୁ ସାମିଲ କରିଛି । ତେବେ ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ମଧ୍ୟ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟକୁ ବର୍ଜନ କରିପାରେ । ପିସିବି ମୁଖ୍ୟ ମୋହସିନ ନକଭି ଶନିବାର ଏହି ସୂଚନା ଦେଇଛନ୍ତି । ଯଦି ପାକିସ୍ତାନ ମଧ୍ୟ ବିଶ୍ୱକପରୁ ବାହାରିଯାଏ ତେବେ ଆଇସିସି ଆଉ କେଉଁ ଦଳକୁ ସୁଯୋଗ ଦେବ ଜାଣିଛନ୍ତି କି ?
ଯଦି ସରକାର ମନା କରନ୍ତି, ତେବେ ପାକିସ୍ତାନ ଟି୨୦ ବିଶ୍ୱକପରେ ଖେଳିବ ନାହିଁ - ପିସିବି ମୁଖ୍ୟ
ପିସିବି ମୁଖ୍ୟ ମୋହସିନ ନକଭି ଶନିବାର କହିଛନ୍ତି ଯେ ସରକାର ନିଷ୍ପତ୍ତି ନେବେ ଯେ ପାକିସ୍ତାନ ଦଳ ୨୦୨୬ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିବ କି ନାହିଁ। ସାମ୍ବାଦିକ ସମ୍ମିଳନୀରେ ମୋହସିନ ନକଭି କହିଛନ୍ତି, "ଆମେ ଟି-୨୦ ବିଶ୍ୱକପରେ ଖେଳିବୁ କି ନାହିଁ ସରକାର ନିଷ୍ପତ୍ତି ନେବେ । ଆମର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ବର୍ତ୍ତମାନ ଦେଶ ବାହାରେ ଅଛନ୍ତି । ଫେରିବା ପରେ ଆମେ ତାଙ୍କ ସହିତ ପରାମର୍ଶ କରିବୁ । ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ଏବଂ ବାଧ୍ୟତାମୂଳକ ହେବ । ଯଦି ସରକାର ମନା କରନ୍ତି, ତେବେ ଆଇସିସି ଅନ୍ୟ ଏକ ଦଳକୁ ନିମନ୍ତ୍ରଣ କରିପାରିବ ।"
ଯଦି ପାକିସ୍ତାନ ବିଶ୍ୱକପ୍ରେ ନ ଖେଳେ, ତେବେ କେଉଁ ଦଳକୁ ମିଳିବ ସୁଯୋଗ ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ପାକିସ୍ତାନ ମଧ୍ୟ ୨୦୨୬ ଟି-୨୦ ବିଶ୍ୱକପ୍କୁ ବର୍ଜନ କରେ ଏବଂ ଟୁର୍ଣ୍ଣାମେଣ୍ଟ୍ରେ ଖେଳିବାକୁ ମନା କରେ, ତେବେ ICC ତା' ସ୍ଥାନରେ ଉଗାଣ୍ଡାକୁ ସାମିଲ କରିବ । ଯଦି ପାକିସ୍ତାନ ଓହରିଯାଏ, ତେବେ ଉଗାଣ୍ଡା ଭାରତ, ନାମିବିଆ, ନେଦରଲ୍ୟାଣ୍ଡସ୍ ଏବଂ ଆମେରିକା ସହିତ ଗ୍ରୁପ୍ Aରେ ରହିବ । ପୂର୍ବରୁ ଉଗାଣ୍ଡା ମଧ୍ୟ ୨୦୨୪ ଟି-୨୦ ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିଲା, କିନ୍ତୁ ଗ୍ରୁପ୍ ପର୍ଯ୍ୟାୟରେ ବାଦ୍ ପଡ଼ିଥିଲା ।
ପାକିସ୍ତାନ ଦଳ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଯାତ୍ରା କରିବ ନାହିଁ। ପାକିସ୍ତାନର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଯଦି ପାକିସ୍ତାନ ସେମିଫାଇନାଲ୍ରେ ପହଞ୍ଚିଥାଏ, ତେବେ ସେମାନଙ୍କର ସେମିଫାଇନାଲ୍ ମଧ୍ୟ ସେଠାରେ ଅନୁଷ୍ଠିତ ହେବ। ଏହା ବ୍ୟତୀତ, ଯଦି ପାକିସ୍ତାନ ଫାଇନାଲ୍ରେ ପହଞ୍ଚେ ତେବେ ୨୦୨୬ ଟି-୨୦ ବିଶ୍ୱକପ୍ ଟାଇଟଲ୍ ମ୍ୟାଚ୍ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ ।

Related Topics
Explore more stories