Pakistan beat India / ପାକିସ୍ତାନ ଜିତିଲା ଅଣ୍ଡର-୧୯ ଏସିଆ, ୧୯୧ ରନ୍ରେ ହାରିଲା ଭାରତ
·6 months ago·2 min read

Key Points
ଅଣ୍ଡର-୧୯ ଏସିଆ କପ୍
ପାକିସ୍ତାନର ବଡ଼ ବିଜୟ
ଭାରତର ବ୍ୟାଟିଂ ବିପର୍ଯ୍ୟୟ
ପାକିସ୍ତାନର ବଡ଼ ବିଜୟ
ଭାରତର ବ୍ୟାଟିଂ ବିପର୍ଯ୍ୟୟ
ଅଣ୍ଡର ୧୯ ଏସିଆ କପ୍ ଟ୍ରଫି ଜିତିଲା ପାକିସ୍ତାନ । ୨୦୨୫ ୧୯ ବର୍ଷରୁ କମ୍ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ ପରାସ୍ତ କରି ଟ୍ରଫି ହାତେଇଛି । ଟାଇଟଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସମୀର ମିନହାସଙ୍କ ଏକ ଧୁଆଁଦାର ଶତକ ଯୋଗୁଁ ପାକିସ୍ତାନ ୩୪୭ ରନ୍ କରିଥିଲା । ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୧୫୬ ରନରେ ଅଲଆଉଟ୍ ହୋଇଥିଲା । ଏହି ହାଇଭୋଲଟେଜ୍ ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ ଏବଂ ଆୟୁଷ ମହାତ୍ରେ ସ୍କୋର କରିବାରେ ଫେଲ୍ ହୋଇଥିଲେ ।
ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ୧୦ ବଲ୍ରେ ୨୬ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଆୟୁଷ ମହାତ୍ରେ ମାତ୍ର ଦୁଇ ରନ୍ କରିପାରିଥିଲେ । ଏମିତିକି ୬ ଜଣ ଭାରତୀୟ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ । ଭାରତ ପକ୍ଷରୁ ୧୦ ନମ୍ବରରେ ବ୍ୟାଟିଂ କରୁଥିବା ଦୀପେଶ ଦେବେନ୍ଦ୍ରନ୍ ସର୍ବାଧିକ ୧୬ ବଲ୍ରେ ୩୬ ରନ କରି ରନ୍ କରିଥିଲେ । ପାକିସ୍ତାନ ପକ୍ଷରୁ ଅଲି ରାଜା ୪୨ ରନ ଦେଇ ୪ ୱିକେଟ୍ ନେଇଥିଲେ। ମହମ୍ମଦ ସୟାମ, ଅବଦୁଲ ସୁଭାନ ଏବଂ ହୁଜୈଫା ଏହସାନ ପ୍ରତ୍ୟେକେ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଭାରତର ବ୍ୟାଟିଂ ବିପର୍ଯ୍ୟୟ
୩୪୮ ରନ୍ର ବିଶାଳ ରନ୍କୁ ପିଛା କରି ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ୩୨ ରନ୍ରେ ଭାରତର ପ୍ରଥମ ଓ୍ବିକେଟ୍ ପଡ଼ିଥିଲା । ଆୟୁଷ ମହାତ୍ରେ ସାତ ବଲ୍ ରେ ଦୁଇ ରନ କରି ଆଉଟ ହୋଇଥିଲେ। ତା'ପରେ ଆରୋନ୍ ଜର୍ଜ ନଅ ବଲରେ ୧୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ତା'ପରେ ବୈଭବ ସୂର୍ଯ୍ୟବଶୀ ୧୦ ବଲ୍ରେ ୨୬ ରନ୍ କରି ଆଉଟ୍ ହୋଇଥିଲେ ।
ଭାରତୀୟ ଟପ୍-ଅର୍ଡର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ କେହି କ୍ରିଜ୍ରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଦ୍ରୁତ ରନ ପିଛା କରି ସମସ୍ତେ ଆଉଟ ହୋଇଥିଲେ । ବେଦାନ୍ତ ତ୍ରିବେଦୀ ୧୪ ବଲରେ ୯, ଅଭିଜ୍ଞାନ କୁଣ୍ଡୁ ୨୦ ବଲରେ ୧୩, କନିଷ୍କ ଚୌହାନ ୨୩ ବଲରେ ୯ ଏବଂ ଖିଲାନ ପଟେଲ ୨୩ ବଲରେ ୧୯ ରନ୍ କରି ଆଉଟ ହୋଇଥିଲେ ।
ସମୀର ମିନହାସ ୧୭୨ ରନ କରିଥିଲେ
ପୂର୍ବରୁ ପାକିସ୍ତାନର ଓପନର ସମୀର ମିନହାସ ୧୧୩ ବଲରେ ୧୭ ଚୌକା ଏବଂ ୯ ଛକା ସହିତ ୧୭୨ ରନର ଏକ ଧୁଆଁଧାର ଇନିଂସ ଖେଳିଥିଲେ । ସମୀରଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ପାକିସ୍ତାନ ଟାଇଟଲ୍ ମ୍ୟାଚରେ ୫୦ ଓଭରରେ ୭ ୱିକେଟ୍ ହରାଇ ୩୪୭ ରନ୍ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories