Videos
|
Sports

Pakistan Women Cricket Team / ଏସିଆ କପ୍ ପାଇଁ ପାକିସ୍ତାନର ନିଆରା ପ୍ରସ୍ତୁତି, ପୁରୁଷ ଟିମ୍ ବିପକ୍ଷରେ ଖେଳିଲେ ମହିଳା କ୍ରିକେଟର

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଏସିଆ କପ୍ ପାଇଁ ପାକିସ୍ତାନର ନିଆରା ପ୍ରସ୍ତୁତି, ପୁରୁଷ ଟିମ୍ ବିପକ୍ଷରେ ଖେଳିଲେ ମହିଳା କ୍ରିକେଟର
Pakistan Women Cricket Team

Key Points

ଟ୍ରଫି ପାଇଁ ପାକିସ୍ତାନର ନିଆରା ପ୍ଲାନ୍
ପୁରୁଷଙ୍କ ବିପକ୍ଷରେ ମ୍ୟାଚ୍ ଖେଳିଲେ ମହିଳା
ଚାପ ସମ୍ଭାଳିବାକୁ ନିଆରା ଅଭ୍ୟାସ
ଏସିଆ କପ୍ ଜିତିବା ପାଇଁ ପାକିସ୍ତାନ ମହିଳା ଟିମ୍ ଏଥର ଆପଣାଇଛି ଏକ ନିଆରା ରଣନୀତି। ଦୁବାଇରେ ଅଗଷ୍ଟ ୨୮ରୁ ଆରମ୍ଭ ହେବାକୁ ଥିବା ୱିମେନ୍ସ ଏସିଆ କପ୍ ପୂର୍ବରୁ ଫାତିମା ସନାଙ୍କ ଟିମ୍ ପ୍ରସ୍ତୁତିକୁ ଦେଇଛି ନୂଆ ମୋଡ଼। ମହିଳା ଖେଳାଳିମାନେ ମହିଳା ଟିମ୍ ବିପକ୍ଷରେ ନୁହେଁ, ବରଂ ପୁରୁଷ ଟିମ୍ ସହ ଟି-୨୦ ମ୍ୟାଚ୍ ଖେଳି ନିଜ ଦକ୍ଷତା ପରଖିଛନ୍ତି। ଚାପ ଭିତରେ ଠିକ୍ ନିଷ୍ପତ୍ତି ନେବା ଏବଂ ଶକ୍ତିଶାଳୀ ପ୍ରତିପକ୍ଷଙ୍କ ସାମ୍ନା କରିବାର ଅଭ୍ୟାସ ପାଇଁ ଏହି ନିଆରା ପଦକ୍ଷେପ ନେଇଛି ଟିମ୍ ମ୍ୟାନେଜମେଣ୍ଟ ।

୨୦୧୨ ଓ ୨୦୧୬ରେ ପାକିସ୍ତାନ ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଜିତିପାରିନଥିଲା । ଏହାପରେ ଗତ ଦୁଇଟି ଟୁର୍ଣ୍ଣାମେଣ୍ଟରେ ଦଳ ସେମିଫାଇନାଲ୍‌ରୁ ବିଦାୟ ନେଇଥିଲା । ତେଣୁ ଏଥର ଅଧିନାୟିକା ଫାତିମା ସନାଙ୍କ ନେତୃତ୍ୱରେ ପାକିସ୍ତାନର ଲକ୍ଷ୍ୟ ରହିଛି ଏସିଆ କପ୍ ଟ୍ରଫି ।

ପୁରୁଷ ଟିମ୍ ସହ ଖେଳିଲେ ଟି-୨୦ ମ୍ୟାଚ୍

ଏସିଆ କପ୍ ପୂର୍ବରୁ ପାକିସ୍ତାନ ମହିଳା ଟିମ୍ ନେଇଛି ଏକ ଭିନ୍ନ ପ୍ରକାରର ପ୍ରସ୍ତୁତି । ମହିଳା ଟିମ୍ ପୁରୁଷ ଦଳ ସହ ଟି-୨୦ ମ୍ୟାଚ୍ ଖେଳିଛି । ରିପୋର୍ଟ ଅନୁସାରେ, ଲାହୋରସ୍ଥିତ ନ୍ୟାସନାଲ୍ କ୍ରିକେଟ୍ ଏକାଡେମୀରେ ଚାଲିଥିବା ପ୍ରି-ଟୁର୍ଣ୍ଣାମେଣ୍ଟ କ୍ୟାମ୍ପ ସମୟରେ ଅବ୍ଦୁଲ କାଦିର କ୍ରିକେଟ୍ ଏକାଡେମୀର ପୁରୁଷ ଟିମ୍ ବିପକ୍ଷରେ ଏହି ମ୍ୟାଚ୍‌ଗୁଡ଼ିକ ଖେଳାଯାଇଥିଲା ।

ଏହା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହିଳା ଖେଳାଳିଙ୍କୁ ଅଧିକ ଚାପପୂର୍ଣ୍ଣ ପରିସ୍ଥିତିରେ ଖେଳିବାର ଅଭ୍ୟାସ କରାଇବା । ଶକ୍ତିଶାଳୀ ପ୍ରତିପକ୍ଷ ବିପକ୍ଷରେ ଚାପ ଭିତରେ କିପରି ତୁରନ୍ତ ଓ ସଠିକ୍ ନିଷ୍ପତ୍ତି ନେବେ, ତାହା ଉପରେ ଦଳ ପରିଚାଳନା ଗୁରୁତ୍ୱ ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫାତିମା ସନା କହିଲେ—ଚାପ ସମ୍ଭାଳିବାକୁ ପ୍ରସ୍ତୁତ

ଏହି ନିଆରା ପ୍ରସ୍ତୁତିକୁ ନେଇ ପାକିସ୍ତାନ ମହିଳା ଟିମ୍‌ର ଅଧିନାୟିକା ଫାତିମା ସନା ମଧ୍ୟ ମୁହଁ ଖୋଲିଛନ୍ତି। ତାଙ୍କ କହିବା ଅନୁସାରେ, ପୁରୁଷ ଟିମ୍ ସହ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ଏସିଆ କପ୍ ପ୍ରସ୍ତୁତିରେ ବେଶ୍ ସହାୟକ ହୋଇଛି। ଏହି ମ୍ୟାଚ୍‌ରେ ଖେଳାଳିମାନେ ଅନେକ ଚାପର ସାମ୍ନା କରିଥିଲେ, ଯାହା ଆଗାମୀ ଟୁର୍ଣ୍ଣାମେଣ୍ଟର କଠିନ ପରିସ୍ଥିତି ସମ୍ଭାଳିବାରେ ସହାୟତା କରିବ ।

ସେପ୍ଟେମ୍ବର ୫ରେ ଭାରତ-ପାକିସ୍ତାନ ମୁକାବିଲା

ଏସିଆ କପ୍‌ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିବ ଭାରତ-ପାକିସ୍ତାନ ମୁକାବିଲା । ଉଭୟ ଦଳ ଗ୍ରୁପ୍-'A’ରେ ରହିଛନ୍ତି ଏବଂ ସେପ୍ଟେମ୍ବର ୫ରେ ଦୁବାଇରେ ଏହି ହାଇଭୋଲଟେଜ୍ ମ୍ୟାଚ୍‌ ଖେଳାଯିବ । ଗ୍ରୁପ୍-'A’ରେ ଭାରତ ଓ ପାକିସ୍ତାନ ସହ ହଂକଂ ଏବଂ ଥାଇଲାଣ୍ଡ ମଧ୍ୟ ରହିଛନ୍ତି । ଭାରତ ଅଗଷ୍ଟ ୩୦ରେ ଥାଇଲାଣ୍ଡ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ ।

ପାକିସ୍ତାନ ଶେଷଥର ପ୍ରାୟ ୧୦ ବର୍ଷ ପୂର୍ବେ ଏସିଆ କପ୍‌ର ଫାଇନାଲ୍‌ରେ ପହଞ୍ଚିଥିଲା । ଏବେ ନିଆରା ପ୍ରସ୍ତୁତି ସହ ମଇଦାନକୁ ଓହ୍ଲାଇବାକୁ ଯାଉଥିବା ଫାତିମା ସନାଙ୍କ ଟିମ୍ କ’ଣ ଏଥର ଇତିହାସ ବଦଳାଇ ପ୍ରଥମଥର ପାଇଁ ଏସିଆ କପ୍ ଟ୍ରଫି ଜିତିପାରିବ—ତାହା ଉପରେ ରହିବ ସମସ୍ତଙ୍କ ନଜର ।
Pakistan Women Play Men’s Side Ahead of Asia Cup 2026 | Argus News