Smriti Mandhana Wedding Update / ଖୁବଶୀଘ୍ର ହେବ ପଲାଶ-ସ୍ମୃତିଙ୍କ ବିବାହ: ପଲାଶଙ୍କ ମା' ଦେଲେ ବଡ଼ ଅପଡେଟ୍
·9 months ago·2 min read

Key Points
ସବୁ କଥାକୁ ଖଣ୍ଡନ କରିଛନ୍ତି ପଲାଶଙ୍କ ମା'। ସେପଟେ ପଲାଶଙ୍କ ମା' ଅମିତା ମୁଚ୍ଛଲ କହିଛନ୍ତି ଖୁବଶୀଘ୍ର ଘରେ ହେବ ଗ୍ରାଣ୍ଡ ଓ୍ବେଲକମ।
କ୍ରିକେଟର ସ୍ମୃତି ମନ୍ଧାନା ଓ ପଲାଶ ମୁଚ୍ଛଲଙ୍କ ବାହାଘର ନେଇ ବର୍ତ୍ତମାନ ଫ୍ୟାନଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି। ସ୍ମୃତିଙ୍କ ବାପା ଶ୍ରୀନୀବାସ ମନ୍ଧାନା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଉଭୟଙ୍କ ବାହାଘର ସ୍ଥଗିତ ରହିଛି।ଏବେ, ତିନି ଦିନ ପରେ ସ୍ମୃତି ମନ୍ଧାନା ଏବଂ ତାଙ୍କ ପରିବାର ଆଶ୍ୱସ୍ତିର ନିଶ୍ୱାସ ନେଇଛନ୍ତି। କାରଣ ତାଙ୍କ ପିତା ବିପଦମୁକ୍ତ ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଅନ୍ୟପଟେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି। ପଲାଶ ମୁଚାଲ ଓ ଜଣେ ମହିଳାଙ୍କ ମଧ୍ୟରେ ହୋଇଥିବା କଥିତ ଚାଟ୍ର ସ୍କ୍ରିନଶଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯାହା ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି।ଯାହାକୁ ନେଇ ନା ନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।
ରିପୋର୍ଟ ଅନୁଯାୟୀ, ଶ୍ରୀନିବାସ ମନ୍ଧାନାଙ୍କୁ ନଭେମ୍ବର ୨୫ ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ସାଙ୍ଗଲିର ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ମନ୍ଧାନା ପରିବାର ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ, ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ କଡ଼ା ନଜର ରଖିଥିଲେ। ଯେତେବେଳେ ତାଙ୍କୁ ଭର୍ତ୍ତି କରାଯାଇଥିଲା, ଡାକ୍ତରମାନେ ତାଙ୍କ ଛାତିର ବାମ ପାର୍ଶ୍ୱରେ ଯନ୍ତ୍ରଣା ଅନୁଭବ କରୁଥିବା ସୂଚନା ଦେଇଥିଲେ। ଯାହା ପରେ ହୃଦଘାତର ଲକ୍ଷଣ ପ୍ରକାଶ କରିଥିଲା। କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ। ରିପୋର୍ଟ ଅନୁସାରେ, ସ୍ମୃତିଙ୍କ ପିତାଙ୍କର ଆଞ୍ଜିଓଗ୍ରାଫି ହୋଇଥିଲା, ଯାହା କୌଣସି ଜଟିଳତା ପ୍ରକାଶ କରିନଥିଲା ଏବଂ ସେ ଏବେ ସୁସ୍ଥ ଅଛନ୍ତି। ସେ ବର୍ତ୍ତମାନ ସାଙ୍ଗଲି ସ୍ଥିତ ତାଙ୍କ ଘରେ ବିଶ୍ରାମ ନେଉଛନ୍ତି।
ଏହାସହ ପଢ଼ନ୍ତୁ: ସ୍ମୃତି ମନ୍ଧାନାଙ୍କୁ ଧୋକା ଦେଲେ ପଲାଶ ମୁଚ୍ଛାଲ ? ଭାଇରାଲ ହେଉଛି ସ୍କ୍ରିନ୍ସଟ୍...
ବିବାହକୁ ନେଇ ସସପେନ୍ସ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ମୃତିଙ୍କ ପିତାଙ୍କ ଡିସଚାର୍ଜ ପରେ, ସମସ୍ତେ ପରିବାର ଠାରୁ ଅଧିକ ସୂଚନା ପାଇଁ ଅପେକ୍ଷା କରିଛନ୍ତି। ମନ୍ଧାନା ପରିବାର ପୂର୍ବରୁ କହିଥିଲେ ଯେ ତାଙ୍କ ପିତା ସମ୍ପୂର୍ଣ୍ଣ ସୁସ୍ଥ ନହେବା ପର୍ଯ୍ୟନ୍ତ ସ୍ମୃତି ବିବାହ କରିବେ ନାହିଁ। ବର୍ତ୍ତମାନ, ଶ୍ରୀନିବାସ ସୁସ୍ଥ ହେବା ସହିତ, ବିବାହ ତାରିଖ କେବେ ଘୋଷଣା କରାଯିବ ତାହା ଜାଣିବାକୁ ସମସ୍ତେ ଉତ୍ସୁକ। ବିବାହ ସ୍ଥଗିତ ହେବାର ପରଦିନ ଠାରୁ, ପଲାଶ ସ୍ମୃତିଙ୍କୁ ଧୋକ୍କା ଦେଇଥିବା ଅଭିଯୋଗରେ ସୋସିଆଲ ମିଡିଆ ଜୋର ଧରିଛି। ଅନ୍ୟ ଜଣେ ମହିଳାଙ୍କ ସହିତ ତାଙ୍କ ଚାଟିଂ କରିବାର ସ୍କ୍ରିନସଟ୍ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଦାବି ଗୁଡ଼ିକର ସତ୍ୟତା ଏଯାଏଁ ସ୍ପଷ୍ଟ ହୋଇ ନାହିଁ।
ଅନ୍ୟପକ୍ଷେ ସବୁ କଥାକୁ ଖଣ୍ଡନ କରିଛନ୍ତି ପଲାଶଙ୍କ ମା'। ସେପଟେ ପଲାଶଙ୍କ ମା' ଅମିତା ମୁଚ୍ଛଲ କହିଛନ୍ତି ଖୁବଶୀଘ୍ର ଘରେ ହେବ ଗ୍ରାଣ୍ଡ ଓ୍ବେଲକମ। ଅମିତା ମୁଚ୍ଛଲ ହିନ୍ଦୁସ୍ତାନ ଟାଇମ୍ସ ସହ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସ୍ମୃତି ଏବଂ ପଲାଶ ଏବେ ବଡ଼ ସମସ୍ୟାରେ ଅଛନ୍ତି। ପଲାଶଙ୍କର ସ୍ବପ୍ନ ଥିଲା କି ସାଥୀରେ ସେ ତାଙ୍କ ଦୁଲହନକୁ ଘରକୁ ଆଣିବେ। ମୁଁ ବି ମୋ ବୋହୂର ସ୍ବାଗତ ପାଇଁ ବହୁତ ପ୍ରସ୍ତୁତି କରିଥିଲି। କିନ୍ତୁ ବହୁତ ଶୀଘ୍ର ଏହାସବୁ ହେବ। ଅମିତା ଆଉ ମଧ୍ୟ କହିଛନ୍ତି ପଲାଶ ସ୍ମୃତିଙ୍କର ତାଭ୍କ ପିତା ଶ୍ରୀନିବାସନ ମନ୍ଧାନାଙ୍କ ସହ ଗଭୀର ଭଲପାଇବା ରହିଛି। ସ୍ମୃତି ତାଙ୍କ ପିତାଙ୍କ ସହ ମଧ୍ୟ ବହୁତ କ୍ଲୋଜ। ଏବେ ସେ ସୁସ୍ଥ ଅଛନ୍ତି। ଖୁବଶୀଘ୍ର ଶାହାନାଇ ବାଜିବ। ଫ୍ୟାନ୍ସମାନଙ୍କୁ ଅନୁରୋଧ କରିବି ଯେ, ମିଛ ଖବର ଚାରିଆଡେ ପ୍ରଚାର କରନ୍ତୁ ନାହିଁ।

Related Topics
Explore more stories