Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Guru Dakshina: ୮୦ ଲକ୍ଷ ଟଙ୍କା ଗୁରୁ ଦକ୍ଷିଣା ଦେଲେ ପାଣ୍ଡ୍ୟା ବ୍ରଦର୍ସ, କୋଚଙ୍କ ଦୁଇ ଭଉଣୀଙ୍କ କରାଇଲେ ବାହାଘର

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
Guru Dakshina: ୮୦ ଲକ୍ଷ ଟଙ୍କା ଗୁରୁ ଦକ୍ଷିଣା ଦେଲେ ପାଣ୍ଡ୍ୟା ବ୍ରଦର୍ସ, କୋଚଙ୍କ ଦୁଇ ଭଉଣୀଙ୍କ କରାଇଲେ ବାହାଘର

Key Points

ପାଣ୍ଡ୍ୟା ବ୍ରଦର୍ସଙ୍କ ବଡ଼ ପଣ । ପିଲା ଦିନର କୋଚଙ୍କୁ ଗୁରୁ ଦକ୍ଷିଣା ଦେଲେ ୮୦ ଲକ୍ଷ । ତାଙ୍କର ଦୁଇ ଭଉଣୀଙ୍କ କରାଇଲେ ବାହାଘର । 

ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର । କୃଣାଲ ପାଣ୍ଡ୍ୟା ମଧ୍ୟ ଭାରତ ପାଇଁ ଖେଳିଛନ୍ତି । ଏହି ଦୁଇ ଭାଇ IPL ୨୦୨୫ରେ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ । ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିବାବେଳେ , କୃଣାଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁଖ୍ୟ ବୋଲର ଭାବରେ ଉଭା ହୋଇଥିଲେ । ଏହି ଦୁଇ ଖେଳାଳି ପଡ଼ିଆ ଭିତରେ ବେଶ୍‌ ଆଗ୍ରେସିଭ୍ ଥିବା ବେଳେ ପଡ଼ିଆ ବାହାରେ କିନ୍ତୁ ସେମାନଙ୍କ ବ୍ୟକ୍ତିତ୍ବ ବହୁତ ଭଲ । ସଫଳତାର ଶିଖରରେ ପହଞ୍ଚିବା ପରେ ମଧ୍ୟ ପାଣ୍ଡ୍ୟା ବ୍ରଦର୍ସ ସେମାନଙ୍କ ପିଲା ଦିନର କୋଚଙ୍କୁ ଭୁଲି ନାହାନ୍ତି । ଉଭୟ ସେମାନଙ୍କ କୋଚ୍ ଜିତେନ୍ଦ୍ର ସିଂହଙ୍କ ପାଇଁ ବହୁତ କିଛି କରିଛନ୍ତି ।


ପାଣ୍ଡ୍ୟା ବ୍ରଦର୍ସଙ୍କ ପ୍ରଶିକ୍ଷକ ଜିତେନ୍ଦ୍ର ସିଂହ ଏକ ଜାତୀୟ ଗଣମାଧ୍ୟମକୁ କହିଥିଲେ ଯେ 'ଆଜି ହାର୍ଦ୍ଦିକ ଏବଂ କୃଣାଲ ଆର୍ଥିକ ଭାବରେ ସଶକ୍ତ ହୋଇଛନ୍ତି, କିନ୍ତୁ ସେମାନେ ମୋ ପାଇଁ ଏପର୍ଯ୍ୟନ୍ତ ସମାନ । ଯେତେବେଳେ ୨୦୧୮ରେ ମୋର ପ୍ରଥମ ଭଉଣୀର ବିବାହ ହୋଇଥିଲା । ସେ ସମୟରେ ଦୁହେଁ ମୋତେ ଆର୍ଥିକ ଭାବରେ ବହୁତ ସାହାଯ୍ୟ କରିଥିଲେ । କେବଳ ଏତିକି ନୁହେଁ ଫେବ୍ରୁଆରୀ ୨୦୨୪ରେ ମୋ ଦ୍ବିତୀୟ ଭଉଣୀ ବାହାଘର ହୋଇଥିଲା, ସେମାନେ ମୋତେ ଅନେକ ଉପହାର ମଧ୍ୟ ଦେଇଥିଲେ । ଏହା ସହିତ ଏକ କାର କିଣିବା ପାଇଁ ୨୦ ଲକ୍ଷ ଟଙ୍କା ମଧ୍ୟ ଟ୍ରାନ୍ସଫର କରିଥିଲେ ।


ଜିତେନ୍ଦ୍ର ସିଂହ ଆହୁରି କହିଛନ୍ତି ଯେ '୨୦୧୫-୧୬ରେ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ ହାର୍ଦ୍ଦିକ ମୋତେ ଏକ କାର ଉପହାର ଦେଇଥିଲେ । ହାର୍ଦ୍ଦିକ ପ୍ରଶିକ୍ଷକଙ୍କୁ କହିଥିଲେ ଯେ ଏହା ତାଙ୍କର ପ୍ରଥମ ସିରିଜ୍ ଏବଂ ସେ ଏପର୍ଯ୍ୟନ୍ତ ଆର୍ଥିକ ଦୃଷ୍ଟିରୁ ସ୍ଥିର ହୋଇ ନାହାଁନ୍ତି, କିନ୍ତୁ ତଥାପି ସେ ମୋ ପାଇଁ ଏକ କାର ଆଣିଥିଲେ। ଯେତେବେଳେ ମୁଁ ତାଙ୍କୁ ମନା କରିଦେଲି, ସେ କହିଥିଲେ ଯେ ଆପଣ ବାଇକ୍ ଯୋଗେ ଯିବା ଠିକ୍ ନୁହେଁ । ଆମେ ଚାହୁଁନାହୁଁ ଯେ ଆପଣ ଆଘାତ ପାଅ, ତେଣୁ ଏହା ଆପଣଙ୍କ ସୁରକ୍ଷା ପାଇଁ । ସେ ସମୟରେ ସେହି କାରର ମୂଲ୍ୟ ପ୍ରାୟ ୫-୬ ଲକ୍ଷ ଟଙ୍କା ଥିଲା ବୋଲି ସେ କହିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୫ରେ ଆଇପିଏଲରେ ଡେବ୍ୟୁ କରୁଥିଲେ ଏବଂ ଜିତେନ୍ଦ୍ର ସିଂହଙ୍କ ମାଆ ଅସୁସ୍ଥ ଥିଲେ। ଏ ବିଷୟରେ ଜିତେନ୍ଦ୍ର ସିଂହ କହିଥିଲେ ଯେ 'ମୁଁ ହାର୍ଦ୍ଦିକଙ୍କୁ ଏ ବିଷୟରେ କିଛି କହି ନଥିଲି, କାରଣ ମୁଁ ତାଙ୍କ ଧ୍ୟାନ ହଟାଇବାକୁ ଚାହୁଁ ନଥିଲି। କିନ୍ତୁ ବରୋଦା ଫେରିବା ପରେ ଯେତେବେଳେ ମୁଁ ତାଙ୍କ ସହିତ କଥା ହେଲି, ମୁଁ ତାଙ୍କୁ ସବୁକିଛି କହିଲି, ତା'ପରେ ସେ ମୋତେ କହିଲେ ଯେ ମୋର ସମସ୍ତ ଟଙ୍କା ନେଇଯାଅ, କିନ୍ତୁ ତୁମର ମାଆଙ୍କର ଯତ୍ନ ନିଅ ।'


ସେହିପରି ଜିତେନ୍ଦ୍ର ସିଂ ଆହୁରି କହିଛନ୍ତି, ୨୦୧୭ ଏବଂ ୨୦୧୯ରେ MI IPL ଜିତିବା ପରେ ହାର୍ଦ୍ଦିକ ଏବଂ କୃଣାଲ ମୋତେ ବହୁତ ଆର୍ଥିକ ସାହାଯ୍ୟ କରିଥିଲେ । ସେହିପରି RCB IPL ୨୦୨୫ ଜିତିବା ପରେ କୃଣାଲ ଏକ କାର କିଣିବା ପାଇଁ ୧୯ ଲକ୍ଷ ଟଙ୍କା ମଧ୍ୟ ଟ୍ରାନ୍ସଫର କରିଥିଲେ । ପାଣ୍ଡ୍ୟା ବ୍ରଦର୍ସଙ୍କଠାରୁ ମୋଟ ଆର୍ଥିକ ସହାୟତା ପ୍ରାୟ ୭୦-୮୦ ଲକ୍ଷ ଟଙ୍କା ପାଇଛି ବୋଲି ପାଣ୍ଡ୍ୟା ବ୍ରଦର୍ସଙ୍କ କୋଚ୍ ଜିତେନ୍ଦ୍ର ସିଂ କହିଛନ୍ତି ।

Sponsored
Pandya Brothers Give ₹80 Lakh Guru Dakshina, Help Coach’s Sisters with Marriage & Gifts | Argus News