Videos
|
Sports

Pappu Yadav son IPL / IPLରେ ଖେଳିବେ ପପ୍ପୁ ଯାଦବଙ୍କ ପୁଅ, ନିଲାମରେ ୩୦ ଲକ୍ଷରେ କିଣିଲା ଏହି ଦଳ...

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
IPLରେ ଖେଳିବେ ପପ୍ପୁ ଯାଦବଙ୍କ ପୁଅ, ନିଲାମରେ ୩୦ ଲକ୍ଷରେ କିଣିଲା ଏହି ଦଳ...
Pappu Yadav Son

Key Points

ରାଜନୀତିରୁ କ୍ରିକେଟ୍‌
IPLରେ ଖେଳିବେ ପପ୍ପୁ ଯାଦବଙ୍କ ପୁଅ
୩୦ ଲକ୍ଷରେ KKR କିଣିଲା

ମଙ୍ଗଳବାର ଆଇପିଏଲ ୨୦୨୬ ପାଇଁ ମିନି ନିଲାମ ଆବୁଧାବିରେ ଅନୁଷ୍ଠିତ ହୋଇଥିଲା । ମିନି-ନିଲାମରେ ଅଷ୍ଟ୍ରେଲିୟ ଅଲରାଉଣ୍ଡର କେମରନ୍‌ ଗ୍ରୀନ୍ ସବୁଠାରୁ ମହଙ୍ଗା ଖେଳାଳି ଥିଲେ । ଯାହାକୁ କୋଲକାତା ନାଇଟ୍ ରାଇଡର୍ସ ୨୫.୨୦ କୋଟି ଟଙ୍କାର କିଣିଥିଲା । KKR ମଧ୍ୟ ଶ୍ରୀଲଙ୍କାର ଦ୍ରୁତ ବୋଲର ମାଥିସା ପଥିରାନାଙ୍କୁ ୧୮ କୋଟିରେ କିଣିଥିଲା । ସେହିପରି ଅନକ୍ୟାପ୍ଡ ଖେଳାଳି ପ୍ରଶାନ୍ତ ବୀର ଏବଂ କାର୍ତ୍ତିକ ଶର୍ମାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧୪.୨୦ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା ।

ଆଇପିଏଲ ୨୦୨୬ ପାଇଁ ହୋଇଥିବା ମିନି ନିଲାମରେ କଂଗ୍ରେସ ନେତା ପପୁ ଯାଦବଙ୍କ ପୁଅ ସାର୍ଥକ ରଞ୍ଜନ ସାମିଲ ହୋଇଥିଲେ । ଆଉ ସାର୍ଥକଙ୍କୁ ତିନି ଥରର ଚାମ୍ପିଆନ୍ସ କୋଲକାତା ନାଇଟ୍‌ ରାଇଡର୍ସ ୩୦ ଲକ୍ଷ ଟଙ୍କାରେ କିଣିଥିଲା । ସାର୍ଥକଙ୍କ ବେସ୍‌ ପ୍ରାଇସ୍‌ ୩୦ ଲକ୍ଷ ଥିଲା । ଆଉ ସେହି ମୂଲ୍ୟରେ KKR ତାଙ୍କୁ ନିଜ ଦଳରେ ସାମିଲ କରିଛି । ତେବେ ଆଗାମୀ ଆଇପିଏଲ ସିଜିନ୍‌ରେ ସାର୍ଥକ କେକେଆର ପାଇଁ କେତେ ମ୍ୟାଚ୍ ଖେଳୁଛନ୍ତି ତାହା ଦେଖିବାକୁ ବାକି ରହିଲା ।



ଦିଲ୍ଲୀ ପ୍ରିମିୟର ଲିଗ୍ (ଡିପିଏଲ୍) ୨୦୨୫ରେ କ୍ରିକେଟର ସାର୍ଥକ ରଞ୍ଜନ ଚମତ୍କାର ବ୍ୟାଟିଂ କରିଥିଲେ । ଓପନିଂ ବ୍ୟାଟ୍ସମ୍ୟାନ୍ ସାର୍ଥକ ରଞ୍ଜନ ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସ ପାଇଁ ୧୧ଟି ମ୍ୟାଚ୍‌ରେ ୧୦ ଇନିଂସରେ ୫୫ ହାରରେ ୪୯୫ ରନ କରିଥିଲେ । ଯେଉଁଥିରେ ଚାରୋଟି ଅର୍ଦ୍ଧଶତକ ଥିଲା । ତାଙ୍କର ସର୍ବୋତ୍ତମ ସ୍କୋର ୮୨ ଥିଲା । ସାର୍ଥକ ୨୦୨୫ ଡିପିଏଲରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋରର ଥିଲେ ।

୨୯ ବର୍ଷୀୟ ସାର୍ଥକ ରଞ୍ଜନ ଗତ ମାର୍ଚ୍ଚରେ ତାଙ୍କ ପିତା ପପ୍ପୁ ଯାଦବଙ୍କ ସହ କଂଗ୍ରେସ ଦଳରେ ସାମିଲ ହୋଇଥିଲେ । ସାର୍ଥକଙ୍କ ପିତା ପୂର୍ଣ୍ଣିଆ ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ଥିବା ବେଳେ ତାଙ୍କ ମାଆ ରଞ୍ଜିତ ରଞ୍ଜନ କଂଗ୍ରେସ ଟିକେଟରେ ଛତିଶଗଡ଼ରୁ ରାଜ୍ୟସଭା ସାଂସଦ ରହିଛନ୍ତି ।

ସାର୍ଥକ ରଞ୍ଜନ ଘରୋଇ କ୍ରିକେଟରେ ଦିଲ୍ଲୀ ପାଇଁ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍, ଚାରୋଟି ଲିଷ୍ଟ ଏ ମ୍ୟାଚ୍ ଏବଂ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ୯.୩୩ ହାରରେ ୨୮ ରନ୍‌ କରିଛନ୍ତି । ସେହିପରି ଲିଷ୍ଟ 'ଏ'ରେ ସେ ୨୬.୨୫ ଆଭରେଜ ସହିତ ୧୦୫ ରନ କରିଛନ୍ତି । ଯେତେବେଳେ ଟି-୨୦ କ୍ରିକେଟରେ ସେ ୧୩.୨୦ ଆଭରେଜ ସହିତ ୬୬ ରନ କରିଛନ୍ତି ।

ସାର୍ଥକ ରଞ୍ଜନ ନଭେମ୍ବର ୨୦୧୮ରେ ହାଇଦ୍ରାବାଦ ବିପକ୍ଷରେ ତାଙ୍କର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ । ସେତେବେଳେ ଦିଲ୍ଲୀ ଦଳର ଅଧିନାୟକ ନୀତିଶ ରାଣା ଥିଲେ । ଏହା ପୂର୍ବରୁ ସେ ଫେବୃଆରୀ ୨୦୧୭ରେ ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ହିମାଚଳ ପ୍ରଦେଶ ବିପକ୍ଷରେ ତାଙ୍କର ଲିଷ୍ଟ ଏ ଡେବ୍ୟୁ କରିଥିଲେ । ସେହିପରି ସାର୍ଥକ ଜାନୁଆରୀ ୨୦୧୬ରେ ଭଦୋଦରା ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିଲେ । ସେ ସମୟରେ ଦିଲ୍ଲୀ ଦଳର ଅଧିନାୟକ ଥିଲେ ଗୌତମ ଗମ୍ଭୀର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories